Odisha news

ପାକିସ୍ତାନ ସୀମାରେ ତାଲିବାନୀ ସେନା, ଯେକୌଣସି ମୁହୁର୍ତରେ ହୋଇପାରେ ଯୁଦ୍ଧ  

0

ଗତ କିଛି ଦିନ ହେଲାଣି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଛି ଉତେଜନା, ଯାହାକି ବର୍ତମାନ ଵିକରାଳ ରୂପ ନେଲାଣି , ଆଫଗାନିସ୍ତାନ ଉପରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ରୁ ଆରମ୍ଭ ହୋଇଥିବା ଉତେଜନା ବର୍ତମାନ ଯୁଦ୍ଧ ଆଡକୁ ମୁହାଁଇ ଲାଣି, ବର୍ତମାନ ସୂଚନା ଯୋଗ୍ୟ ଯେ ପାକିସ୍ତାନ ସେନା ଓ ବାୟୁସେନା ପେଶୱାର ଓ କ୍ୱେଟା ରେ ମୁତୟନ ହୋଇ ସାରିଲେଣି l

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ସେନା ର କିଛି ଅଂଶ ଆଫଗାନିସ୍ତାନ ସୀମା ରେ ପହଂଚି ସାରିଲାଣି, ଅନ୍ୟ ପକ୍ଷରେ ଆଫଗାନ ତାଲିବାନ ମୀର ଅଲି ସୀମା ନିକଟରେ ପହଂଚି ସାରିଲାଣି, ବର୍ତମାନ ପର୍ଯ୍ୟନ୍ତ ଯୁଦ୍ଧର କୌଣସି ଆଭାସ ମିଳିନାହିଁ କିନ୍ତୁ ଉଭୟ ଦେଶର ସେନା ସୀମା ରେ ମୁତୟନ ହୋଇଛନ୍ତି l ଇତି ମଧ୍ୟରେ ଆଫଗାନିସ୍ତାନ ର ବିଦେଶ ମନ୍ତ୍ରଣାଳୟ କାବୁଲ ରେ ପାକିସ୍ତାନୀ ଦୂତାବାସ ର ଅଧିକାରୀ ଘଟଣା କୁ ପରଖିଛନ୍ତି, ଆଫଗାନ ବିଦେଶ ମନ୍ତ୍ରଣାଳୟ ର ପ୍ରବକ୍ତା ହାଫିଜ ଜୀୟା ଅହମଦ ଏହି ଆକ୍ରମଣ କୁ ଗଭୀର ନିନ୍ଦା କରିଛନ୍ତି l

ଏହି ବିବାଦ ସେହି ସମୟରେ ଦେଖାଦେଇଛି ଯେତେବେଳେ ତାହରିକ – ଏ-ତାଲିବାନ ପାକିସ୍ତାନ ନିକଟରେ ବାଜିରିସ୍ତାନ ର ମାକିନ ଅଂଚଳ ରେ ପାକିସ୍ତାନୀ ସେନା ର ୩୦ ଜଣ ସେନାଙ୍କୁ ମାରି ଦେଇଛନ୍ତି, ଏହାର ଜବାବ ଦେଇ ପାକିସ୍ତାନ ଏୟାର ଷ୍ଟ୍ରାଇକ କରି ଥିଲା l

ପାକିସ୍ତାନ ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତିକରୁଛି, ବର୍ତମାନ ତାଲିବାନ ସହିତ ମତାନ୍ତର ସଙ୍କଟ କୁ ଆହୁରି ଜଟିଳ କରିଦେଇଛି l ଅନ୍ୟ ପକ୍ଷରେ ଆଫଗାନି ତାଲିବାନୀ ର ମୂଳମନ୍ତ୍ର ହେଉଛି କୌଣସି ବଡ଼ ଶକ୍ତି ସମୁଖରେ ନଇଁବ ନାହିଁ l ଆମେରିକା ଓ ରୁଷ ଭଳି ଶକ୍ତିଶାଳୀ ଦେଶ କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆହ୍ୱାନ ଦେଇଥିଲା ଏବଂ ଦେଶରୁ ବାହାରିବାକୁ ମଜବୂର କରିଦେଇ ଥିଲା l ବର୍ତମାନ ଉଭୟ ଦେଶର ସ୍ଥାନୀୟ ଅଧିବାସୀ ମାନେ ଭୟ ରେ ରହିଛନ୍ତି l

Leave A Reply