Odisha news

ତାଲିବାନ ସରକାରକୁ ତାଲିବାନୀ ଆତଙ୍କବାଦୀମାନେ ଖାତିର କରୁନାହାନ୍ତି : ପ୍ରତିରକ୍ଷା ମନ୍ତ୍ରୀ ମଲ୍ଲିକ ମହମ୍ମଦ ୟାକୁବ କହିଛନ୍ତି ଏହା ଅତ୍ୟନ୍ତ ଆପତ୍ତିଜନକ

କାବୁଲ: ଆଫଗାନିସ୍ତାନର ଶାସନ ବ୍ୟବସ୍ଥାକୁ ବଳପୂର୍ବକ ନିଜ ଅକ୍ତିଆରକୁ ନେଇଯିବା ପରେ ଏବେ ତାଲିବାନ ନେତାମାନେ ଆଫଗାନିସ୍ତାନରେ କୌଣସି ପ୍ରକାରେ ଶାନ୍ତିପ୍ରତିଷ୍ଠା କରାଇ ସରକାର ଗଠନ ପୂର୍ବକ କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି। ହେଲେ, ଏଥିରେ ପ୍ରତିବନ୍ଧକ ସାଜିଛନ୍ତି ତାଲିବାନ ଆତଙ୍କବାଦୀମାନେ। ସେମାନେ ଏବେ ଆଉ କାହାରି କଥା ଶୁଣିବା ଅବସ୍ଥାରେ ନାହାନ୍ତି। ସରକାରୀ କାର୍ଯ୍ୟାଳୟରେ ପଶି ହାତରେ ବନ୍ଧୁକ ଧରି ସେଲଫି ଉଠାଇବା ଏବେ ସେମାନଙ୍କର ସଉକ ପାଲଟିଛି।

ଏ ଘଟଣାରେ ଗଭୀର ଉଦ୍‌ବେଗ ଓ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମଲ୍ଲିକ ମହମ୍ମଦ ୟାକୁବ। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଆପତ୍ତିଜନକ। କାରଣ ସମସ୍ତେ ମୋବାଇଲ୍‌ ଫୋନ୍‌ ବାହାର କରୁଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ମନ୍ତ୍ରାଳୟରେ ଫଟୋ ନେଉଛନ୍ତି। ତାଲିବାନ କମାଣ୍ଡରଙ୍କ ପାଇଁ ଏକ ବାର୍ତ୍ତାରେ ୟାକୁବ କହିଛନ୍ତି ଯେ ଆମେ ସେମାନଙ୍କୁ ତୁମ ପଦବୀରୁ ଦୂରେଇ ରଖିବା ପାଇଁ ନିର୍ଦ୍ଦେଶ ଦେଉଛୁ, ନଚେତ୍‌ ତୁମମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମ ଦଳରେ ଏପରି ଲୋକ ଚାହୁଁ ନାହୁଁ। ବିଦ୍ରୋହ ସମୟରେ ତାଲିବାନର ସାମରିକ କାର୍ଯ୍ୟକଳାପର ତଦାରଖ କରୁଥିବା ୟାକୁବ ଚେତାବନୀ ଦେଇଛନ୍ତି ଯେ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ।

Comments are closed.