ତାଳଚେର, ୧୩/୪ ଗତ ୨୦୨୨ ମସିହା ପାଇଁ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ଟପର ହୋଇ ରାଜ୍ୟପାଳଙ୍କ ଠାରୁ ସ୍ୱର୍ଣ୍ଣପଦକ ହାସଲ କଲେ ତାଳଚେର ଅଂଚଳର ଅଭିଲିପ୍ସା ପାଣି । ଗତ ୧୨ ତାରିଖ ଦିନ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍ ଙ୍କ ଠାରୁ ସୁଶ୍ରୀ ପାଣି ମାନପତ୍ର ଓ ସ୍ୱାର୍ଣ୍ଣପଦକ ଗ୍ରହଣ କରିଥିଲେ । ସୁଶ୍ରୀ ପାଣି ବିଶ୍ୱ ବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ଟପର ହୋଇ ତାଳଚେର ପାଇଁ ଗର୍ବ ଆଣିଛନ୍ତି । ସୁଶ୍ରୀ ପାଣି ବୋଟାନୀ ବିଭାଗରେ ଟପର ହୋଇଥିବାରୁ ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ ଓ ଶୁଭେଚ୍ଛୁ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସୁଶ୍ରୀ ପାଣି ତାଳଚେର ରେଳ ଷ୍ଟେସନ୍ ଠାରେ ରହୁଥିବା ଅଭୟ ପାଣି ଓ ପ୍ରଭାତି ପାଣିଙ୍କ କନ୍ୟା ଅଟନ୍ତି । ଭବିଷ୍ୟତରେ ଉଚ୍ଚ ଶିକ୍ଷା ଲାଭ କରି ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।