Odisha news

ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଦିବାକର ପ୍ରଧାନ ଙ୍କ ପରିବାରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ତାଳଚେର ତା ୧୨/୦୬: ତାଳଚେର ର ବିଶିଷ୍ଟ ଶ୍ରମିକ ନେତା ଦିବାକର ପ୍ରଧାନ ଙ୍କ ର ଗତ ଜୁନ ଚାରି ତାରିଖ ଦେବସ୍ନାନ ପୁର୍ଣିମା ଦିନ ଦେହାନ୍ତ ହୋଇଯାଇଛି ।ଆଜି ସୋମବାର କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟେମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ତାଳଚେର ଦେଉଳବେଡା ସ୍ଥିତ ବାସଭବନ ରେ ପହଂଚି ଶୋକାକୁଳ ପରିବାର ବର୍ଗଙ୍କୁ ଭେଟି ଶାନ୍ତ୍ୱନା ଜଣାଇଛନ୍ତି । ସେ ଜଣେ ଉଚ୍ଚକୋଟୀର ଶ୍ରମିକ ନେତା ଥିବା ସହ ବିଶେଷ ଭାବେ କୋଇଲା ଖଣି ଶ୍ରମିକ ମାନଙ୍କ ପାଇଁ ବହୁ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ତାଙ୍କର ପରଲୋକ ଶ୍ରମିକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ । ତାଙ୍କର ପରିବାର ର ସମସ୍ତ ସଦସ୍ୟ ପୁଅ ସୁବାସ ପ୍ରଧାନ, ନରେଶ ପ୍ରଧାନ, ମହେଶ ପ୍ରଧାନ ଝିଅ ଓ ଝିଅ, ନାତି, ନାତୁଣୀ ଙ୍କ ସହ ଆଲୋଚନା କରିଥିଲେ ।କେନ୍ଦ୍ରମନ୍ତ୍ରୀ ଙ୍କ ସହ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ମିଡ଼ିଆ ସେଲ ଅ୍ମକ୍ଷ ପର୍ଶୁରାମ ବାରିକ, ଚୈତନ୍ୟ ପ୍ରଧାନ, କାଳନ୍ଦି ପ୍ରଧାନ, ଦୟା ସାଗର ମିଶ୍ର, ରଙ୍ଗାଧର ନାହାକ, ବିଭୁତି ପ୍ରଧାନ, ସ୍ୱାଧୀନ ଥମ୍ବ, ମନୋଜ ପ୍ରଧାନ, ବାଲ୍ମୀକି ପ୍ରସାଦ କେଶରୀ, ଜ୍ଞାନେନ୍ଦ୍ରୀୟ ସେଠି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply