Odisha news

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

0
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ନିକଟରେ ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡା ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାଵେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସଂଘ ର  ସଭାପତି ତଥା ବରିଷ୍ଠ ପୁରୋହିତ ଚିନ୍ତାମଣି ମିଶ୍ର, ସମ୍ପାଦକ ମନ୍ମଥ କୁମାର ରାଉଳ, ଉପଦେଷ୍ଠା ଡ଼ଃ.ମଧୁ ସୁଦନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଜିଲ୍ଳା ସମ୍ପାଦକ ମନ୍ମଥ କୁମାର ରାଉଳ ସଂଘର ବିବରଣୀ ପଠନ କରିଥିଲେ l ଅତିଥି ଗଣ ନିଜ ବକ୍ତବ୍ୟ ରେ ବରିଷ୍ଠ ନାଗରିକ ନିଜକୁ ବୟସ ର ଅପରାହ୍ନ ନଭାବି ଶିକ୍ଷା, ସ୍ଵାସ୍ଥ୍ୟ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଆଦି ଜନ ସଚେତନତା ଭଳି ସାମାଜିକ କାର୍ଯ୍ୟରେ ନିଜ କୁ ନିୟୋଜିତ କରି ଆଗlମୀ ପିଢ଼ି କୁ ଦିଗ୍ ଦର୍ଶନ ଦେବାକୁ କହିଥିଲେ l ପ୍ରଶାସନ ସବୁ ବେଳେ ସବୁ ସମୟ ରେ ବରିଷ୍ଠ ନାଗରିକ ଙ୍କୁ ସାହଯ୍ୟ ଓ ସହଯୋଗ ର ହାତ ବଢ଼େଇବାକୁ ପ୍ରତିଶ୍ରୁତି ଦେଇଥିଲେ l ଶେଷରେ ସଂଘର ଆବାହକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
Nalco
Leave A Reply