Odisha news

ଅମୃତମହୋତ୍ସବ ଉପଲକ୍ଷେ ମଟର ସାଇକେଲ ଶୋଭାଯାତ୍ରା

0

ତାଳଚେର ତା ୧୧ା୦୮: ସକାଳ ୯ଘଟିକାରେ ସ୍ଥାନୀୟ ତାଳଚେର ଅଧିଷ୍ଠାତ୍ରୀଦେବୀ ମା’ହିଙ୍ଗୁଳାଙ୍କ ପୀଠ ତାଳଚେର ଉପଖଣ୍ଡର ଅମୃତମହୋତ୍ସବ ସମିତି ପକ୍ଷରୁ ୨୫ଟି ଦୀପପ୍ରଜ୍ଜ୍ୱଳନ କରି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ଏ ଅଂଚଳର ‘ପଂଚସଖା ସଂଗ୍ରାମୀ’ ସର୍ବଶ୍ରୀ ପୋଇପାଳ ଗ୍ରାମର ପବିତ୍ର ମୋହନ ପ୍ରଧାନ, ହାଣ୍ଡିଧୂଆଁ ମାଗୁଣି ପ୍ରଧାନ, ବନ୍ତୋଲ କୃତୀବାସ ରଥ, ବିଜିଗୋଳ ଦାସରଥି ପାଣି, ବୁରୁକୁନା ଗୌରହରି ପ୍ରଧାନ ଏବଂ ତାଳଚେରର ଅନ୍ୟ ସଂଗ୍ରାମୀମାନଙ୍କୁ ସ୍ମରଣ କରାଯାଇଥିଲା । ମା’ହିଙ୍ଗୁଳା ପୀଠ ଠାରେ ରାଜେନ୍ଦ୍ର ସିଂହଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୂଜା ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ତ୍ରିରଙ୍ଗା ପତାକା ଧରି ମଟରସାଇକେଲ ଶୋଭାଯାତ୍ରା ଦିବା ୧୦ଘଟିକାରେ ଆରମ୍ଭ କରାଯାଇ କଳମଛୁଇଁ, ଡ଼ଅଁରା, ଭରତପୁର ଛକ, ସାଉଥବଲଣ୍ଡା, ଘଂଟପଡ଼ା, ମା’କାଳିମନ୍ଦିର ଛକ, ଡ଼େରାଛକ ହୋଇ ତାଳଚେର ଟାଉନ୍ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଠାରେ ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅମୃତ ମହୋତ୍ସବ ସମିତିର ସଂଯୋଜକ ଶ୍ରୀକାନ୍ତ କୁମାର ବିଶ୍ୱାଳ, ସହସଂଯୋଜକ ମନୋଜ ପ୍ରଧାନ ଓ ନିରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଅଗଷ୍ଟମାସ ୧୩, ୧୪, ୧୫ ତାରିଖ ପର୍ଯ୍ୟନ୍ତ ତାଳଚେରର ସମସ୍ତ ଜନସାଧାରଣଙ୍କ ଘରେଘରେ ତ୍ରିରଙ୍ଗା ପତାକା ଲଗାଇବାକୁ ଅମୃତମହୋତ୍ସବ ସମିତର ଗିରିଧାରୀ ଶତପଥୀ ନିବେଦନ କରିଥିଲେ । ସମସ୍ତଙ୍କ ଘରେ ୧୫ ଅଗଷ୍ଟ ସକାଳ ୬.୩୦ମି ବନ୍ଦେମାତାରମ୍ ଗାନ କରିବାକୁ ଅନୁରୋଧ କରିଥିଲେ । ଅମୃତମହୋତ୍ସବ ସମିତର ସମସ୍ତ କାର୍ଯ୍ୟକର୍ତା ଏହି ମଟରସାଇକେଲ ଶୋଭାଯାତ୍ରାରେ ସାମିଲଥିଲେ ।

Leave A Reply