Odisha news

ମୃତ ଏମସିଏଲ କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି : କେ. ଲଚ୍ଛମାରେଡ୍ଡି

0

ତାଳଚେର ତା ୧୨/୦୪ ବସୁନ୍ଧରା ଏରିଆ ଗର୍ଜନବାହାଳ ମଦାନ ଠାରେ ତା ୧୧/୦୪/୨୦୨୩ରିଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଏମସିଏଲର ଜଣେ ଅଧିକାରୀ ଏବଂ ଜଣେ କର୍ମଚାରୀଙ୍କର ପ୍ରାଣହାନୀ ଘଟିଛି ଏବଂ ଅନ୍ୟ ୫ଜଣଙ୍କ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧିନ ରହିଥିବା ଘଟଣାକୁ ମାଇନ୍ସ ରୋଲ ଅନୁସାରେ କୋର୍ଟ ଅଫ୍ ଇନକ୍ୱାରୀ ହେବା ନିମନ୍ତେ ଦାବି କରି ଆଜି ସାଉଥବଲଣ୍ଡା ବିଏମଏସ୍ ନିଜସ୍ୱ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୂର ସଂଘ (କୋଇଲା ପ୍ରଭାରୀ), ଜେବିସିସିଆଇ ସଦସ୍ୟ କେ ଲଚ୍ଛମା ରେଡ୍ଡି ଏହା ପ୍ରକାଶ କରିବା ସହିତ ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିବା ପରିବାରଙ୍କୁ କ୍ଷତିପୂରଣ ରାଶି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଦାବି କରିଥିଲେ । ସେହିପରି ୧୧ତମ ବେତନ ଚୁକ୍ତିନାମାର ନବମ ବୈଠକ ଆସନ୍ତା ୧୮/୦୪/୨୦୨୩ ରିଖରେ ସିଆଇଏଲର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ଏଥିରେ ଯଥାଶିଘ୍ର ବେତନ ଚୁକ୍ତିନାମାର ସମ୍ପୂର୍ଣ୍ଣ କରିବା ନିମନ୍ତେ, ଶ୍ରୀ ରେଡ୍ଡି ଦାବି କରିଛନ୍ତି । ଏହା ସଫଳ ହେଲେ କୋଇଲା ଖଣିରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଶ୍ଚିତଭାବେ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଅଖିଳଭାରତୀୟ ଖଦାନ ମଜଦୂର ସଂଘ, ଭାରତୀୟ ମଜଦୂର ସଂଘ ଅରୁଣ କୁମାର ପ୍ରଧାନ, ତାଳଚେର କୋଇଲା ଖଣି ମଜଦୂର ସଂଘ ସୁବାଷ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ତାଳଚେର କୋଇଲା ଖଣି ମଜଦୂର ସଂଘ, ବିରେନ୍ କୁମାର ଖିଲାର ସମେତ ଆନନ୍ଦ ଆଚାର୍ଯ୍ୟ, ମନୋରଞ୍ଜନ ପ୍ରଧାନ, ଭରତ ଭୂତିଆ, ବିଶ୍ୱରଞ୍ଜନ ପଣ୍ଡା, ପ୍ରଦୀପ ପ୍ରଧାନ ଓ ବିଏମଏସର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply