Odisha news

ୟୁଏନ ମଞ୍ଚରୁ ଦୁନିଆକୁ ସମ୍ବୋଧନ କରିବାର ଇଚ୍ଛା ରଖିଛି ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନ କୁ କବ୍ଜା କରିଥିବା ତାଲିବାନ ସଂଯୁକ୍ତ ରାଷ୍ଟ୍ର ମହାସଭା କୁ ସମ୍ବୋଧନ କରିବାର ଇଛା ରଖିଛି l ଏହି ବିଷୟରେ ତାଲିବାନ ସରକାର ର ବିଦେଶ ମନ୍ତ୍ରୀ ଆମିର ଖାନ ମୁତାକି ଯୁଏନ ର ମହାସଚିବ ଏଣ୍ଟନିୟୋ ଗୁଟରେସ ଙ୍କୁ ପତ୍ର ଲେଖିଛନ୍ତି l ଯେଉଁଥିରେ ଅନୁରୋଧ କରାଯାଇଛି ଯେ ପ୍ରବକ୍ତା ସୁହେଲ ସାହିନ ଙ୍କୁ ସଂଯୁକ୍ତ ରାଷ୍ଟ୍ର ରେ ଆଫଗାନିସ୍ତାନ ର ନୂଆ ରାଜଦୂତ କରାଯାଉ ,କାରଣ ସେ ୭୬ ତମ ସଂଯୁକ୍ତ ରାଷ୍ଟ୍ର ମହାସଭାର ଆଫଗାନିସ୍ତାନ ର ପ୍ରତିନିଧିତ୍ବ କରିବେ l

ସଂଯୁକ୍ତ ରାଷ୍ଟ୍ରର ପ୍ରବକ୍ତା ସ୍ଟାଫିନ ଦୁଜାରିକ ନ୍ୟୁଜ ଏଜେନ୍ସି ଙ୍କୁ ସୂଚନା ଦେଇଛନ୍ତି ଯେ ତାଲିବାନ କୁ ଯୁଏନ ରେ ଆଫଗାନିସ୍ତାନ ର ପ୍ରତିନିଧି କରିବାର ମଉକା କାଳେ ମିଳିଯିବ l ଏଣ୍ଟନିୟୋ ଗୁଟରେସ ଙ୍କୁ ଏହି ଚିତି ୨୦ ସେପ୍ଟେମ୍ବର ରେ ଲେଖା ଯାଇଥିଲା l ଯେବେକି ମହାସଭାର ଉଚା ସ୍ତରୀୟ ଅଧିବେଶନ ୨୧ ସେପ୍ଟେମ୍ବର ଦିନ ଆରମ୍ଭ ହୋଇ ଯାଇଥିଲା ଓ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ l

ତାଲିବାନ ର ଏହି ପତ୍ର ଏହା ସଂକେତ ଦେଉଛି ଯେ ଆଫଗାନିସ୍ତାନ ର ପୂର୍ବ ସରକାର ରେ ଦୂତ ଠିଁଡା ଇସାକାଯାଇ ମଧ୍ୟରେ ସଂଘର୍ଷ ର ସ୍ଥିତି ସୃଷ୍ଟି ହୋଇପାରେ ଓ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ପଦବୀ ରେ ରହି ପାରିବେ ନାହିଁ l ବର୍ତମାନ ତାଲିବାନ ଆଫଗାନିସ୍ତାନ କୁ କବ୍ଜା କରିବା ପରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଉପରେ ଦଖଲ ଜମାଇ ଥିଲା l ତାଲିବାନ ର ଚିଠିଟି ସଂଯୁକ୍ତ ରାଷ୍ଟ୍ରର ପ୍ରତିନିଧି ଙ୍କୁ ପଠାଇ ଦିଅ ଯାଇଛି l ଏହି ସମିତି ରେ ରୁଷ ,ଚିନ ,ଆମେରିକା , ସ୍ୱିଡ଼େନ , ଦକ୍ଷିଣ ଆଫ୍ରିକା ,ଚିଲି ,ଭୁଟାନ ଓ ବହାମାସ ଇତ୍ୟାଦି ସାମିଲ ଅଛନ୍ତି l

Comments are closed.