Odisha news

ହିଙ୍ଗୁଳା ଏରିଆକୁ ପ୍ରଥମ କୋଇଲାମନ୍ତ୍ରୀ ପୁରସ୍କାର

0

ତାଳଚେର ତା ୧୨/୦୬ କୋଇଲା ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଏମସିଏଲର ହିଙ୍ଗୁଳା ଏରିଆକୁ ସମଗ୍ର କୋଲଇଣ୍ଡିଆରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହିଙ୍ଗୁଳା ଜିଏମ ଅରୁଣକୁମାର ସ୍ୱର୍ଣ୍ଣକାରଙ୍କୁ ବ୍ୟକ୍ତିଗତଭାବେ ନୂଆଁଦିଲ୍ଳୀ ଠାରେ ଆୟେଜିତ ଭବ୍ୟ ଉତ୍ସବରେ କୋଇଲାଖଣି ଏବଂ ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ହିଙ୍ଗୁଳା ଏରିଆ ଓ ବଳରାମ ଚଳିତବର୍ଷ ଉତ୍ପାଦନ ଏବଂ ଉତ୍ପାଦକତା ବର୍ଗରେ ପ୍ରଥମ ପୁରସ୍କାର ତଥା ବିଜେତା ଟ୍ରଫି ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ କୋଇଲା ସଚ୍ଚିବ, ଅତିରିକ୍ତ ସଚ୍ଚିବ କୋଲଇଣ୍ଡିଆ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ହିଙ୍ଗୁଳା ଏରିଆ ଏହି ଟ୍ରଫି ହାସଲ କରିବାରୁ ବିଭିନ୍ନ ଶ୍ରମିକ ସଂଗଠନ ଓ ଅଫିସର ସଂଘ ପକ୍ଷରୁ ଏକ ଭବ୍ୟ ସମ୍ବର୍ନ୍ଧନା ଉତ୍ସବ ପାଳନ କରାଯାଇ ଏହି ଟ୍ରଫିକୁ ଏକ ଶୋଭାଯାତ୍ରାରେ ନିଆଯାଇ ହିଙ୍ଗୁଳା ଜିଏମ ଅରୁଣ କୁମାର ସ୍ୱର୍ଣ୍ଣକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରମିକସଂଘ ପକ୍ଷରୁ ଅରୁଣ ପ୍ରଧାନ, ବିଜେନ୍ଦ୍ର ଖିଲାର୍‌, ଶଙ୍କର ବେହେରା, ସୁରେନ୍ଦ୍ର ଶର୍ମା, ଡ଼ାକ୍ତର ସାହୁ, କୁଞ୍ଜବିହାରୀ ପ୍ରମୁଖ ସମ୍ବର୍ନ୍ଧନା ଶୋଭାରେ ଯୋଗଦେଇ ଜିଏମଙ୍କୁ ସସ୍ୱର୍ନ୍ଧନା କରିଥିôଲେ । ଏଥିନେଇ ହିଙ୍ଗୁଳା ଏରିଆର ସମସ୍ତ କର୍ମଚାରୀ, ଠିକାକର୍ମଚାରୀ, ଠିକାଦାର, ଶ୍ରମିକ ସଂଗଠନର ସଦସ୍ୟ ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଜିଏମ ଶ୍ରୀ ସ୍ୱର୍ଣ୍ଣକାର ଦନ୍ୟବାଦ୍ ଅର୍ପଣ କରିଛନ୍ତି ।

Leave A Reply