Odisha news

ଟ୍ରକ ଧକ୍କାରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ, ଉତ୍ତ୍ୟକ୍ତ ଲୋକେ ଅବରୋଧ କଲେ ଚନ୍ଦକା-ପିତାପଲ୍ଲୀ ରାସ୍ତା

0
ବାରଙ୍ଗ  :  ବିଏମସି ଅଳିଆ ବୋଝେଇ ଟ୍ରକ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ଚନ୍ଦକା-ପିତାପଲ୍ଲୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଦାରୁଠେଙ୍ଗ, ଚନ୍ଦକା ଓ ଆଖପାଖ ଗାଁ ଲୋକେ ଡମ୍ପିଂୟାଡର ସ୍ଥାୟୀ ସମାଧାନ ଓ ବିଏମସି ଗାଡି ଉପରେ ଲଗାମ ଲଗାଇବା ଦାବି ନେଇ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପହଁଚି ଗାଁ ଲୋକଙ୍କୁ ସମର୍ଥନ ଜଣାଇ ସେ ମଧ୍ୟ ଧାରଣାରେ ବସିଥିଲେ । ଅନ୍ୟପଟେ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ମଧ୍ୟ ଧାରଣାରେ ବସିଥିଲେ ।  ଫଳରେ ସେଠାରେ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି  ହୋଇଥିଲା । ତେବେ ଘଟଣାକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ସୂଚନା ଅନୁସାରେ,
ଗତ ରବିବାରଦିନ  ଦାରୁଠେଙ୍ଗ ଗାଁମୁଣ୍ଡରେ ଅଳିଆନେଇ ଆସୁଥିବାଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିଲେ  ଦାରୁଠେଙ୍ଗଗ୍ରାମର ଟୁକୁନା ରାଉତୟଙ୍କ ପୁତ୍ରରେଶବ(୨୦) ।   ଚିକିସ୍‌ାଧିନ ଅବସ୍ଥାରେ ଶୁକ୍ରବାରଦିନ ମୃତ୍ୟୁବରଣ କରିଛନ୍ତି ।ରେଶବର ମୃତ୍ୟୁ ଖବର ଜଣାପଡିବାପରେ ଦାରୁଠେଙ୍ଗ ଗାଁରେ ଉତେଜନା ଦେଖାଦେବା ସହ ସକାଳ ୮ଟାରୁ ଉତ୍ୟକ୍ତ ଗ୍ରାମବାସୀମାନେ ଗାଁମୁଣ୍ଡର ଜୁଝଗଡ ବସଷ୍ଟାଣ୍ଡ ଓ ଡମ୍ପିୟାର୍ଡ ରାସ୍ତାମୁହଁରେ ଦୁଇଟିଜାଗାରେ ରାସ୍ତା ଅବରୋଧ କରିଥିଲେ ।ଉତ୍ୟକ୍ତ ଯୁବକମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ  ପିତାପଲି ବାରଙ୍ଗ ମୁଖ୍ୟ ରାସ୍ତାରେ ଯାତାୟତ ଢପ ହୋଇଯାଇଥିଲା ।ଦିନତମାମ ଲାଗିରହିଥିବା ଝିପିଝିପି ବର୍ଷାକୁ ଖାତିର ନକରି ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ ।
ମୃତକଙ୍କ ପରିବାରକୁ ୫୦ଲକ୍ଷଙ୍କା କ୍ଷତିପୁରଣ ସହ ଡମ୍ପିୟାର୍ଡରେ ଅଳିଆ ନପାକାଇବା ଦାବୀ ନେଇ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ ।ଖବରପାଇ ଚନ୍ଦକାଥାନାପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ପୋଲିସର କଥାକୁ ଗ୍ରାମବାସୀମାନେ ଶୁଣିନଥିଲେ ।ରାସ୍ତାରୋକ କରିଥିବା ଗ୍ରାମବାସୀମାନଙ୍କ ପାଖରେ ଗୋଟିଏ ପଟେ  ଜଟଣୀ ବିଧାୟକ ସୁରେଶକୁମାରରାଉତରାୟ, ଲୋକ ଙ୍କ ସହିତ ରହିଥିବା ବେଳେ ଆଉ ଗୋଟେ ପଟେ ବିଜେଡି ଜିଲ୍ଲାସଭାପତି ବିଭୁତି ଭୁଷଣ ବଳବନ୍ତରାୟ ପହଁଚିବା ସହ ସେମାନଙ୍କୁ ସମର୍ଥନ ଜଣାଇଥିଲେ ।ପରେ ଦୁଇପ୍ଲାଟୁନ ପୋଲିସଫୋର୍ସଧରି ଆଡସିନାଲ ଡିସିପି ପ୍ରକାଶଚନ୍ଦ୍ରପାଲ୍ ଓ ଏସିପି ରମେଶଚନ୍ଦ୍ରବିଶୋଇ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀମାନଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ରହି ଶାନ୍ତିଶୃଙ୍ଗଳାର ସହ ରାସ୍ତା ଉପରେ ସେହିଭଳିଭାବେ ବସିରହିଥିଲେ ।୪ଟାରେ ଉପଜିଲ୍ଲାପାଳ ଦେବବ୍ରତସାହୁ, ତହସିଲଦାର  ପ୍ରଦୀପସାହୁ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିଥିଲେ । ୧୫ତାରିଖ ପରେ ଗ୍ରାମବାସୀମାନଙ୍କ ଦାବୀ ଉପରେ ବିଏମସି,ପୋଲିସ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଆଲୋଚନା କରାଯାଇ ସମାଧାନ କରାଯିବାର ପ୍ରତିଶୃତି ଦେବାରୁ ସାଢେ୪ଟାରେ ରାସ୍ତାଉପରୁ ଗ୍ରାମବାସୀମାନେ ଉଠିଥିଲେ ।ଏହାପରେ ସ୍ୱାଭାବିକଭାବେ ଗାଡିମଟର ଚଳାଚଳ ହୋଇପାରିଥିଲା ।
Leave A Reply