Odisha news

ଆସ୍‌ପଣ୍ଡ ପାଇପ୍ ଫାଟି ପାଉଁଶ ପାଣି ମିଶିଲା ନାଳରେ : ଭାସିଗଲେ ୪ଗାଈ

0

ତାଳଚେର ତା ୨୬/୦୫ ନାଲକୋ ପାଉଁଶ ପାଇପ୍ ଫାଟି ଯିବା ଯୋଗୁଁ ପାଇପରୁ ନିର୍ଗତ ହେଉଥିବା ଅପର୍ଯ୍ୟାପ୍ତ ପାଉଁଶ ପାଣି କର୍ଣ୍ଣପୁର ଗ୍ରାମ ମଧ୍ୟରେ ପ୍ରଭାହିତ ନାଳ ସମେତ ଏହାର ଆଖପାଖ ଅଂଚଳରେ ଆଜକୁ ପ୍ରାୟ ୫/୬ ଦିନ ହେବ ମିଶିବା ଫଳରେ ଜଳମଗ୍ନ ହେବା ସହଏକ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି କରିଛି, ଏବଂ ଏହି ପାଉଁଶ ପାଣି ପିଇ ୪ଟି ଗାଈ ଓ ଗୋଟିଏ ଷଣ୍ଢ ମରିଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡ଼ିଛି । ଏହାକୁ ତୀବ୍ର ବିରୋଧକରି କର୍ଣ୍ଣପୁର ଅଂଚଳର ଶହଶହ ଗ୍ରାମବାସୀ ସରପଂଚ ପାର୍ଥ ପ୍ରଧାନଙ୍କ ନେତୃତ୍ୱରେ ସେହି ନିକଟରେ ଥିବା ନାଲକୋ ଆଇପିଏଚ୍ କମ୍ପାନୀ ଫାଟକ ସମ୍ମୁଖରେ ଆଜି ସକାଳୁ  ଗଣଧାରଣା ଦେବାସାଙ୍ଗକୁ ନାଲକୋ ରେଳଧାରଣା ଉପରେ ବସିରହି ହାଲାବୋଲ ଆନ୍ଦୋଳନ ଚଳାଇଥିବାରୁ ନାଲକୋକୁ କୋଇଲା ପରିବହନ ଠପ୍ ହୋଇଯାଇଛି । ଗ୍ରାମବାସୀମାନେ ଏହି ଘଟଣା ନାଲକୋ କର୍ତୁପକ୍ଷ ଓ ସିଆଇଏସଏଫ ମୁଖ୍ୟଙ୍କୁ ଜଣାଇବାରୁ ସେ କୁଆଡ଼େ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିବା ସହିତ ଗାଡ଼ି ଚପାଇ ମାରିଦେବୁ ବୋଲି ଧମକ ଚମକ ଦେଇଥିବାକୁ ନେଇ ଗ୍ରାମବାସୀମାନେ ଏନେଇ ବିକ୍ରମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସରପଂଚ ଶ୍ରୀ ପ୍ରଧାନଙ୍କ ଠାରୁ ଏହା ଜଣାପଡ଼ିଛି । ଗ୍ରାମବାସୀମାନେ ତିନି ଦଫା ଦାବିନେଇ ଆନ୍ଦୋଳନ ଜାରିରଖିଛନ୍ତି ଏବଂ ପୋଲିସ୍ ପ୍ରଶାସନ ପଂହଚି ଆନ୍ଦୋଳନକରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

Leave A Reply