କ୍ୟାବ ସର୍ଭିସ କ୍ଷେତ୍ରରେ ଆଜି ଗୋଟିଏ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି, ଆଜି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଦେଶର ପ୍ରଥମ କୋଅପରେଟିଭ ଟ୍ୟାକ୍ସି ସେବା ‘ଭାରତ ଟ୍ୟାକ୍ସି’ ର ଶୁଭାରମ୍ଭ କରିଛନ୍ତି, ଏହି ନୂଆ ସର୍ଭିସ ସିଧାସଳଖ ଭାବରେ ପ୍ରାଇଭେଟ କ୍ୟାବ ସର୍ଭିସ ପ୍ରୋଭାଇଡ଼ର୍ସ ଙ୍କର ମନଇଚ୍ଛା ବ୍ୟବସାୟ ଉପରେ ରୋକ ଲଗାଇବ, କାହିଁକିନା ସରକାର ଦାବି କରିଛନ୍ତି ଯେ ଭାରତ ଟ୍ୟାକ୍ସି ରେ କ୍ୟାବ ଡ୍ରାଇଭର୍ସ ଙ୍କୁ ତାଙ୍କ ସମ୍ପୂର୍ଣ ପାରିଶ୍ରମିକ ମିଳିବ l ଏବଂ ଗ୍ରାହକମାନେ ମଧ୍ୟ ସୁଲଭ ମୂଲ୍ୟରେ ସୁବିଧା ପାଇପାରିବେ ଓ ପ୍ରାଇଭେଟ କମ୍ପାନୀ ମନମୁଖୀ ଦରବୃଦ୍ଧି ରୁ ଛୁଟକାରା ମିଳିବ l
୨୦୨୫ ଲୋକସଭା ଅଧିବେଶନ ରେ ଅମିତ ଶାହl ନିଜ ଭାଷଣ ରେ ଓଲା ଉବର ଙ୍କର ମନୋମୁଖୀ ବ୍ୟବସାୟ ର ଆଲୋଚନା କରିଥିଲେ, ଏବଂ ଟ୍ୟାକ୍ସି ଡ୍ରାଇଭର୍ସ ମାନେ ନିଜର ମୂଲ୍ୟ ପାଇବାରେ ଅସୁବିଧାର ସମୁଖୀନ ହେଉଥିବା ବିଷୟରେ କହିଥିଲେ, ୨୦୨୬ ରେ ଏହା କାର୍ଯ୍ୟକାରୀ ହେବ ଏବଂ ଟ୍ୟାକ୍ସି ବ୍ୟବସାୟୀ ସୁବିଧା ପାଇପାରିବେ l ଆଜି ଦେଶର ରାଜଧାନୀ ଦିଲ୍ଲୀ ର ବିଜ୍ଞାନ ଭବନ ରେ ଗୃହମନ୍ତ୍ରୀ ଅମିତ ଶାହା ଭାରତ ଟ୍ୟାକ୍ସି ଅଫିସିଆଲ ଉଦଘାଟନ କରି ଟ୍ୟାକ୍ସି ବ୍ୟବସାୟୀ ଙ୍କୁ ଭେଟି ଦେଇଛନ୍ତି l
ଭାରତ ଟ୍ୟାକ୍ସି ର ଡ୍ରାଇଭର ମାନଙ୍କୁ ସାରଥୀ କୁହାଯିବ, ଏବଂ ଗ୍ରାହକ ମାନେ ଦେଉଥିବା ସମସ୍ତ ପଇସା ସିଧାସଳଖ ଡ୍ରାଇଭର୍ସ ଙ୍କ ଖାତାକୁ ଯିବ, ଆଉ ଓଲା ଉବେର କରୁଥିବା ମନମାନୀ ଚାଲିବ ନାହିଁ l