ତାଳଚେର(ତା-୧୩/୦୪/୨୦୨୩)-ମା ହିଙ୍ଗୁଳାଙ୍କ ପବିତ୍ର ଶିତୁଳା ଯାତ୍ରା ପାଳନ ଅବସରରେ ଏମସିଏଲ୍ ହିଙ୍ଗୁଳା କୋଇଲା କ୍ଷେତ୍ର ଅନ୍ତର୍ଗତ ପ୍ରତିଭା ମହିଳା ମଣ୍ଡଳ ପକ୍ଷରୁ ପାନୀୟ ଜଳ ଓ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଭା ମହିଳା ମଣ୍ଡଳର ଅଧ୍ୟକ୍ଷା ନିର୍ମଳା ସ୍ୱର୍ଣ୍ଣକରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହିଙ୍ଗୁଳା କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକର ଓ ସମ୍ମାନୀତ ଅତିଥି ଭାବରେ ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଅଜୟ କୁମାର ସିଂହ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ମା ହିଙ୍ଗୁଳାଙ୍କ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ବିଶୁଦ୍ଧ ପାନୀୟ ଜଳ,ଦହିପାଣି,ସରବତ ଆଦି ବିତରଣ କରାଯାଇଥିବା ବେଳେ ମା ହିଙ୍ଗୁଳାଙ୍କ ଅନ୍ନଭୋଗ ମଧ୍ୟ ବଂଟନ କରାଯାଇଥିଲା । ପ୍ରତିଭା ମହିଳା ମଣ୍ଡଳର ସଂପାଦିକା ମନୀଷା ସିଂହ,ଜ୍ୟୋସ୍ନା ଚିନାରା,ପିଙ୍କି ପ୍ରସାଦ,ରୋଜାଲିନ ଦାସ,ସଂଯୁକ୍ତା ପୃଷ୍ଟି,ସ୍ୱର୍ଣ୍ଣପ୍ରଭା ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାର ପ୍ରଥମ ଦିବସରେ ମଧ୍ୟ ମହିଳ।। ମଣ୍ଡଳ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ପାନୀୟ ଜଳ,ଆଖୁରସ,ଦହି ସରବତ,ତରଭୂଜ ଆଦି ବିତରଣ କରାଯାଇଥିଲା । ପ୍ରତିଭା ମହିଳା ମଣ୍ଡଳର ଏଭଳି କାର୍ଯ୍ୟକୁ ଶ୍ରଦ୍ଧାଳୁମାନେ ଭୂୟସୀ ପ୍ରଶଂସା କରିଥିଲେ ।