ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଦର୍ପଣ ତହସିଲରେ ଦୀର୍ଘଦିନ ଧରି ଚାଲି ଆସିଥିବା ବେଆଇନ ମାଙ୍କଡା ଓ ମୋରମ ଖଣିରେ ଲୁଟପାଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନୂତନଭାବେ ଦାୟିତ୍ୱ ନେଇଥିବା ଭାରପ୍ରାପ୍ତ ତହସିଲଦାର ନିରଞ୍ଜନ ଗୁରୁ କଠୋର ପଦକ୍ଷେପ ଆରମ୍ଭ କରିଛନ୍ତି!ଏଥିନେଇ ଗତ ସପ୍ତାହରୁ ସମଗ୍ର ତହସିଲରେ ବିନା ଲିଜରେ ଥିବା ସମସ୍ତ ଖଣିରେ ନିୟମିତ ଚଢ଼ାଉ କରାଯାଇ ଦଶଟିରୁ ଉର୍ଦ୍ଧ୍ବ ଗାଡି ସିଜ କରାଯାଇଥିଲା ବେଳେ ଇତିମଧ୍ୟରେ ୬ଟି ଖଣିରେ ୧୪୪ ଜାରି କରାଯାଇଥିଲା! ଏଥିସହ ସୋମବାର ଦିନ ଆଉ ଦୁଇଟି ବେଆଇନ ଖଣିରେ ମଧ୍ୟ ୧୪୪ ଜାରି କରାଯାଇଛି! ଉକ୍ତ ତହସିଲର କେନ୍ଦୁଗଡିଆ ରାଇଝର ଖାତା ନମ୍ବଳ ୧୦୫ର ପ୍ଳଟ ନମ୍ବର ୪୯୯ ଓ ସମିଆ ପୁର୍ଣ୍ଣ ଚନ୍ଦ୍ର ପୁର ମୌଜା ଖାତା ନମ୍ବର ୧୦୦୨ର ପ୍ଳଟ ନମ୍ବର ୭୭/୪୩୮୧ରେ ଏହି ଦୁଇଟି ବେଆଇନ ମଙ୍କଡା ଖଣି ରହିଥିବା ଜଣାପଡିଛି! ନିଜେ ତହସିଲଦାର ଶ୍ରୀ ଗୁରୁ ପୋଲିସ ଫୋର୍ସ ସହ ଘଟଣା ସ୍ଥଳକୁ ଯାଇ ୧୪୪ ଜାରି କରିବା ସହ ସେହି ଦୁଇ ଖଣିରେ ନାଲି ପତାକା ପୋତିଥିଲେ! ତହସିଲଦାରଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି