ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଚଣ୍ଡିଖୋଲର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦୀୟମାନ ମହିଳା ସଂଗଠନ ପକ୍ଷରୁ ଆୟୋଜିତ ଯାଜପୁର ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜଣେ ଆଦିବାସୀ ଝିଅ ଯାଜପୁର ସୁନ୍ଦରୀ ମୁକୁଟ ପିନ୍ଧିବାର ଗୌରବ ଅର୍ଜନ କରିଛନ୍ତି ! ବଡ଼ଚଣା ବ୍ଳକ ପୁବୁଲି କୋହ୍ଲା ଗ୍ରାମରେ ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦିପ୍ତିମୟୀ ମାହାନ୍ତ ନିଜ ଅଧ୍ୟବସାୟ ବଳରେ ଏହି ପ୍ରତିଯୋଗିତାର ସମସ୍ତ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ! ତାଙ୍କୁ ସମ୍ମାନ ସୂଚକ ରୁପା ତାରକସିର ମୁକୁଟ ସହ ପ୍ରଶସ୍ତିପତ୍ର ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯାଇଥିଲ! ସୁଶ୍ରୀ ଦିପ୍ତିମୟୀ ଚଣ୍ଡିିିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନ ଶେଷବର୍ଷ ଛାତ୍ରୀ ଅଟନ୍ତି ! ସେ ଅତି ଗରିବ ପରିବାରରେ ଜନ୍ମଗ୍ରହଣ କରି ଅଭାବ ଅନାଟନ ମଧ୍ୟରେ ସମୟ କାଟିଛନ୍ତି! ତେବେ ଅଭାବ ଅନାଟନ ତାଙ୍କ ପ୍ରତିଭା ନିକଟରେ ହାର ମାନିଛି ! ସେ କ୍ରୀଡା , ନୃତ୍ୟ , ସଂଗୀତ , ଅଭିନୟ , ଉପସ୍ଥାପନା , ଚିତ୍ରାଙ୍କନ , ହସ୍ତଶିଳ୍ପ , କବିତା ଆବୃତ୍ତି , ବକ୍ତୃତା , ସାଧାରଣଜ୍ଞାନ ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଦକ୍ଷତା ପ୍ରତିପାଦନ କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ! ସଂଗଠନ ପକ୍ଷରୁ ଆୟୋଜିତ ଉତ୍ସବରେ ଚଳଚ୍ଚିତ୍ର ଅଭିନେତା ଅଶୃମୋଚନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ଯାଜପୁର ସୁନ୍ଦରୀ ମୁକୁଟ ପିନ୍ଧାଇ ପୁରସ୍କୃତ କରିଥିଲେ ! ଏହି ବିଜୟ ପରେ ଦିପ୍ତିମୟୀଙ୍କ ପ୍ରତିଭାକୁ ସାଧାରଣରେ ପ୍ରଶଂସା କରାଯିବା ସହ ଶୁଭେଚ୍ଛା ପ୍ରଦାନ କରାଯାଇଛି!