ନୂଆଦିଲ୍ଲୀ : ୨୪ ଡିସେମ୍ବର ୨୦୨୪ ରେ ପାକିସ୍ତାନ , ଆଫଗାନିସ୍ତାନ ର ପକ୍ଟିକା ଅଞ୍ଚଳ ରେ ଏୟାରଷ୍ଟ୍ରାଇକ କରାଯାଇଥିଲା, ଏହି ଆକ୍ରମଣ ର ମୁଖ୍ୟ ଉଦେଶ୍ୟ ଥିଲା ତାଲିବାନୀ ମାନଙ୍କର ପ୍ରଶିକ୍ଷଣ କେନ୍ଦ୍ର, ତାଲିବାନ ର ସୂଚନା ଅନୁସାରେ ଏହି ଆକ୍ରମଣ ରେ ୪୬ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ, ଯେଉଁଥିରେ ଅଧିକାଂଶ ମହିଳା ଓ ଛୋଟ ପିଲା ଥିଲେ, ତାଲିବାନ ଏହି ଆକ୍ରମଣ ର ପ୍ରତିଶୋଧ ନେବ ବୋଲି ପ୍ରତିଜ୍ଞା କରିଥିଲା ଏବଂ ଏହା ଜବାବ ରେ ପାକିସ୍ତାନ ସୀମାରେ ଆକ୍ରମଣ କରିଥିଲା, ତାଲିବାନ ପାଖାପାଖି ୪ଦିନ ପରେ ପାକିସ୍ତାନ ର ସେହି ଅଂଚଳ ରେ କରିଥିଲା ଯେଉଁ ଠାରୁ ଆଫଗାନିସ୍ତାନ ଉପରେ ଆକ୍ରମଣ ହୋଇଥିଲା, ତାଲିବାନ କହିଥିଲା ଯେ ଏହି ଆକ୍ରମଣ ଦ୍ୱାରା ସେ ୧୯ ଜଣ ପାକିସ୍ତାନୀ ସୈନିକ ଙ୍କୁ ହତ୍ୟା କରିଛି, ଏହି ଯୁଦ୍ଧରେ ୩ଜଣ ଆଫଗାନ ନାଗରିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି l
କିନ୍ତୁ କିଏ ଏହି ତାଲିବାନ ର ସ୍ରଷ୍ଟା, ଏବଂ କାହାର ସାହାଯ୍ୟରେ ତାଲିବାନ ଆଫଗାନିସ୍ତାନରେ ମୁଣ୍ଡ ଟେକି ଥିଲା ତାହା ପ୍ରଥମେ ଜାଣିବା ଜରୁରୀ l
କିପରି ଠିଆହେଲା ତାଲିବାନ ର ଦୁର୍ଗ –
ତାଲିବାନ ର ଗଠନ ୧୯୯୪ ରେ ଆଫଗାନିସ୍ତାନ ର କନ୍ଧାର ରେ ହୋଇଥିଲା, ଏହାକୁ ଠିଆ କରିବା ଓ ମଜବୁତ କରିବା ପାଇଁ ପାକିସ୍ତାନ ର ବଡ଼ ଭୂମିକା ରହିଥିଲା, ୧୯୯୦ ଦଶକ ମଧ୍ୟ ଭାଗରେ ନିଜ ସ୍ଥାପନା ପରେ ତାଲିବାନ ବିଭିନ୍ନ ଅସ୍ଥିରତା ର କାରଣ ହୋଇଥିଲା, ସେହି ସମୟ ରେ ତାଲିବାନ କୁ ସୋଭିଏତ ସମର୍ଥିତ ଶାସନ କୁ ଅସ୍ଥିରତା କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା , ଏବଂ ଯାହାକୁ ପାକିସ୍ତାନ ନିକଟରୁ ମହତ୍ଵପୁର୍ଣ ସହାୟତା ଓ ସମର୍ଥନ ମିଳିଥିଲା, ISI ଦଶନ୍ଧୀ ଧରି ତାଲିବାନ ର ଗଠନ କରିବାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥିଲା, isi ତାଲିବାନ କୁ ଆର୍ଥିକ ଓ ସୈନିକ ସହାୟତା ଦେଇଥିଲା l
୧୯୯୬ ରେ ପାକିସ୍ତାନ ସେହି ୩ଟି ଦେଶ ମାନଙ୍କ ମଧ୍ୟରୁ ଜଣେ ଥିଲା , ଯିଏକି ତାଲିବାନ ର ଇସ୍ଲାମିକ ଅମିରତ ଅଫ ଆଫଗାନିସ୍ତାନ ର ଗୋଟିଏ ବୈଧ ସରକାର ଭାବରେ ମାନ୍ୟତା ଦେଇଥିଲା, ତାଲିବାନ ଆରମ୍ଭରେ ପ୍ରତିଜ୍ଞା କରିଥିଲା କି ଶନି ଓ ସୁରକ୍ଷା ପାଇଁ କାମ କରିବ ଏବଂ ନିଜର କଠୋର ଇସ୍ଲାମିକ ନିୟମ ଲାଗୁ କରିବ, ଏହି ପ୍ରତିଜ୍ଞା କାରଣରୁ ତାଲିବାନ କୁ ଆରମ୍ଭ ରେ କିଛି ସମର୍ଥନ ମଧ୍ୟ ମିଳୁଥିଲା, କିନ୍ତୁ ସମୟ ଗଡ଼ିବା ସହିତ ସେମାନଙ୍କ ଅସଲ ଚେହେରା ସାମ୍ନା କୁ ଆସିଥିଲା l
ଦକ୍ଷିଣ ପଶ୍ଚିମ ଆଫଗାନିସ୍ତାନ ରୁ ତାଲିବାନ ଦ୍ରୁତ ଗତିରେ ନିଜର ପ୍ରଭାବ ବଢ଼ିଥିଲା, ସେପ୍ଟେମ୍ବର ୧୯୯୫ ରେ ତାଲିବାନ ଇରାନ ର ସୀମା ସହିତ ସଂଲଗ୍ନ ହେରତl ପ୍ରାନ୍ତ ରେ କବ୍ଜା କରିଥିଲା, ଠିକ ଗୋଟିଏ ବର୍ଷ ପରେ ତାଲିବାନ ଆଫଗାନିସ୍ତାନ ର ରାଜଧାନୀ କାବୁଲ ଉପରେ କବଜା କରିଥିଲା, ଓ ରାଷ୍ଟ୍ରପତି ବୁରହାଦ୍ଦିନ ରବାନି କୁ ଧରାଶାୟୀ କରିଥିଲା, ରବାନି ଆଫଗାନ ମୁଜାହିଦିନ ର ସଂସ୍ଥାପକ ମଧ୍ୟରୁ ଜଣେ ଥିଲେ ଯିଏକି ସୋଭିଏତ କବ୍ଜା କୁ ବିରୋଧ କରିଥିଲେ, ୧୯୯୮ ପର୍ଯ୍ୟନ୍ତ ତାଲିବାନ ଆଫଗାନିସ୍ଥାନ ର ପାଖାପାଖି ୯୦ ପ୍ରତିଶତ ଅଂଶ କୁ ନିଜ ଆୟତ୍ତ କୁ ନେଇଯାଇ ଥିଲା l
ତାଲିବାନ ନିଜ ଶାସନ ରେ କଠୋର ନିୟମ ଲାଗୁ କରିଥିଲା, ମହିଳା ମାନଙ୍କୁ ଶିକ୍ଷା ଠାରୁ ଦୁରେଇ ରଖିଥିଲା, ୨୦୦୧ ରେ ବାମିୟାନ ରେ ବୁଦ୍ଧ ପ୍ରତିମା କୁ ଭାଙ୍ଗିବା ହେଉଛି ହେଉଛି ତାଲିବାନ ଶାସନ ର କ୍ରୁର ଶାସନ ର ଉଦାହରଣ, ଯାହାକି ଦୁନିଆ ସାମ୍ନାରେ ତାଲିବାନର କଳା କାର୍ଯ୍ୟ କୁ ସାମ୍ନା କୁ ଆଣିଥିଲା l
ପାକିସ୍ତାନ ଓ ତାଲିବାନ ର ସମ୍ପର୍କ –
ପାକିସ୍ତାନ ୧୯୯୬ ରେ ତାଲିବାନ ସରକାର କୁ ମାନ୍ୟତା ଦେଲା ଏବଂ ତାକୁ ସମର୍ଥଂ ଦେଇଥିଲା, କିନ୍ତୁ ଆଜି ସେହି ତାଲିବାନ ପାକିସ୍ତାନ ର ମୁଣ୍ଡ ବ୍ୟଥାର କାରଣ ହୋଇଛି, ବର୍ତମାନ ଆଫଗାନିସ୍ତାନ ରେ ଗାଦି ରେ ବସିବା ପରେ ପାକିସ୍ତାନ ସୀମାରେ ତାଲିବାନ ଆକ୍ରମଣ ଦ୍ରୁତ ହୋଇଯାଇଛି l ପାକିସ୍ତାନ ବାରମ୍ବାର ମନା କରିଥିଲା ଯେ ତାଲିବାନ ସ୍ଥାପନା ରେ ତାର ସମ୍ବନ୍ଧ ନାହିଁ, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆରମ୍ଭରେ ଶାମିଲ ହେଉଥିବା ଅନେକ ଆଫଗାନ ପାକିସ୍ତାନ ର ମଦରlସl ରେ ଶିକ୍ଷା ଗ୍ରହଣ କରିଥିଲେ l
ପାକିସ୍ତାନ ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରଟ (ୟୁଏଇ) ସହିତ ସେହି ତିନିଦେଶ ମାନଙ୍କ ମଧ୍ୟରୁ ଗୋଟିଏ ଥିଲା, ଯିଏକି ଆଫଗାନିସ୍ତାନ ରେ ପ୍ରଥମ ଥର ଶାସନ କୁ ଆସିବା ପରେ ତାଲିବାନ କୁ ମାନ୍ୟତା ଦେଇଥିଲା, ଏହା ସହିତ ପାକିସ୍ତାନ ଆଫଗାନିସ୍ତାନ ର ସହିତ ରାଜନ୍ୟାୟିକ ସମ୍ବନ୍ଧ ଛିଡ଼ାଇବା ଶେଷ ଦେଶ ମଧ୍ୟ ଅଟେ l