Odisha news

ବଣୁଆ ହାତୀପଲ ସହର ମୁହାଁ : ସନ୍ଧ୍ୟା ହେଲେ ପଡ଼ୁଛି ତାଟିକବାଟ

0

ତାଳଚେର ତା ୨୮/୧୧ ଖାଦ୍ୟ ଅନ୍ୱେଷଣରେ ଏବେ ବଣୁଆ ହାତୀ ସହର ମୁହଁ ହୋଇପଡ଼ିଛନ୍ତି । ବନବିଭାଗ, ପୋଲିସ୍ ଓ ଅଂଚଳବାସୀ ସେମାନଙ୍କୁ ଘଉଡ଼ାଇବାକୁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇପଡ଼ିଥିବା ଘଟଣା ଲୋକଙ୍କ ନିଦ ହଜାଇ ଦେଇଛି । ଖବରରୁ ଜଣାଯାଏ ପ୍ରାୟ ୪୬ଟି ବଣୁଆ ହାତୀ ଢ଼େଙ୍କାନାଳ ଜିଲ୍ଳା ପର୍ଜଙ୍ଗ ଅଂଚଳରୁ ବ୍ରାହ୍ମଣୀନଦୀ ଗର୍ଭଦେଇ କଙ୍କିଳି ଓ ଧରମପୁର ପଂଚାୟତରେ ଦୀର୍ଘ ୧ମାସରୁ ଉର୍ଦ୍ଧ୍ୱ ହେବ ଆତଙ୍କ ରାଜ ଚଳାଇଛନ୍ତି । ସନ୍ଧ୍ୟା ହେଲେ ଏହି ଦୁଇଟି ପଂଚାୟତବାସୀ ହାତୀପଲଙ୍କ ଭୟରେ ତାଟିକବାଟ ଦେଇ ବାହାରକୁ ବାରିବା ଉଚିତ ମଣୁନାହାନ୍ତି । ଏହି ବଣୁଆ ହାତୀଗୁଡ଼ିକ ଗତକାଲି ବିଳମ୍ବିତ ରାତ୍ରୀରେ ହରିପରପୁର ଗ୍ରାମରେ ଜଣଙ୍କ ଘରେ ପଶି ବାଡ଼ି ଫସଲପାତି ନଷ୍ଟ କରିବା ସହିତ ତାଙ୍କ ଘରର ପଛପାଖ କବାଟ ଭାଙ୍ଗି ଦେଇଥିବା ଘଟଣା ସେହି ଗ୍ରାମରେ କୋକୁଆ ଭୟ ସୃଷ୍ଟି କରିବା ସହିତ ରାତିସାରା ହାତୀମାନେ ବିକଟାଳ ଶଦ୍ଦ କରି ରାସ୍ତାରେ ଚଳପ୍ରଚଳ କରୁଥିବାରୁ ଅଂଚଳବାସୀ ଶାନ୍ତିରେ ଶୋଇ ପାରୁନାହାନ୍ତି । ସେହଅଂଚଳରେ ରହିଥିବା ହାତୀପଲ ବାଉଁଶ, କଦଳୀ, ପନିପରିବା ଓ ଧାନ ଗଛ ଗୁଡ଼ିକୁ ଖାଇ ସହିତ ବ୍ୟାପକ ଫସଲ ନଷ୍ଟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ହାତୀପଲ ଆଜି ଧରମପୁର ପଂଚାୟରେ ପଶି ଆତଙ୍କରାଜ ଚଳାଇଥିବା ଖବର ହସ୍ତଗତ ହୋଇଛି ।

IEC 2 years
Leave A Reply