ନୀଳଗିରିି-୧୪/୦୫ : ଆୟୁଷ୍ମାନ ଭାରତ ଆନୁକୂଲ୍ୟରେ ତରତରି ବାଳିକା ବିଦ୍ୟା ନିକେତନ ପରିସରରେ ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗ ଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ । ଅନ୍ୟତମସମ୍ମାନୀତ ଅତିଥି ଭାବେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବ୍ଲକ ଉପାଧ୍ୟକ୍ଷ ଜ୍ୟୋର୍ତିମୟୀ ପୁଥାଳ , ୧୧ନଂ.ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁବର୍ଣ୍ଣ ମଂଜରୀ ସିଂ ଯୋଗ ଦେଇ ସ୍ୱାସ୍ଥ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ସାଧାରଣ ସଭା ବରହମପୁର ମେଡିକାଲର ସୁପରିନ୍ଟେଣ୍ଡେଂଟ ଡା. କାଳିଚରଣ ପାଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଡା. ପଙ୍କଜ କୁମାର ଭୋଳ ମଂଚ ପରିଚାଳନା କରିଥିବା ବେଳେ ଲାବୋରେଟାରି ଟେକ୍ନିସିଆନ ଶିବାଜୀ କୁମାର ବେହେରା ସହଯୋଗ କରିଥିଲେ । ଆଜିର ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ବିଭାଗର ମୋଟ ୬୨୩ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ନିଦାନ ଔଷଧ ବିତରଣ କରାଯାଇଥିଲା ।
