Odisha news

କାଳବୈଶାଖି ସାଜିଲା ଦାଉ

0

ତାଳଚେର ତା ୧୨/୦୬ ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ପଂଚାୟତର ହରିଶଙ୍କର ସାହୁ (୨୯) ଗତ ୧୦ତାରିଖରେ ତାଳଚେର ଅଂଚଳରେ କାଳବୈଶାଖି ପ୍ରଭାବରେ ତାଙ୍କର ଘରର ଆଜବେଷ୍ଟ ଛପର ପବନରେ ଉଡ଼ାଇ ନେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଶ୍ରୀ ସାହୁ କ୍ଷୋଭର ସହ ପ୍ରକାଶ କରିଛନ୍ତି । ସେ ଗୋଟିଏ କମ୍ପାନୀରେ ଠିକାକର୍ମଚାରୀ ଭାବେ ସ୍ୱଳ୍ପ ବେତନରେ କାର୍ଯ୍ୟକରି ତାଙ୍କ ପରିବାର ଗୁଜୁରାଣ ମେଂଟାଇଥାନ୍ତି । ଏହି ପରିପ୍ରେକ୍ଷୀରେ ବେଡ଼ି ଉପରେ କରୋଡ଼ା ସଦୃଶ୍ୟ ତାଙ୍କ ପରିବାର ଉପରେ ଏହା ଏକ ବଡ଼ବୋଝ ହୋଇଛି । ତେଣୁ ତାଳଚେର ତହସିଲ ପକ୍ଷରୁ ସମ୍ପୃକ୍ତ ଆରଆଇ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply