ମୁମ୍ବାଇ : ବଲିଉଡ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କର ଆତ୍ମହତ୍ୟା ମାମଲାକୁ ନେଇ ବର୍ତ୍ତମାନ ପ୍ରତେକ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି l ଯେବେଠୁ ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତୀଙ୍କ ବିରୁଦ୍ଧରେ ଏଫଆଇଆର ଦର୍ଜ କରିଛନ୍ତି ,ଏହି ମାମଲାରେ କେବଳ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବା ସହିତ ପଚରାଉଚରାର ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି l ବିହାର ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ରୋଷେଇଆର ବୟାନ ଦର୍ଜ କରିଛି l
ଗୁରୁବାର ଦିନ ବିହାର ପୋଲିସ ସୁଶାନ୍ତଙ୍କ ରୋଷେଇଆର ଷ୍ଟେଟମେଣ୍ଟ ରେକଡ଼ କରିଛି l ଇଏ ସେହି ରୋଷେଇଆ ଯିଏ ସୁଶାନ୍ତଙ୍କ ମୃତ୍ୟୁ ଦିନ ଫ୍ଲାଟରେ ଉପସ୍ଥିତ ଥିଲା l ଯେତେବେଳେ ବାରମ୍ବାର କବାଟ ଖଟ ଖଟ କରିବା ପରେବି ସୁଶାନ୍ତ କବାଟ ଖୋଲିନଥିଲେ ,ସେତେବେଳେ ସେ ସିକ୍ୟୁରିଟିକୁ ଡିକି ଥିଲେ l ତାପରେ ତାଲା ଭାଙ୍ଗିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଡାକିଥିଲେ l ବର୍ତ୍ତମାନ ବିହାର ପୋଲିସ ସୁଶାନ୍ତଙ୍କ ରୋଷେଇଆକୁ ଅଧିକ ତଥ୍ୟ ଜାଣିବା ପାଇଁ ପଚରାଉଚରା କରୁଛି ଓ ତାର ଷ୍ଟେଟମେଣ୍ଟ ରେକଡ଼ କରୁଛି l
ଯେବେଠୁ ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତୀଙ୍କୁ ବିରୁଦ୍ଧରେ ଏଫଆଇଆର ଦର୍ଜ କରିଛନ୍ତି ,ସେବେଠୁ ବିହାର ପୋଲିସ ଏହି ମାମଲାରେ ଦ୍ରୁତ ଗତିରେ ଖୋଳତାଡ଼ ଆରମ୍ଭ କରିବାରେ ଲାଗି ଯାଇଛି l ବୁଧବାର ଦିନ ସୁଶାନ୍ତଙ୍କ ଭଉଣୀ ମିନୁ ସିଂହଙ୍କ ବୟାନ ରେକଡ଼ କରାଯାଇଛି l ତାଙ୍କୁ ସୁଶାନ୍ତଙ୍କ କାର୍ଯ୍ୟକଳାପକୁ ନେଇ ରିୟାଙ୍କୁ ସହିତ ସମ୍ପର୍କ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ପଚାର ଯାଇଥିଲା l ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କ ପିତା ରିୟାଙ୍କ ବିରୁଦ୍ଧରେ ଏଫଆଇଆର ଦେବା ପରେ ,ରିୟା ସୁପ୍ରିମ କୋର୍ଟରେ ଅପିଲ କରିଛାନ୍ତି ଯେ ବିହାର ପରିବର୍ତେ ଏହି ମାମଲାକୁ ମୁମ୍ବାଇ ସିଫ୍ଟ କରାଯାଉ l
