Odisha news

ଜୀବନ ବିନ୍ଦୁ ଶିବିର ସଂପର୍କରେ ପୂର୍ବତନ ବିଧାୟକଙ୍କ ଆଲୋଚନା

0

କେନ୍ଦ୍ରାପଡା-(ରବୀନ୍ଦ୍ର ଦାଶ)ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ବିଭିନ୍ନ ସଂପର୍କରେ ଅଲୋଚନା କରିଥିବା ଜଣାପଡିଛି । କୋଭିଡ-୧୯ କଟକଣା ମଧ୍ୟରେ ଗୁରୁତର ରୋଗୀ ମାନଙ୍କ ଠାରେ ରକ୍ତର ଆବଶ୍ୟକତା ଥିବାବେଳେ ଏହାକୁ ପୂରଣ କରିବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆଗେଇ ନେବା ଓ ଅଧିକ ରୁ ଅଧିକ ରକ୍ତଦାନ ଶିବିରର ଅୟୋଜନ କରିବା ପାଇଁ ଅଲୋଚନା କରିଥିଲେ ।

ଏହା ସହ କୋଭିଡ-୧୯ ର ସଂକ୍ରମଣ କେତେକ ଗ୍ରାମାଂଚଳରେ ପ୍ରକାଶ ପାଉଥିବାରୁ ଉଦ୍ବେଗ ପ୍ରକାଶ କରି ଏହାକୁ ରୋକିବା ପାଇଁ ଆବଶ୍ୟକ କରୁଥିବା ପ୍ରଶାସନିକ ତତ୍ପରତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସହକାରୀ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply