ତାଳଚେର : ତାଳଚେର ସାର କାରଖାନା ପରିଦର୍ଶନ କରିବା ପାଇଁ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସାର ଓ ରସାୟନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶନିବାର ପୂର୍ବାହ୍ନ ରେ ପହଂଚି ଥିଲେ |ହେଲିପ୍ୟାଡ଼ ଠାରେ ଉଭୟ କେନ୍ଦ୍ରମନ୍ତ୍ରୀ ପହଂଚିବା ପରେ ବିଜେପି ପକ୍ଷରୁ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ନେତୃତ୍ୱରେ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା |ତାଳଚେର ରେ ସାର କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ 17000 କୋଟି ଟଙ୍କାର ପ୍ରକଳ୍ପ ହେବାକୁ ଯାଉଛି ଏବଂ ଏଥିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରେ ସାଢେ ଚାରି ହଜାର ବେକାର ଯୁବକ ଯୁବତୀ ନିଯୁକ୍ତି ପାଇବେ ବୋଲି କାଳନ୍ଦି ସାମଲ ପ୍ରକାଶ କରିଥିଲେ |ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅହରହ ଅନୁଗୁଳ ଜିଲ୍ଲା କାହିଁକି ସମଗ୍ର ଓଡିଶା ପ୍ରଦେଶ ର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ |ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ବରିଷ୍ଠ ନେତା ଯଯାତି ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଓ ସୁଦିପ ଗଡ଼ନାୟକ ଙ୍କ ସମେତ ସମସ୍ତ ଜିଲ୍ଲା ଓ ମଣ୍ଡଳ ର ପଦାଧିକାରୀ ଙ୍କ ସହ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |