Odisha news

ତାଲିବାନ ପାଳନ କଲା  ପାକିସ୍ତାନ ଉପରେ ବିଜୟର ଉତ୍ସବ

0

ପାକିସ୍ତାନ ସହିତ ଯୁଦ୍ଧ କରି ତାଲିବାନ ନିଜକୁ ବିଜେତା ଘୋଷଣା କରିଛି, ଆଫଗାନିସ୍ତାନ ର ଅନେକ ସହର ର ରାସ୍ତା ଉପରେ ଜନତା ତାଲିବାନୀ ସୈନ୍ୟ ଙ୍କ ସହିତ ଉତ୍ସବ ପାଳନ କରୁଛନ୍ତି, ଆଫଗାନିସ୍ତାନ ବାସୀ କହିଛନ୍ତି ଯେ ଯଦି ଆମ ଦେଶ ଉପରେ ପାକିସ୍ତାନ ଖରାପ ଦୃଷ୍ଟି ପକାଇବ ତେବେ ତାହାକୁ ବରଦାସ୍ତ କରାଯିବ ନାହିଁ, ପାକିସ୍ତାନ ର ଏୟାର ଷ୍ଟ୍ରାଇକ କୁ ଆଫଗାନି ମାନଙ୍କର ଏହା ଜବାବ ବୋଲି କୁହାଯାଉଛି l

ଆଫଗାନିସ୍ତାନ ର ଇଂରାଜୀ ୱେବସାଇଡ ଟୋଲୋ ନିୟୁଜ ର ଖବର ଅନୁସାରେ ଆଫଗାନିସ୍ତାନ ରେ ପାକିସ୍ତାନ ର ଏୟାର ଷ୍ଟ୍ରାଇକ କୁ ତାଲିବାନୀ ଙ୍କ ପକ୍ଷରୁ ଉଚିତ ଜବାବ ଦିଆଯାଇଛି l ପାକିସ୍ତାନ ଆଫଗାନିସ୍ତାନ ସୀମା କୁ ଉଲଂଘନ କରିବାର ଉଚିତ ଦଣ୍ଡ ମିଳିଛି l ଆଫଗାନି ସେନା ଏବଂ ତାଲିବାନୀ ଲଢୁଆ ଙ୍କୁ ସମର୍ଥଂ କରିବା ପାଇଁ ସହରର ଯୁବକ ଏବଂ ନେତା ମାନେ ଏକତ୍ରିତ ହୋଇଛନ୍ତି l

ଏହି ବିଜୟ ଉତ୍ସବ ସମୟରେ ପାକିସ୍ତାନ ନିକଟରୁ ତାଲିବାନୀ ମାନେ ଜବତ କରିଥିବା ହତିଆର ମଧ୍ୟ ପ୍ରଦର୍ଶନ ହୋଇଛି , ପାକିସ୍ତାନ କୁ ଉଚିତ ଜବାବ ମିଳିଥିବା କାରଣରୁ ଆଫଗାନିସ୍ତାନ ଜନତା ସେନା ମାନଙ୍କ ପାଇଁ ଦେଶରେ ବିଜୟ ଉତ୍ସବ ପାଳନ କରୁଛନ୍ତି l

ପାକିସ୍ତାନ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧର ମୁଖ୍ୟ କାରଣ ହେଉଛି ଗାଣ୍ଡି ଚୁମୁଟା ପାକିସ୍ତାନ ୯ -୧୦ ଅକ୍ଟୋବର ରାତିରେ ଆଫଗାନିସ୍ତାନ ର କାବୁଲ, ଖସ୍ତ, ଜଲାଲବାଡ ଓ ପକତିକା ଏୟାର ଷ୍ଟ୍ରାଇକ କରିଥିଲା, ପାକିସ୍ତାନ ର ଏୟାର ଷ୍ଟ୍ରାଇକ ର ଜବାବ ରେ ତାଲିବାନ ପାକିସ୍ତାନ ର ୨୫ ଟି ସୈନ୍ୟ ପୋଷ୍ଟ ଆକ୍ରମଣ କରିଥିଲା, ଏବଂ ୫୮ ସୈନିକ ଙ୍କୁ ମାରିଥିଲା l ବର୍ତମାନ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ରହିଛି, ପାକିସ୍ତାନ ରକ୍ଷାମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶ ଙ୍କ ମଧ୍ୟରେ ଯୁଦ୍ଧ ଯେକୌଣସି ସମୟରେ ଆରମ୍ଭ ହୋଇପାରେ l

Leave A Reply