ତାଳଚେର :ତା 23/06:ମୋଦି ସରକାରଙ୍କର ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ 24 ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହେବ, ଓଡିଶା ର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଜନସଭାକୁ ସମ୍ବୋଧିତ କରବେ |ଏ ପରିପେକ୍ଷୀରେ ବିଜେପି ପକ୍ଷରୁ ତାଳଚେର ଦେଉଳବେଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଆହୁତ ସାମ୍ବାଦିକ ସମ୍ମିଳନୀ ରେ
ମୋଦି ସରକାରଙ୍କର ସେବା ସୁଶାସନ ଗରିବ କଲ୍ୟାଣ ର ନଅ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଜୁନ 24 ଗରିବ କଲ୍ୟାଣ ସମାବେଶ ରେ ଓଡିଶା ର ରତ୍ନ ଉଜ୍ଜଳା ପୁରୁଷ ତାଳଚେର ର ଗର୍ବ ଗୌରବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜନସଭା କୁ ସମ୍ବୋଧିତ କରିବେ ବୋଲି ପ୍ରକାଶ କରିଥିଲେ |ମୋଦି ସରକାରରେ ପଞ୍ଚଦଶ ଅର୍ଥ କମିଶନ, ଖଣି ରାଜସ୍ୱ, ଡିଏମଏଫ, ଜାତୀୟ ରାଜପଥ, ରେଳପଥ, ବିମାନବନ୍ଦର, ଡିଜିଟାଲ ଇଣ୍ଡିଆରେ ଓଡ଼ିଶାକୁ ବ୍ୟାପକ ଅନୁଦାନ ମିଳିଛି|
ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ-ସବକା ପ୍ରୟାସ ମନ୍ତ୍ରରେ ଓଡ଼ିଶା ଓ ଭାରତର ପ୍ରଗତି ଗତିଶୀଳ ହେଉଛି।ମୋଦିଜୀଙ୍କ ନେତୃତ୍ୱରେ ଦେଶର ବିକାଶ ଓ ଅର୍ଥନୀତି ନୂଆ ଉଚ୍ଚତାରେ ପହଞ୍ଚିଛି ଓ ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ ହୋଇଛି ।
ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶା ୨.୨୨ ଲକ୍ଷ କୋଟି ଟଙ୍କା ପାଇଛି । କଂଗ୍ରେସ ସରକାରରେ ଓଡ଼ିଶା ଖଣି କ୍ଷେତ୍ରରେ ବାର୍ଷିକ ୫ ହଜାର କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ଖଣି ନୀତିରେ ସୁଧାର କାରଣରୁ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଛି ।
ସେହିପରି ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟାନ୍ନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନ, ଉଜ୍ଜଳା ଯୋଜନା ଓ ମନରେଗା ଭଳି ରୋଜଗାର ଯୋଜନାରେ ତାଳଚେର ଏବଂ ଓଡ଼ିଶାବାସୀ ଲାଭର୍ଥୀ ହୋଇଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଟମାରଣା କାରଣରୁ ତାଳଚେର ରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନାହିଁ ।
ମୋଦି ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବଳିଷ୍ଠ ଉଦ୍ୟମ ରେ ତାଳଚେର ରେ 13500 କୋଟି ଟଙ୍କାରେ ଏଫ ସି ଆଇ ପ୍ଲାଣ୍ଟ,10500 କୋଟି ଟଙ୍କାରେ ଥର୍ମାଲ ପ୍ଲାଣ୍ଟ,ତାଳଚେର ମେଡିକାଲ କଲେଜ ନିର୍ମାଣ ସହ ପରିଚାଳନା ପାଇଁ 1500 କୋଟି, ଦୁଇ ଦୁଇ ଟି ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା, ଅନୁଗୁଳ ଡ଼ୁବୁରୀ ନୂତନ ରେଳ ଲାଇନ, ତାଳଚେର ବିମଳା ଗଡ଼ ରେଳପଥ କାର୍ଯ୍ୟ ପାଇଁ ପ୍ରଚୁର ଅର୍ଥ,ତାଳଚେର ରେଳ ଷ୍ଟେସନ ର ପୁନଃରୁଦ୍ଧାର,ହାଣ୍ଡିଧୂଆଁ ଶର୍ମାଛକ ଅଣ୍ଡର ପାସ ନିର୍ମାଣ, ଅନୁଗୁଳ ସମ୍ବଲପୁର ଚାରି ଲାଇନ ରାସ୍ତା, ତାଳଚେର ପାଣିକୋଇଲି ଚାରିଲାଇନ ରାସ୍ତା, ବନରପାଳ ରୁ କଣିହାଁ ଚାରି ଲାଇନ ରାସ୍ତା, ଡ଼ିଏଭି ସ୍କୁଲ ପ୍ରତିଷ୍ଠା, ବିଭିନ୍ନ କ୍ଲବ, କିଶୋର କ୍ଲବ, ଗୁଣ୍ଡିଚା ମନ୍ଦିର ର ସୌନ୍ଦର୍ଜିକରଣ, କୋଇଲା ଖଣି ରେ ମୃତାହତ ହେଲେ 15 ଲକ୍ଷ ଅନୁକମ୍ପା ରାଶି,କୋଲ ଟ୍ରିବୁନାଲ ପ୍ରତିଷ୍ଠା,କରୋନା ସମୟରେ ତାଳଚେର ରେ କୋଭିଡ ହସ୍ପିଟାଲ ନିର୍ମାଣ କରି ହଜାର ହଜାର ଲୋକଙ୍କୁ ଚିକିତ୍ସା କରାଇବା, ରେଳ ପରିବର୍ତ୍ତେ ଟ୍ରକ ଯୋଗେ ଅଧିକ କୋଇଲା ପରିବହନ କରାଇବାର ବ୍ୟବସ୍ଥା, କଣିହାଁ ରେ ସ୍କିଲ ସେଣ୍ଟ୍ରର, ହିଙ୍ଗୁଳା ମନ୍ଦିର ପାଇଁ 10 କୋଟି ଟଙ୍କାର ବ୍ୟବସ୍ଥା, ଦେଉଳବେଡା ତେଲି ସାହି ରେ କଲ୍ୟାଣ ମଣ୍ଡପ ସହ ମୁଖଶାଳା ନିର୍ମାଣ, ଅନୁଗୁଳ ଜିଲ୍ଲା ରେ ନୂତନ ଭାବେ ଡ଼ିଏମଏଫ ଫଣ୍ଡ ଗଠନ କରି ବାର୍ଷିକ 700 କୋଟି ଟଙ୍କାର ବ୍ୟବସ୍ଥା ଏପରି ବହୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି, ରାଜ୍ୟ ସରକାର ତାଳଚେର ପାଇଁ ଟଙ୍କାଟିଏ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଦେଇ ନାହାନ୍ତି |ଧର୍ମେନ୍ଦ୍ର ପ୍ରଧାନ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ରାଜ୍ୟ ବିଜେଡି ସରକାର ସେଥିରେ ବାଧକ ନ ସାଜନ୍ତୁ ବୋଲି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ପ୍ରକାଶ କରିଛନ୍ତି |ତାଳଚେର ମେଡିକାଲ କଲେଜ ରାଜ୍ୟ ସରକାର କାହିଁକି ଚଲାଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ |
ପଦ୍ମ ପୁରସ୍କାର ତଥା ଅନେକ କ୍ଷେତ୍ରରେ ମୋଦି ଓଡ଼ିଆ ଙ୍କୁ ସମ୍ମାନିତ ଓ ଗର୍ବିତ କରିଛନ୍ତି ବୋଲି ସେ କହିଛନ୍ତି | ଧର୍ମେନ୍ଦ୍ର ପ୍ରଧାନ ନିଜ ଜନ୍ମ ମାଟି ତାଳଚେର ପାଇଁ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତାଳଚେର ବାସୀ ହଜାର ହଜାର ସଂଖ୍ୟାରେ କୃତଜ୍ଞତା ଜଣାଇବା ପାଇଁ ସମାବେଶ ରେ ପହଁଚିବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ |ମହାପ୍ରଭୁ ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ ତାଳଚେର ବାସୀ ଙ୍କର ସେବା କରିବା ପାଇଁ ବୋଲି ସେ କହିଥିଲେ |ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ସାମଲ ଙ୍କ ସମେତ ବିଧାନସଭା ପ୍ରଭାରୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ ଓ ତାଳଚେର ମିଡ଼ିଆ ସେଲ ସଂଯୋଜକ ସୁଶାନ୍ତ ସାମଲ ଉପସ୍ଥିତ ଥିଲେ |