ତାଳଚେର ତା ୨୮/୧୧ ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ୍ ସ୍କୁଲ ବାର୍ଷିକ ଲାଇବ୍ରେରୀ ବିଜ୍ଞାନ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଆଂଚଳିକ ନିର୍ଦ୍ଦେଶାଳୟ ଓଡ଼ିଶା ଜୋନ ‘ଡି଼’ ୮ଟି ସ୍କୁଲର ଲାଇବ୍ରେରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ । ଏଥିରେ ଆଂଚଳିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରି ବର୍ତମାନର ପରିସ୍ଥିତିରେ ଲାଇବ୍ରେରୀରେ ବିଭିନ୍ନ ପ୍ରକାର ବହି ପଢ଼ିବା ଜରୁରୀ ପଡ଼ିଥିବା ବେଳେ ଲାଇବ୍ରେରୀ ଶିକ୍ଷକମାନଙ୍କ କର୍ତବ୍ୟ କ’ଣ ହେବା ଦରକାର ତାହା ପ୍ରକାଶ କରିଥିଲେ । ଏଥିସହ ବିଦ୍ୟାଳୟ ଅଧ୍ୟକ୍ଷା ତପସ୍ୱିତୀ ମିଶ୍ର ମୋବାଇଲ୍ ଯୁଗରେ ବହି ପଢ଼ିବା ଉପରେ ଆଲୋକପାତ କରିଥିଲେ । ସ୍କୁଲ ଲାଇବ୍ରେରୀ ଶିକ୍ଷୟତ୍ରୀ ମମିତା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଥିଲେ ଓ ଜୟଦେବ ଚକ୍ରବର୍ତୀ ମଂଚ ପରିଚାଳନା କରିଥିଲେ । ଅନନ୍ତ ବିହାରର ଡ଼ିଏଭି ସ୍କୁଲ ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଧନ୍ୟବାଦ୍ ଅର୍ପଣ କରିବା ସହ ସମସ୍ତ ସ୍କୁଲର ଅଧ୍ୟକ୍ଷ, ଅଧ୍ୟକ୍ଷା ଶୁଭେନ୍ଧୁ ଶେଖର ବୋଷ, ମାନସ ପୃଷ୍ଟି, ଅହଲ୍ୟା ବାଇ, ସରିତା ପୁଜାରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିବା ସହିତ ଏହାର ସମାପନ କରିଥିଲେ ।