ଖେଳିଲା ନୂଆ ଚାଲ , ନିଜେ ଫସିଲା ନିଜ ଜାଲରେ, ଭାରତ ବିରୁଦ୍ଧରେ ଫର୍ଜି କ୍ୟାମ୍ପେନ ପଡିଲା ଭାରି , AI ଭିଡିଓ ରେ ଭାରତକୁ କରୁଥିଲା ବଦନାମ l ଟି 20 ୱାର୍ଲଡ କପ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହାକୁ ନେଇ ପାକିସ୍ଥାନ ଫର୍ଜି କ୍ୟାମ୍ପେନ ଆରମ୍ଭ କରିଦେଇଛି l ଯେଉଁଥିରେ ପାକିସ୍ଥାନ ଭାରତରେ ନିପା ଭାଇରସ ବ୍ୟାପିବାର ଦର୍ଶାଇଥିଲା l ନିଜ ଭୋଟ ଆକାଉଣ୍ଟ ରୁ ପାକିସ୍ଥାନ ମିଥ୍ୟା ଆରୋପ ଲଗାଇ ଭାରତ ରେ ନିପା ଭାଇରସ ବ୍ୟାପି ଥିବାରୁ ଟି 20 ୱାର୍ଲଡ କପ ବିପଦ ରେ l
ପାକିସ୍ଥାନ ରୁ ଆରମ୍ଭ ହୋଇଥିବା ଏହି ଫର୍ଜି ନ୍ୟାରେଟିଭ କ୍ୟାମ୍ପେନ ରେ ଏକ ଲକ୍ଷରୁ ଅଧିକ ପାକିସ୍ଥାନୀ ଆକାଉଣ୍ଟ ର ବ୍ୟବହାର ହୋଇଛି , ଏବଂ ଏଥିରେ AI ଜେନେରେଟ୍ ଫଟୋ ସହିତ ରୋଗୀଙ୍କୁ ନେଇ ଭୟଙ୍କର ସ୍ଥିତି ଦେଖାଯାଇଛି ଓ ଭାରତରେ ହେବାକୁ ଥିବା ଟି 20 ବିଶ୍ୱ କପ ରଧ ହୋଇଯିବ ବୋଲି କୁହାଯାଉଛି l
ଭାରତର ରାଷ୍ଟ୍ରୀୟ ଗଣମାଧ୍ୟମ ଏବିପି ନିୟୁଜ ର ଯାଞ୍ଚ ରେ ସମସ୍ତ ସତ୍ୟତା ସାମ୍ନାକୁ ଆସିଛି, ଯେଉଁଥିରେ ୧୪ ଲକ୍ଷ ୯୦ ହଜାର ପାକିସ୍ଥାନୀ ମୁଦ୍ରା ଖର୍ଚ୍ଚ ହୋଇଛି , ଏବଂ ଏହି ସମସ୍ତ ନାରେଟିଭ କ୍ୟାମ୍ପେନ ରେ ଯେଉଁ ଆକାଉଣ୍ଟ ର ବ୍ୟବହାର ହୋଇଛି ସେଥି ମଧ୍ୟରୁ ୮୧ ପ୍ରତିଶତ ପାକିସ୍ଥାନୀ ଆକାଉଣ୍ଟ ର ଏବଂ ୩ ପ୍ରତିଶତ ଆକାଉଣ୍ଟ ବାଙ୍ଗଲାଦେଶ ର l ଯାଞ୍ଚ ରୁ ଜଣାପଡିଛି ଯେ ଏହି AI ଭିଡିଓ ଟି ପାକିସ୍ଥାନ ର ସେନା ବିଭାଗ ର X ଆକାଉଣ୍ଟ ରୁ ସଂଚାଳିତ କରାଯାଇଛି l
ଏହି ମିଥ୍ୟା ଗୁଜବ ପ୍ରଚାର ପାଇଁ ୫-୧୦ ଜଣ ପାକିସ୍ଥାନୀ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ ଙ୍କ ର ସାହାଯ୍ୟ ନିଆଯାଇ ଥିଲା l ପାକିସ୍ଥାନ ନିଜର କୁଛିତ ଚିନ୍ତାଧାରା ପାଇଁ ଆଉଥରେ ଫସିଛି l ଏବିପି news ର ଯାଞ୍ଚ ରେ ଜଣାପଡିଛି ଯେ ପାକିସ୍ଥାନ ଗୋଟିଏ ମିଥ୍ୟା ଏଆଇ ଭିଡିଓ ପ୍ରସ୍ତୁତ କରି ଭାରତକୁ ବଦନାମ କରିଛି l