ତାଳଚେର ତା ୧୧/୦୪ ତାଳଚେର ଟ୍ରକମାଲିକ ସଦସ୍ୟଙ୍କ ଭୋଟର ତାଲିକାକୁ ନେଇ ସଂଘରେ ଘନେଇଲା ବିବାଦ । ତାଳଚେର ଟ୍ରକମାଲିକ ସଂଘର ପ୍ରତି ଦୁଇବର୍ଷରେ ସଂଘ ପକ୍ଷରୁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଏଥିରେ ପଞ୍ଜିକୃତ ହୋଇଥିବା ଟ୍ରକମାଲିକ ସଦସ୍ୟ ଓ ସଦସ୍ୟାମାନେ ନିର୍ବାଚନରେ ଭାଗ ନେଇ ସେମାନେ ତାଙ୍କର ନିୟମ ଅନୁଯାୟୀ ମତଦାନ ସାବ୍ୟସ୍ତ କରିଥାନ୍ତି । ଏହି ନିର୍ବାଚନର ଅବଧି ମାର୍ଚ୍ଚ ୩୧ରେ ଶେଷ ହୁଏ ଓ ପୁନଶ୍ଚ ନିର୍ବାଚନ ହୋଇଥାଏ । ଏହି କ୍ରମରେ ନିର୍ବାଚନ ଅଧିକାରୀ ଆଗାମୀ ୧୬ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ କରାଯାଇ ନୂତନ କର୍ମକର୍ତା ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ସଂଘ ପକ୍ଷରୁ ଗତ ୨୯/୦୩/୨୦୨୩ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଭୋଟର ତାଲିକା ସଂଶୋଧନ କରି ନିର୍ବାଚନ କରିବାକୁ ସଦସ୍ୟମାନେ ଅଡ଼ି ବସିଥିଲେ । ମାତ୍ର ଏହାର ସଂଶୋଧନ ନକରି ଅତି ତରବରିଆ ଭାବେ ୧୬ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ଆଜି ହାଟତୋଟା ସ୍ଥିତ ଟ୍ରକମାଲିକ ସଂଘ କାର୍ଯ୍ୟାଳୟ ଠାରେ ପୂର୍ବତନ ସଭାପତି ଟୁକୁନା ସ୍ୱାଇଁ, ପୂର୍ବତନ ସାଧାରଣ ସମ୍ପାଦକ ଏମଡ଼ି ସୌକତ୍, ପୂର୍ବତନ କୋଷାଧ୍ୟକ୍ଷ ମନୋଜ ରାଏ, ପୂର୍ବତନ ଉପସଭାପତି ଜିତେନ୍ଦ୍ର ରାଏ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀ ଏହା ଅଭିଯୋଗ କରିଥିଲେ ।
ପୁନଶ୍ଚ ସେମାନେ ପ୍ରକାଶ କରିଥିଲେ ଯେ, ବାଇଲୋ ଅନୁଯାୟୀ ଯେଉଁମାନଙ୍କ ନାମମେର ଟ୍ରକ ରହିଥିବ ସେମାନେ ସଂଘର ସଦସ୍ୟ ହୋଇପାରିବେ ଓ ଭୋଟଦାନରେ ଭାଗ ନେଇପାରିବେ ଓ ଟ୍ରକମାଲିକଙ୍କ ନମିନ୍ ହିସାବରେ ଭୋଟ ଦେବାର ଅଧିକାର ରହିଛି । ମାତ୍ର ସଂଘର କୌଣସି ପଦପଦବୀରେ ନିର୍ବାଚନ ଲଢ଼ିବା ନିୟମ ନାହିଁ । ତେବେ ବର୍ତମାନ ୧ହଜାର ୫୧ଜଣ ଉକ୍ତ ସଂଘର ସଦସ୍ୟ ଅଛନ୍ତି । ସେଥି ମଧ୍ୟରୁ ୧ଶହରୁ ଉର୍ଦ୍ଧ୍ୱଙ୍କ ନାମରେ ଟ୍ରକ ନଥିବା ପରିବର୍ତେ ସେହି ସଦସ୍ୟଙ୍କ ନାମରେ ଅଟୋ, ଜେସିବି୍, କାର୍ ମୋଟରସାଇକେଲ ଇତ୍ୟାଦି ଗାଡ଼ିଥିବା ଏମ ପରିବହନରେ ଯାଂଚ୍ କରିବାରୁ କିଛି ସଦସ୍ୟ ଏହା ଜାଣିବାକୁ ପାଇଥିଲେ ଏବଂ ଅନ୍ୟ କେତେକ ସଦସ୍ୟଙ୍କ ଟ୍ରକ ଗୁଡ଼ିକ ବିକ୍ର କରିସାରିବା ପରେ ମଧ୍ୟ ଭୋଟର ତାଲିକାରେ ନାମ ଥିବା ସେ ଏହା ଅଭିଯୋଗ କରିଛନ୍ତି । ଏନେଇ ଅରବିନ୍ଦ ଭୂତିଆ, ସଂଗ୍ରାମ କେଶରୀ କୁଅଁର, ଧନେଶ୍ୱର ମହାପାତ୍ର, ସନଜ୍ ସ୍ୱାଇଁ ପ୍ରମୁଖ ଅନୁଗୋଳ ଏଡ଼ିଏମଙ୍କୁ ସାକ୍ଷାତ୍ କରି ଭୋଟର ତାଲିକା ସଂଶୋଧନ କରି ନିର୍ବାଚନ କରାଯାଉ ବୋଲି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହ ପୂର୍ବତନ ଟ୍ରକମାଲିକସଂଘ ସଭାପତି ଟୁକୁନା ସ୍ୱାଇଁ ଏହି କ୍ରମରେ ମାନ୍ୟବର ଉଚ୍ଚନ୍ୟାୟଳୟରେ ଏକ ମାମଲା ରୁଜୁ କରିଥିବା ସେ ଏହା ପ୍ରକାଶ କରିଛନ୍ତି ।