ତାଳଚେର ତା ୨୮/୧୧ ଗତ ଦୁଇଦିନ ତଳେ ଏନଟିପିସି ରେଲୱେଗେଟ୍ ବାଙ୍କଧରା ଛକ ନିକଟରେ କାର୍ଯ୍ୟରତ ଠିକାକର୍ମଚାରୀ ଧରମପୁର ପଂଚାୟତ ଶଇନାଳି ଗ୍ରାମର ଦୁଷ୍ମନ୍ତ ସାହୁ(୪୦)ଙ୍କ ଦୁର୍ଘଟଣା ରେ ଗୁରୁତର ଆହାତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଦୁର୍ଭଗ୍ୟା ବିଷୟ ଆଜି ତାଙ୍କର ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ କ୍ଷତିପୂରଣ ଓ ତାଙ୍କ ଭାଇକୁ ଏନଟିପିସିରେ ନିଯୁକ୍ତି ଦାବିକରି ପରିବାର ଲୋକ ସେହି ବାଙ୍କଧରା ଛକ ଜାତୀୟ ରାସ୍ତା ଉପରେ ଶବରଖି ଆନ୍ଦୋଳନ କରିଥିବା ଜଣାପଡ଼ିଛି । ଫଳରେ ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ସଂଖ୍ୟକ ଯାନବାହାନ ଅଟକି ରହବା ସହିତ ଲିଙ୍ଗରାଜ କୋଲକରିଡ଼ର ରାସ୍ତାରେ କୋଇଲା ବୋଝଇ ଟ୍ରକ ଓ ଏନଟିପିସିକୁ ଟ୍ରେନ ଯୋଗେ କୋଇଲା ପରିବହନ କରୁଥିବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହା ଫଳରେ ସେଠାରେ ଏକ ଉତେଜନାପୂର୍ଣ୍ଣ ଅବସ୍ଥା ଦେଖାଦେଇଛି । ଖବର ଲେଖା ହେଲା ବେଳକୁ ପ୍ରଶାସନ, ଏନଟିପିସି କର୍ତୁପକ୍ଷ କେହି ହେଲେ ଘଟଣା ସ୍ଥଳରେ ପଂହଚି ନଥିବା ଜଣାପଡ଼ିଛି ।
