Odisha news

ତାଳଚେର ଅଂଚଳରେ ଚୋରିବୃଦ୍ଧି ପୋଲିସ୍ ହାତଖାଲି ବେପାରୀ ଲୁଟିଲେ ୩କେଜି ରୂପା, କ୍ୱାର୍ଟରୁ ୧୫ଭରୀ ସୁନା ସହିତ ୫୨ହଜାରଟଙ୍କା

0

ତାଳଚେର ତା ୨୬/୦୫ ଶିଳ୍ପନଗରୀ ତାଳଚେର ଅଂଚଳରେ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ଗୋଟାଏ ପରେ ଗୋଟାଏ ଚୋରି, ଛିନତାଇ, ରାହାଯାନୀ ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସ୍ ହାତଖାଲି । ଫଳରେ ସ୍ଥାନୀୟ ଅଂଚଳବାସୀ ପୋଲିସ୍ ଉପରୁ ଆସ୍ତା ତୁଟିବାକୁ ବସିଲାଣି । ତାଳଚେର ପୌରପରିଷଦ ଅନ୍ତର୍ଗତ ରେମୁଆଁ ଅଂଚଳର ବୁଲୁ ନାୟକ ଦିନ ୧୧ଟା ବେଳେ ୩କେଜିରୁ ଅଧିକ ରୂପା ଅଳଙ୍କାର ନେଇ ବାଇପାସ୍ ରାସ୍ତାଦେଇ ଯାଉଥିବା ବେଳେ ଦୁଇଜଣ ଦୃର୍ବୁତ ମାରଣାସ୍ତ୍ର ଦେଖାଇ ସମସ୍ତ ରୂପାନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଘଟଣା ତାଳଚେର ଅଂଚଳରେ ଚାଚଂଲ୍ୟ ସୃଷ୍ଟି କରିଛି । ସେହିପରି ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ କଳିଙ୍ଗ ଟାଉନସିପ୍ କ୍ୱାର୍ଟର ନଂ- ବି/୧୯୯ ରହୁଥିବା ଖଣି କର୍ମଚାରୀ ପ୍ରମୋଦ ମହାନ୍ତିଙ୍କ କ୍ୱାର୍ଟରୁ ଦୃର୍ବତମାନେ ୧୫ଭରୀ ସୁନା ଅଳଙ୍କାର ସମେତ ନଗତ ୫୨ହଜାର ଟଙ୍କା ଚୋରି କରିନେଇ କଳାକନା ବୁଲାଇ ଦେଇଥିବା ଘଟଣା ତାଳଚେର ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ତାଳଚେର ଭଳି ଶିଳ୍ପାଚଂଳରେ ପୋଲିସ୍‌ର ନିଷ୍କ୍ରିୟତାକୁ ନେଇ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବାରୁ ଲୋକଙ୍କ ଆସ୍ତା ତୁଟିବାକୁ ବସିଛି । ଏପରି କିଛି ଘଟଣା ଘଟି ଯାଉଥିଲେ ମଧ୍ୟ ଯେହେତୁ ସେମାନଙ୍କର ଚୋରି ଜିନିଷ ଉଦ୍ଧାର ହୋଇପାରୁ ନାହିଁ ଓ ଚୋର ଧରାପଡ଼ୁ ନଥିବାକୁ ନେଇ ପୋଲିସ୍ ଉପରେ ଭରସା ନଥିବାରୁ ଏଥିନେଇ ପୋଲିସ୍ ନିକଟରେ ମଧ୍ୟ ଅଭିଯୋଗ କରୁନଥିବା ସମ୍ପୃକ୍ତ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ଏହି ଘଟଣା ଗୁଡ଼ିକ ଘଟିଯାଉଥିଲେ ମଧ୍ୟ ପୋଲିସ୍ ଗଣମାଧ୍ୟମକୁ ସୂଚନା ନଦେଇ ଚାପି ଦେବାକୁ ଅପଚେଷ୍ଟା କରୁଥବା ଘଟଣା ପୋଲିସ୍ ପାରିବାପଣିଆ ସ୍ପଷ୍ଟ ବାରି ହୋଇଯାଉଛି ।

Leave A Reply