Odisha news

ରବିବାରରେ ସୂର୍ଯ୍ୟ ପୂଜାର ମହତ୍ୱ

ସନାତନ ଧର୍ମରେ ସୂର୍ଯ୍ୟଙ୍କୁ ପଞ୍ଚଦେବ ଙ୍କ ଭିତରୁ ଜଣେ ବୋଲି ଧରାଯାଏ l କଳିଯୁଗରେ ସୂର୍ଯ୍ୟଙ୍କୁ ଏକ ମାତ୍ର ପ୍ରତ୍ୟକ୍ଷରେ ଦେବତାର ମାନ୍ୟତା ଦିଆଯାଇଛି l ରବିବାର ଦିନଟି ସୂର୍ଯ୍ୟ ଦେବତାଙ୍କ ପୂଜା ପାଇଁ ସମର୍ପଣ କରାଯାଇଛି l ଜୀବନରେ ସୁଖ ସମୃଦ୍ଧି ଓ ଧନସମ୍ପତ୍ତି ଲାଭ କରିବା ପାଇଁ ଅଧିକାଂଶ ଲୋକ ରବିବାରରେ ସୂର୍ଯ୍ୟଙ୍କ ବ୍ରତ କରିଥାନ୍ତି l ମାନ୍ୟତା ଅନୁସାରେ ପ୍ରାୟ ପ୍ରତେକ ହିନ୍ଦୁ ବ୍ୟକ୍ତି ସକାଳୁ ଗାଧୋଇ ସାରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି l ମାନ୍ୟତା ଅଛି ଯେ ଏହିପରି ଅର୍ଘ୍ୟ ଦାନ ଦ୍ୱାରା ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ଆୟୁ ,ଆରୋଗ୍ୟ ,ଧାନ ,ପୁତ୍ର ,ମିତ୍ର ,ଯଶ ,ବିଦ୍ୟା ,ବହିଭବ ଓ ସୌଭାଗ୍ୟ ପ୍ରଦାନ କରିଥାନ୍ତି l ରବିବାରରେ ସୂଯ୍ୟଙ୍କର ପୂଜା ପାଇଁ ଅନେକ ମହତ୍ୱ ରହିଛି l

ରବିବାର ବ୍ରତ କଥା ଅନୁସାରେ ଗୋଟିଏ ବୁଢ଼ୀ ଥିଲା ,ତା ଜୀବନର ନିୟମ ଥିଲା ଯେ ପ୍ରତେକ ରବିବାର ଦିନ ପ୍ରାତଃ ସମୟରୁ ଗାଧୋଇ ସାରି ଘରକୁ ଗୋବରରେ ସୁଦ୍ଧା କରି ଲିପିଉଥିଲା l ଏହା ପରେ ସେ ଭୋଜନ ପ୍ରସ୍ତୁତ କରୁଥିଲା ,ସେହି ଭୋଜନକୁ ଭୋଗ ଲଗାଇ ନିଜେ ଖାଉଥିଲା l ଏହି କାମ ସେ ଦୀର୍ଘ ଦିନରୁ କରୁଥିଲା l ବୁଢୀଟି ନିଜ ଘରକୁ ସୁଦ୍ଧ କରିବା ପାଇଁ ପଡିସା ଘରେ ଥିବା ଗାଈର ଗୋବର ଆଣି ଘର ନିପେ କାମରେ ଲଗାଉଥିଲା l ଯେଉଁ ଘରରୁ ବୁଢୀଟି ଗୋବର ଆଣୁଥିଲା ସେ ଘର ମାଲିକ ଭାବିଲା ଯେ ଏହି ବୁଢୀଟି କାହିଁକି ମୋ ଘରୁ ଗୋବର ନଉଛି l ଏହି କଥା ଚିନ୍ତା କରି ସେ ତାର ଗାଇଟିକୁ ଘର ଭିତରେ ବାନ୍ଧିବାକୁ ଆରମ୍ଭ କଲା l ବୁଢୀଟି ଗୋବର ନପାଇ ରବିବାର ଦିନ ଗୋବରରେ ଘର ଲିପି ପାରିଲା ନାହିଁ l ଏହି କାରଣରୁ ନା ସେ ଭୋଜନ ପ୍ରସ୍ତୁତ କଲା ନା ଭୋଗ ଲାଗିଲା l ଏହି ପ୍ରକାର ଅସୁବିଧା ଯୋଗୁ ଉପାସ ରାହି ରବିବାର ବ୍ରତ କଲା ଓ ରାତି ହେବାରୁ ଉପବାସରେ ସୋଇ ପଡିଲା l

ରାତିରେ ଭଗବାନ ସୂର୍ଯ୍ୟଦେବ ସ୍ୱପ୍ନରେ ଆସି ଏହାର କାରଣ ବୁଢୀକୁ ପଚାରିଲେ l ବୁଢୀଟି ଅସୁବିଧାର ସବୁ କାରଣ କହିଥିଲା l ତାପରେ ସୂର୍ଯ୍ୟଦେବ ବୁଢ଼ୀଟିକୁ ସର୍ବ କାମନା ପୁରକ ଗୋଟିଏ ଗାଈ ଦେଲେ ଓ ଧାନସମ୍ପତି ଦେଲେ l ସକାଳୁ ବୁଢୀଟି ଆଖି ଖୋଲି ଦେଖିଲା ଯେ ତା ଘର ଅଗଣାରେ ଗୋଟିଏ ସୁନ୍ଦର ଗାଈ ଠିଆ ହୋଇଛି l ବୁଢ଼ୀ ଦେଖି ଅତ୍ୟନ୍ତ ଖୁସି ହେଲା ,ତାର ପଡୋଶୀ ଘର ମାଲିକ ବୁଢ଼ୀର ଗାଇଟିକୁ ଦେଖି ଇର୍ସାରେ ଜାଳି ଉଠିଲା ତା ସହିତ ଦେଖିଲା ଯେ ଗାଈଟି ସୁନାର ଗୋବର ଦଉଛି l ବୁଢ଼ୀର ଗୋବର ସହିତ ଘର ମାଲିକ ଗୋବର ବଦଳାଇ ଦେଉଥିଲା l ଏକଥା ଜାଣିଲା ପରେ ବୁଢୀଟି ତାର ଗାଈକୁ ନେଇ ଘର ଭିତରେ ବାନ୍ଧିଲା l

ଏହି କଥା ରାଜାଙ୍କ ପାଖରେ ପହଁଚିଲା l ତାପରେ ରାଜା ନିଜର ଦୂତ ପଠାଇ ଗାଇଟିକୁ ନେଇ ଗଲେ l ଏହା ପରେ ରାଜାଙ୍କର ମହଲ ସୁନାର ଗୋବରରେ ପୁରୀ ଉଠିଲା l ସୂର୍ଯ୍ୟଦେବ ରାଜାଙ୍କ ସ୍ୱପ୍ନରେ ଆସି କହିଲେ ବୁଢୀକୁ ତା ଗାଈ ଫେରେଇ ଦେବାପାଇଁ l ତାପରେ ରାଜା ଜାଣି ପାରିଲେ ବୁଢ଼ୀ ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଏହି ଗାଇଟିକୁ ଲାଭ କରିଛି l ତାପରେ ସେ ସମଗ୍ର ନଗର ବାସୀଙ୍କୁ ରବିବାରରେ ସୂର୍ଯ୍ୟ ପୂଜା କରିବା ପାଇଁ ଆଦେଶ ଦେଲେ l ସେହି ଦିନଠାରୁ ରବିବାର ସୂର୍ଯ୍ୟ ପୂଜାର ମହତ୍ୱ ରହି ଆସିଛି l

Comments are closed.