Odisha news

ତିନିଦଫା ଦାବି ନେଇ ଗୁରୁଜାଙ୍ଗ ଗ୍ରାମବାସୀ ଦେଲେ ଦାବିପତ୍ର

0

ତାଳଚେର ତା ୧୩/୦୪ ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ମେଗାପାନୀୟଜଳ ପ୍ରକଳ୍ପ ବ୍ଲକ ଉନ୍ନୟନ ଅଧିକାରୀ ଆରଡ଼ବ୍ଲୁଏସଏସ୍ କର୍ମକର୍ତା, ତାଳଚେର ବିଧାୟକ, ବ୍ଲକ ଅଧିକାରୀଙ୍କ ପ୍ରତିନିଧି, ସରପଂଚ, ୱାର୍ଡ଼ ମେମ୍ବର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପଟି ଉଦଘାଟନ କାର୍ଯ୍ୟ ହୋଇଥିଲା । କିନ୍ତୁ ମେଗାଜଳ ପ୍ରକଳ୍ପର ପାଇପ୍ କାର୍ଯ୍ୟ ଏପର୍ଯ୍ୟନ୍ତ ସମାପ୍ତ ହୋଇ ନାହିଁ । ପ୍ରଥମେ ମେଗାଜଳ ପ୍ରକଳ୍ପ ଟାଙ୍କିକୁ ପାଣି ଯିବ, ତାପରେ ପୂର୍ବରୁ ଥିବା ଗ୍ରାମ ଜଳପ୍ରକଳ୍ପ ଟାଙ୍କିକୁ ପାଣି ଯିବ ଓ ଗ୍ରାମବାସୀମାନେ ପାଣି ପିଇବେ, କିନ୍ତୁ ବିଡ଼ିଓଙ୍କ ପରିଚୟ ପତ୍ର ସଂଖ୍ୟା ୫୯୧ରେ ସୂଚୀତ ଥିଲା ଯେ, ପୂର୍ବକମିଟି ପଂଚାୟତକୁ ହସ୍ତାନ୍ତର କରିବେ ଓ ପଂଚାୟତର ନିର୍ଦ୍ଦେଶକ୍ରମେ ପାଣି ଚାଲିବ ।

ବର୍ତମାନ ପୂର୍ବ କମିଟିର ସଭାପତି ପରମାନନ୍ଦ ସାହୁ ପଂଚାୟତକୁ ହସ୍ତାନ୍ତର ନକରି ପମ୍ପଘର ଓ ଓଭରେଡ଼୍ ଟାଙ୍କି ତାଲାପକାଇ ରଖିଛନ୍ତି । ସେହିପରି ଗୋଡ଼ିବନ୍ଧ ଡ଼ାକ୍ତରଖାନା ଚର୍ତୁପାଶ୍ୱର୍ରେ ଅସ୍ଥାୟୀ ଦୋକାନ ଗୃହ ଏବଂ ଚିକିତ୍ସାଳୟ ସାମ୍ନାରେ ଥିବା ଜଳଖିଆ ଦୋକାନରୁ ପ୍ରବଳମାତ୍ରାରେ ଧୂଆଁ ବାହାରୁଥିବାରୁ ପ୍ରଦ୍ୟୁଷଣ ହୋଇ ଚିକିତ୍ସାଳୟ ଓ ରୋଗୀଙ୍କ ଉପରେ ପ୍ରଭାବ ପକାଉଛି । ଏହି ଦୋକାନ ଗୃହ ଭାଙ୍ଗି ନୂତନ ଗୃହ ନିର୍ମାଣ ନିମନ୍ତେ ଜିଲ୍ଳା ଖଣିଜ ପାଣ୍ଠି ଓ ପଂଚାୟତ ନିଜସ୍ୱ ପାଣ୍ଠିରୁ ଅନୁଦାନ ଆସିଛି । ପ୍ରକାଶ ଯେ, କିଛି ଦୃର୍ବୁତ ଗ୍ରାମକୁ ପ୍ରବେଶ କରିବା ଓ ଉଭୟ ପାଶ୍ୱର୍ରେ କିଛି ଅସ୍ଥାୟୀ ଦୋକାନ ଘର କରି ଭଡ଼ା ପାଇବା ଆଶାରେ ମାଡ଼ିବସିଛନ୍ତି । ଗୁରୁଜାଙ୍ଗ ଗ୍ରାମକୁ ପ୍ରବେଶ କରିବା ନିକଟରେ ଏକ ଫାଟକ କରିବା ନିମନ୍ତେ ମଧ୍ୟ ଜିଲ୍ଳା ଖଣିଜପାଣ୍ଠିରୁ ଅନୁଦାନ ଆସିଛି । ଅସ୍ଥାୟୀ ଦୋକାନ ଘର ଗୁଡ଼ିକ ଥିବା ନିମନ୍ତେ ସ୍ଥାନ ସଠିକ୍ ଭାବେ ନିରୁପଣ ହୋଇପାରୁ ନାହିଁ, ସେ କାର୍ଯ୍ୟ ମଧ୍ୟ ବନ୍ଦ ହୋଇ ରହିଛି ।

ଏବଂ ଗୁରୁଜାଙ୍ଗ ଗ୍ରାମରେ ଥିବା ବ୍ରାହ୍ମଣୀନଦୀ କୂଳରେ ଦେଶୀ ମହୁଲି ଭାଟ୍ଟି ଦିନକୁ ଦିନ ତା’ ନିଜର ପତିଆର ବଢ଼ାଇବାରେ ଲାଗିଛି । ପ୍ରତ୍ୟେକ ଦିନ ପ୍ରାୟ ୨ଶହରୁ ୩ଶହ ଜଣ ଗ୍ରାହକ ଏବଂ ଖୁଚୁରା ବେପାରି ସେହି ଗ୍ରାମର ପୁରୁଣା ମୁଣ୍ଡରେ ଥିବା ଭାଟ୍ଟିକୁ ଯାଇ ମହୁଲି ମଦ ଦେଇ ବ୍ୟବସାୟ କରନ୍ତି, ତେଣୁ ଏହା ଦ୍ୱାରା ଗୁରୁଜାଙ୍ଗ ଗ୍ରାମ ଏବଂ ଏହାର ଆଖପାଖ ଅଂଚଳକୁ ସମ୍ପୂର୍ଣ୍ଣ ପ୍ରଭାବିତ କରୁଛି ଓ ତେବେ ଏପରି ଏହା ଚାଲୁ ରହିଲେ ଆଗାମୀ ଦିନରେ ଛୋଟଛୁଆଙ୍କ ଠାରୁ ଆରମ୍ଭ କରି ମହିଳାମାନଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବା ଆଶାଙ୍କା ରହୁଛି । ତେଣୁ ଏସବୁ ସମସ୍ୟାର  ଆଶୁ ସମାଧାନ ନିମନ୍ତେ ଗୁରୁଜାଙ୍ଗ ଗ୍ରାମବାସୀଙ୍କ ପକ୍ଷରୁ ଆଜି ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଳାପାଳ, ବ୍ଲକ ଉନ୍ନୟନ ଅଧିକାରୀ ତାଳଚେର, ତାଳଚେର ତହସିଲଦାର ଏହି ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ତାଳଚେର ଟାଉନଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ ବେଳେ ଜିଲ୍ଳାପରିଷଦ ବିଭୃପ୍ରସାଦ ପତି, ସରପଂଚ ଅମ୍ବିକା ତ୍ରିପାଠୀ, ଜାୟତ୍ରୀ ଖଟୁଆ, ଲକ୍ଷ୍ମୀ ବେହେରା, ସୌଭାଗିନୀ ବେହେରା, ପୂର୍ବତନ ସରପଂଚ ବାସନ୍ତୀ ନାଥ, ପୂର୍ବତନ ସମିତି ସଭ୍ୟ ଧିରେନ୍ ପାଣି, ତ୍ରିପୁର ବେହେରା, ବୀରବର ନାଥ, ହେମନ୍ତ ପାଣି, ପ୍ରେମାନନ୍ଦ ପାଣି, କପିଳେଶ୍ୱର ପାଣି, ଚର୍ତୁଭୂଜ ନନ୍ଦ, ଚର୍ତୁଭୂଜ ପାଣି, ନଡ଼ିଆ ନନ୍ଦ, ଜନକ ନନ୍ଦ, ସୁଶାନ୍ତ ପାଣି, ଅରେନ୍ ପାଣି, ପିଂଟୁ ପାଣି, ଦେବାନନ୍ଦ ପାଣି, ବିରେନ୍ ପାଣି, କାଳିଆ ପାଣି, ଇଶ୍ୱର ସେଠୀ, ଭଗବାନ ସାହୁ, ପଦ୍ମଚରଣ ବେହେରା, ରୋହିତ ପାଣି, ବିଜୟ ପାଣି, ଭାରତୀ ନାଥ, ଉମାକାନ୍ତ ନନ୍ଦ, ମହେଶ୍ୱର ସାହୁ, ବୁବୁ ପାଣି, ରଞ୍ଜନ ବେହେରା, ଦିପୁ ପାଣି, ପପୁ ପାଣି, ଜୟନ୍ତ ସାହୁ, ସୌମ୍ୟରଞ୍ଜନ କର, ତ୍ରିନାଥ ସେଠୀ, ଜ୍ୟୋତିପ୍ରକାଶ ପାଣି, ସାରଦା ପ୍ରସାଦ ପାଣି, ସୁନିଲ କର, ସରୋଜ ବେହେର, ଦୁଷ୍ମନ୍ତ ବେହେରା, ରଞ୍ଜନ ବେହେରା, ମାଗୁଣି ବେହେରା, ଅନୁକୂଳ ନାଥ, ରାଜେଶ ପାଣିଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Leave A Reply