Odisha news

ରବିବାର ଦିନ ଏପରି କରନ୍ତୁ ସୂର୍ଯ୍ୟ ଦେବଙ୍କ ପୂଜା, ଦୂର ହେବ ଶତ୍ରୁ ଭୟ ଓ ବ୍ୟବସାୟ ରେ ହେବ ଉନ୍ନତି

0

ସମ୍ପୂର୍ଣ ବ୍ରହ୍ମାଣ୍ଡ କୁ ନିଜର ପ୍ରକାଶରେ ଆଲୋକିତ କରୁଥିବା ସୂର୍ଯ୍ୟଦେବ ଙ୍କୁ ପ୍ରତିଦିନ ପୂଜା କରିବା ଆବଶ୍ୟକ l ସୂର୍ଯ୍ୟଦେବ ହିଁ ଏହି ବ୍ରହ୍ମାଣ୍ଡରେ ଏପର ଦେବତା ଯିଏକି ପ୍ରତିଦିନ ନିଜର ଦର୍ଶନ ଦେଇ ଥାଆନ୍ତି l ସୂର୍ଯ୍ୟ ଦେବଙ୍କ କୃପା ଦୃସ୍ଟି ପାଇବା ପାଇଁ ରବିବାର ଦିନ ସୂର୍ଯ୍ୟଦେବ ଙ୍କୁ ବିଧିବଧ ଭାବରେ ପୂଜା କରିବା ଆବଶ୍ୟକ l

ଆସନ୍ତୁ ଜାଣିବା ସୂର୍ଯ୍ୟପୂଜା ବିଧି –

* ପ୍ରତି ରବିବାର ଦିନ ସକାଳୁ ଗାଧୋଇ ତମ୍ବା ଥାଳି ରେ ସିନ୍ଦୁର, ରକ୍ତ ଚନ୍ଦନ, ନାଲି ପୁଷ୍ପ, ଅରୁଆ ଚାଉଳ, ତମ୍ବା ଗଡୁରେ ଜଳ ଓ ଦୀପ ରଖି ପୂଜା କରନ୍ତୁ l ଏହାପରେ ଉକ୍ତ ଗଡୁ ର ଜଳ ରେ ସିନ୍ଦୁର ଓ ରକ୍ତ ଚନ୍ଦନ ମିଶାଇ ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ଦିଅନ୍ତୁ l ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟଦେବା ପରେ ଫୁଲ ଓ ଅକ୍ଷତ ସମର୍ପଣ କରନ୍ତୁ l ଏହାପରେ ଦୁଗ୍ଧ ଜାତୀୟ ଜିନିଷରେ କିଛି ପ୍ରସାଦ ଭାବରେ ଅର୍ପଣ କରନ୍ତୁ l

* ରବିବାର ରେ ସୂର୍ଯ୍ୟ ପୂଜା ସମାପନ ପରେ ସୂର୍ଯ୍ୟଦେବ ଙ୍କ ଆରତୀ ବୋଲି ତାଙ୍କୁ ବିଧିବଧ ଭାବରେ ପୂଜା କରନ୍ତୁ l ଏହାଦ୍ୱାରା ସର୍ବଦା ଜୀବନ ରେ ମଙ୍ଗଳ ହୋଇଥାଏ l

* ଉଦିତ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ଜୀବନର କଷ୍ଟ ଓ ଯନ୍ତ୍ରଣା ଦୂର ହୋଇଥାଏ l

ରବିବାରରେ ସୂର୍ଯ୍ୟପୂଜା କରିବାର ମହତ୍ୱ –

* ସୂର୍ଯ୍ୟପୂଜା କରିବା ଦ୍ୱାରା ଯଶସ୍ବୀ ଓ ଦୀର୍ଘାୟୁ ହୋଇ ଥାଆନ୍ତି l

* ସୂର୍ଯ୍ୟଦେବ ଜୀବନରୁ ନକାରାତ୍ମକ ଶକ୍ତିକୁ ଦୂର କରି ଥାଆନ୍ତି l

* ସୂର୍ଯ୍ୟଦେବ ଙ୍କୁ ଭକ୍ତି କରିବା ଦ୍ୱାରା ଶତ୍ରୁ ଭୟ ଦୂର ହୋଇଥାଏ l

* ସୂର୍ଯ୍ୟଦେବ ଙ୍କ କୃପl ଦୃଷ୍ଟି ଯେଉଁ ପରିବାର ଉପରେ ରହିଥାଏ ସେଠାରେ କଷ୍ଟ, ରୋଗ, ବ୍ୟାଧି, ଦୁଃଖ, ଯନ୍ତ୍ରଣା ଦୂର ହୋଇଥାଏ l

* ସୂର୍ଯ୍ୟଦେବ ଙ୍କୁ ବିଧିବଧ ଭାବରେ ପୂଜା କଲେ ଆର୍ଥିକ ଅନାଟନ ଦୂର ହୋଇଥାଏ ଓ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ l

* ସୂର୍ଯ୍ୟଦେବ ଙ୍କ କୃପା ଦୃଷ୍ଟି ପାଇବା ପାଇଁ ରବିବାର ଦିନ ମାଂସ, ମଦିରା ଠାରୁ ଦୁରେଇ ରୁହନ୍ତୁ l

Leave A Reply