ନୀଳଗିରି-୧୪/୦୫ : ନୀଳଗିରି ୟୁଥ୍ ଫେଷ୍ଟ ଏସୋସିଏସନ ପକ୍ଷରୁ ୩ ଦିନ ଧରି ନୀଳଗିରି କେ.ସି. ହାଇସ୍କୁଲ ପଡ଼ିଆରେ ·ଲିଥିବା ବେଳେ ଆଜି ଉଦ୍ୟାପନୀ ସନ୍ଧ୍ୟାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବପୀଢ଼ି ହିଁ ସୁସ୍ଥ ସମାଜ ଗଠନର ଦର୍ପଣ ସଦୃଶ ବୋଲି ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ । ହରିଉଦ୍ୟୋଗର ପରି·ଳକ ସଂଗ୍ରାମ ଦାସ ମଂଚାସୀନ ରହି ୟୁଥ୍ ଫେଷ୍ଟ ମହୋତ୍ସବର ଏପରି ନିଆରା ପରମ୍ପରାକୁ ଭୂୟସୀ ପ୍ରଶଂସା କରିଥିଲେ । ସେହିପରି ଜେ.ଏସ.ପି. କମ୍ପାନୀର ଭାଇସ ପ୍ରେସିଡେଂଟ ଅସିତ କୁମାର ପାତ୍ର ଯୋଗ ଦେଇ ଯୁବପୀଢ଼ିଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ଡା. ପ୍ରତାପ ରଥଙ୍କୁ ସେବାଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲାା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସତ୍ୟଜିତ, ପ୍ରଜ୍ଞା, ବ୍ରହ୍ମପୁରର ପି୍ରନ୍ସ ଡେନ୍ସ ଗ୍ରୁପ, ପୁରୀର ମାଲଖମ୍ବ ଡେନ୍ସ ଗ୍ରୁପ, ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହି ୟୁଥ୍ଫେଷ୍ଟ କାର୍ଯ୍ୟକ୍ରମରେ ଏସୋସିଏସନର ସଦସ୍ୟ ତାପସ କୁମାର ପରିଡ଼ା, ସବ୍ୟସାଚୀ ମହାପାତ୍ର, ନଟୁ ସରକାର, ରମେଶ ରାଉତ, କୁମାର ରାୟ, ପ୍ରଦୀପ ଦାସ, ଗୟାଧର ବେହେରା, ଚିନ୍ମୟୀ ବାବୁ, ରଶ୍ମିରଂଜନ ରାଉତ, ବିସ୍ମୟ ମଲିକ, ମନୋରଂଜନ ଦାସବାବୁ, ବିଶ୍ୱରଂଜନ ମହାନ୍ତି, ମହେଶ୍ୱର ଖୁଂଟିଆଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲୋ