Odisha news

ବାଲେଶ୍ୱର ଜିଲ୍ଲା ନିଶା ନିବାରଣ ଅଭିଯାନର ବାର୍ଷିର୍କ ସମ୍ମିଳନୀ ଜୁନ୍ ୫ରେ

0

ବାଲେଶ୍ୱର-୧୪/୦୫ : ମିଳିତ ନିଶା ନିବାରଣ ଅଭିଯାନ,ବାଲେଶ୍ୱରର କାର୍ଯ୍ୟକାରୀ ସମିତି ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ସମ୍ମିଳନୀ ସମ୍ବନ୍ଧରେ ଆଲୋଚନା କରାଯାଇ ତା୫ା୬ା୨୨ରିଖ ରବିବାରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା । ସମ୍ମିଳନୀର ସ୍ଥାନ ଓ ସମୟ ଆଗାମୀ ବୈଠକରେ ଆଲୋଚନା କରାଯାଇ ସମ୍ମିଳନୀ ଉପଲକ୍ଷେ ବିଭିନ୍ନ କମିଟିମାନ ଗଠନ କରାଗଲା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମୁଖପତ୍ର ପ୍ରକାଶନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହେଲା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍.ଏଫ୍.ଏଚ୍.ଏସ୍)-୫ର ଦ୍ୱିତୀୟ ପର୍ଯ୍ୟାୟ ଅନୁସାରେ ଜାତୀୟ ହାର(୧୮%)ଠାରୁ ଓଡ଼ିଶା ମଦ୍ୟପାନରେ ଆଗୁଆ (୨୯%)ଥିବା ନେଇ ସାଧାରଣ ସଂପାଦିକା ମମତା ମହାପାତ୍ର ତଥ୍ୟ ଉପସ୍ଥାପନ ସହ ଆଲୋଚନା କରିଥିଲେ । କମିଟିର ସଦସ୍ୟମାନେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ମଦ୍ୟପାନ ହାର ବୃଦ୍ଧି ପାଇଥିବାରୁ ଉଦ୍ବେଗ୍ ପ୍ରକଟ କରି ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସରକାର ଏଭଳି ଏକ ମଦ ବିରୋଧି ଅବକାରୀ ନୀତି ଆପଣାନ୍ତୁ ଯଦ୍ୱାରାକି ଓଡ଼ିଶା ଜାତୀୟ ସ୍ତରରେ ଲଜ୍ଜିତ ହେବ ନାହିଁ । ସମ୍ମିଳନୀକୁ ସଫଳ କରିବାକୁ ନିଶା ବିରୋଧରେ ଲଢ଼ୁଥିବା ବ୍ୟକ୍ତି ବିଶେଷ, ମହିଳା ସଂଗଠନ ଓ ସାମାଜିକ ସଂଗଠନମାନଙ୍କୁ ମଧ୍ୟ ସହଯୋଗ କରିବାକୁ ଅନୁରୋଧ କରାଗଲା । ବୈଠକରେ ଉପଦେଷ୍ଟା ସୁବ୍ରତ କର, ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ ଓ ସମରେନ୍ଦ୍ର ଦାସ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ତ୍ରିଦିପ ନାୟକ, ଗୀତାଞ୍ଜଳି ସିଂହ, କମଳାକାନ୍ତ ଦାଶ, ଭାରତୀ ପଣ୍ଡା, ପ୍ରସନ୍ନ କୁମାର ପାଢ଼ୀ, ସୀତାରାମ ପ୍ରଧାନ, ରମେଶଚନ୍ଦ୍ର ପ୍ରଧାନ, ବେଣୁଧର ସାହୁ, ସ୍ମୃତି ଦାସ, ଅବନ୍ତୀ ପ୍ରଧାନ, ମୀନା ସେଠୀ, ପ୍ରଣିତା ମିଶ୍ର, ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଯୋଗେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.