ଟି – ସାର୍ଟ, ଏହି ପୋଷାକ ଟି ଆଜିର ଆଧୁନିକ ଯୁବ ପିଢ଼ି ଙ୍କ ମଧ୍ୟରେ ଖୁବ ଆଦୃତ l ଛୋଟ ପିଲା ଠାରୁ ନେଇ ଯୁବକ ଓ ବୃଦ୍ଧ ବ୍ୟକ୍ତି ସମସ୍ତଙ୍କ ର ପ୍ରଥମ ପସନ୍ଦ ହେଉଛି ଟି – ସାର୍ଟ l କଣ ଟି – ସାର୍ଟ ପିନ୍ଧିବା ସମୟରେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ଟି – ସାର୍ଟ ର ପିନ୍ଧିବା କେବେଠୁ ଆରମ୍ଭ ହେଲା ଓ ଏହାକୁ କିଏ ଉଦ୍ଭାବନ କରିଥିଲେ ? ଆଜି ଆସନ୍ତୁ ଜାଣିବା ଏହି ସୁନ୍ଦର ପୋଷାକ ଟି – ସାର୍ଟ ବିଷୟରେ l
କିଭଳି ହେଲା ଟି – ସାର୍ଟ ର ଆରମ୍ଭ -:
ବିଶେଷ ଭାବରେ T – ସାର୍ଟ ର ଆରମ୍ଭ ଅଣ୍ଡର ଗାର୍ମେଣ୍ଟ ପୋଷାକ ଭାବରେ ହୋଇଥିଲା l ଅର୍ଥାତ T – ସାର୍ଟ ପୂର୍ବେ ବନିଆନ ଭଳି ସାର୍ଟ ତଳେ ପିନ୍ଧିବା ଆରମ୍ଭ ହୋଇଥିଲା l ଏବଂ ସର୍ବ ପ୍ରଥମେ ଏହାକୁ ଆମେରିକାର ଶ୍ରମିକ ମାନେ ପିନ୍ଧିବା ଆରମ୍ଭ କରିଥିଲେ l କାହିଁକି ନା ୧୯୦୦ ଶତାବ୍ଦୀ ବେଳକୁ ଆମେରିକୀୟ ଶ୍ରମିକ ଜମ୍ପ ସୁଟ ପିନ୍ଧୁଥିଲେ l ଗରମ ରୁ ରକ୍ଷା ପାଇବା ପାଇଁ ଆମେରିକୀୟ ସୈନିକ ମାନେ ନିଜ ଜମ୍ପ ସୁଟ କୁ ଦୁଇଭାଗରେ ବାଣ୍ଟି ଦେଇଥିଲେ l ଏହାପରେ T – ସାର୍ଟ ର ଉତ୍ପାଦନ ୧୮୯୮ ରେ ଆରମ୍ଭ ହେଲା l ୧୯୧୩ ରେ T – ସାର୍ଟ କୁ ଆମେରିକୀୟ ନୌ ସେନାରେ ୟୁନିଫର୍ମ ଭାବରେ ସାମିଲ କରାଗଲା l
ଏବଂ ଏହାପରେ ୧୯୨୦ ରେ ପ୍ରଥମ ଥର T – ସାର୍ଟ କୁ ଇଂରାଜୀ ଡିକ୍ସନାରୀ ରେ ସାମିଲ କରାଗଲା l ୧୯୫୦ ରେ ଆମେରିକୀୟ ଅଭିନେତା ମାରଲନ ବ୍ରାଂଡୋ ଓ ଜେମ୍ସ ଡିନ ଙ୍କ ଦ୍ୱାରା ପ୍ରଥମ ଥର ହଲିଉଡ଼ ଚଳଚିତ୍ର ରେ ପିନ୍ଧା ଯାଇଥିଲା l କିନ୍ତୁ ଏହାପରେ ମଧ୍ୟ T – ସାର୍ଟ ଲୋକ ଙ୍କ ନିକଟରେ ଏତିକି ଆଦୃତ ନଥିଲା l ପାଖାପାଖି ୧୯୭୦ ରେ ମହିଳା ମାନେ ଧୀରେ ଧୀରେ T – ସାର୍ଟ ପିନ୍ଧିବା ଆରମ୍ଭ କରିଥିଲେ l ପୂର୍ବେ T – ସାର୍ଟ ର ଲମ୍ବା ଆଣ୍ଠୁ ପର୍ଯ୍ୟନ୍ତ ରହୁଥିଲା, ଏବଂ ଏହା ଟଲ ସାର୍ଟ ଭାବରେ ଜଣାଶୁଣା ଥିଲା l
ପୂର୍ବେ ଏହି ପୋଷାକ କୁ ବିଭିନ୍ନ ଉଦ୍ୟୋଗ ର କର୍ମଚାରୀ ମାନେ ଅଣ୍ଡରଗାର୍ମେଣ୍ଟ ଭାବରେ ପିନ୍ଧି ଆସୁଥିଲେ, କିନ୍ତୁ ପରେ ଏହାର ଟ୍ରେଣ୍ଡ ବଢ଼ିବାରେ ଲାଗିଲା, ଓ ଏହା ଗୋଟିଏ ଫେସନ ରେ ପରିଣତ ହୋଇଗଲା l ଆଜିର ଆଧୁନିକ ସମୟ ରେ ଅଧିକାଂଶ ଲୋକଙ୍କର ଟି-ସାର୍ଟ ପ୍ରଥମ ପସନ୍ଦ ହୋଇଯାଇଛି l ୨୦୧୯ ରେ ହୋଇଥିବା ଗୋଟିଏ ରିସର୍ଚ୍ଚ ଅନୁସାରେ ସବୁଠୁ ଅଧିକ ଚୀନ ର ଲୋକେ T – ସାର୍ଟ ପିନ୍ଧି ଥାଆନ୍ତି, ଏହାପରେ ଆମେରିକୀୟ ମାନେ ଏବଂ ୩ନଂବର ରେ ରହିଛନ୍ତି ଭାରତୀୟ ମାନେ T – ସାର୍ଟ ପିନ୍ଧି ଥାଆନ୍ତି l
କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପୋଷାକ ଟିରେ T ଶବ୍ଦର ବ୍ୟବହାର କାହିଁକି କରାଯାଇଛି ? ଏହା ପଛରେ ବିଭିନ୍ନ ପ୍ରକାର କାରଣ ଦର୍ଶା ଯାଇଛି l ଆସନ୍ତୁ ଜାଣିବା କଣ ସେହି କାରଣ ଗୁଡିକ l
– ପ୍ରଥମ କାରଣ ଟି ହେଲା ଇଂରାଜୀ ଅକ୍ଷର T ଭଳି ଦେଖା ଯାଇଥାଏ l ସେଥିପାଇଁ ଲୋକେ ଏହାକୁ ଟିସାର୍ଟ କହି ଥାଆନ୍ତି l
– ଅନ୍ୟ ଗୋଟିଏ କାରଣ ହେଲା ପୂର୍ବେ ସୈନ୍ୟମାନେ ଏହାକୁ ଟ୍ରେନିଂ ସମୟରେ ପିନ୍ଧୁଥିଲେ l ସେଥିପାଇଁ ଟ୍ରେନିଂ କୁ ଦର୍ଶାଉ ଥିବାରୁ T ବ୍ୟବହାର ହେବାକୁ ଲାଗିଲା l
– ଏବଂ ଅନ୍ୟ ଗୋଟିଏ କାରଣ ଅନୁସାରେ T – ସାର୍ଟ କୁ T ର ବ୍ୟବହାର ଟଲ ସାର୍ଟ କୁ ଦର୍ଶାଇ ଥାଏ ତେଣୁ ଏହାକୁ T – ସାର୍ଟ କୁହାଯାଇଥାଏ l