Odisha news

ଶିଳ୍ପନଗରୀ ତାଳଚେରରେ ଅଗ୍ନିବର୍ଷା ଛୁଇଁଲା ୪୨ଡ଼୍ରିଗ୍ରୀ

0

ତାଳଚେର ତା ୧୨/୦୪ ଶିଳ୍ପନଗରୀ ତାଳଚେରରେ ଆଜି ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ସର୍ବୋଚ୍ଚ ତାପମାତ୍ରା ୪୧.୬ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୫ଡ଼ିଗ୍ରୀ ରହିଥିବା ଜଣାପଡ଼ିଛି । ମାତ୍ର ଘରୋଇ ସୂତ୍ରରୁ ଏହା ୪୫ଡ଼ିଗ୍ରୀରୁ ଉର୍ଦ୍ଧ୍ୱ ଥିବା କୁହାଯାଉଛି । କ୍ରମାଗତ ଭାବେ ଆଜକୁ ୫ଦିନ ହେବ ତାପମାତ୍ରା ବୃଦ୍ଧିପାଇ ଆଜି ୪୨ ଡ଼ିଗ୍ରୀର ନିକଟତର ହୋଇଛି । ଏଥିନେଇ ଆଜି ତାଳଚେରରେ ସକାଳ ୧୦ ଘଟିକା ଠାରୁ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିବା ସହ ମଧ୍ୟାନ୍ନ ସମୟରେ ଦୋକାନ ବଜାର, ରାସ୍ତାଘାଟ ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା ଓ ପ୍ରବଳ ତାତିରେ ଦେହମୁହଁ ସିଝି ଯାଉଥିବା ବେଳେ ଖରା ପ୍ରକୋପ ଯୋଗୁଁ ତାତିଲା ଝାଞ୍ଜି ପବନ ବୋହୁଥିବାରୁ ଲୋକଙ୍କୁ ଅଣ ନିଶ୍ୱାସୀ କରୁଥିବା ଅନୁମାନ କରାଯାଏ । ଏବଂ ଗଛପତ୍ର ଖରାରେ ସିଝି ଝାଉଁଳି ପଡ଼ିଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷେ ଉତ୍କଟ ଜଳସଂଙ୍କଟ ସହ ନଦୀ, ନାଳ, କୂଅ, ପୋଖରୀ ସୁଖିଲା ପଡ଼ିବା ସହ ମାଟିର ଆଦ୍ରତା ବୃଦ୍ଧି ପାଇଛି । ଏବଂ କୋଇଲା ଗୁଣ୍ଡ ଧୂଳିଧୂଆଁରେ ଅଂଚଳରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply