ରବିବାର ଦିନ ହିନ୍ଦୁ ଧର୍ମର ପୂଜାରେ ସୂର୍ଯ୍ୟ ଦେବଙ୍କୁ ସମର୍ପିତ ହୋଇଥାଏ l ଯଦି ଆପଣଙ୍କ ମନରେ କିଛି ଇଛା ମନସ୍କାମନା ଅଛି ତେବେ ରବିବାର ଦିନ ସୂର୍ଯ୍ୟଦେବଙ୍କ ପାଖରେ ବ୍ରତ କରିପାରିବେ l ସୂର୍ଯ୍ୟ ଦେବଙ୍କ ବ୍ରତକୁ ହିନ୍ଦୁ ମାନ୍ୟତା ଅନୁସାରେ ଶ୍ରେଷ୍ଠ ବ୍ରତ ବୋଲି କୁହାଯାଇଥାଏ l କାରଣ ରବିବାର ଦିନ ବ୍ରତକଲେ ଶାନ୍ତି ,ସୁଯଖ ଓ ସମୃଦ୍ଧି ମିଳିଥାଏ l ପୌରାଣିକ ଧାର୍ମିକ ଗ୍ରନ୍ଥରେ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରି ନିଜର ମନସ୍କାମନା କୁହାଯାଇଥାଏ l ପ୍ରତେକ ଦିନ ଆମେମାନେ ସକାଳୁ ଗାଧୋଇ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେଇଥାଉ l କିନ୍ତୁ ରବିବାର ଦିନ ସୂର୍ଯ୍ୟଙ୍କୁ କ୍ଷୀର ସାନ୍ନ କରାଯାଇଥାଏ l ସେହି କ୍ଷୀର ସହିତ ଜଳ ,ଲାଲ ରଙ୍ଗର ଫୁଲ ଓ ଚାଉଳ ଦେଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ l
ଯେତେବେଳେ ଆପଣ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବେ ସେହି ସମୟରେ ବାମ ହାତର ତର୍ଜନୀ ଆଙ୍ଗୁଠି ଓ ଡାହାଣ ହାତର ମାଧ୍ୟମ ଆଙ୍ଗୁଠିରେ ସୁନା ,ତମ୍ବା କିମ୍ବା ପିତ୍ତଳର ଗୋଟିଏ ମୁଦି ପିନ୍ଧିବା ଆବଶ୍ୟକ l ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ଠିକ ସମୟ ହେଲା ସୂର୍ଯ୍ୟଉଦୟ ସମୟ l ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦାନ କଲେ ଭଗବାନ ସୂର୍ଯ୍ୟ ପ୍ରସନ ହୋଇଥାନ୍ତି ,ଆମକୁ ଆୟୁ ,ଧନ ,ପୁତ୍ର ,ମିତ୍ର ,ଯଶଃ ,ଦିବ୍ୟା ,ବୈଭବ ,ଆରୋଗ୍ୟ ଓ ସୌଭାଗ୍ୟ ପ୍ରଦାନ କରିଥାନ୍ତି l
ଏହି ନିୟମକୁ ପାଳନ କରି ସୂର୍ଯ୍ୟ ପୂଜା କରିବେ –
* ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସାନ୍ନ ସାରି ପୂଜା ସାମଗ୍ରୀ ସଂଗ୍ରହ କରି ରଖିବା ବଶ୍ୟକ l
* ଏହା ପରେ ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରି ତିନିଥର ଅର୍ଘ୍ୟ ଦେବେ ଓ ସୂଯ୍ୟଙ୍କର ମନ୍ତ୍ର ଶ୍ରଦ୍ଧା ପୂର୍ବକ ଜପ କରିବେ l
* ସୂର୍ଯ୍ୟ ଦେବତାଙ୍କ ନିକଟରେ ପ୍ରତେକ ଦିନ ଆଦିତ୍ୟ ରୁଦୟ ପାଠ କରିବା ଆବଶ୍ୟକ l
* ସ୍ୱାସ୍ଥ୍ୟ ଲାଭ କାମନା କରି ନେତ୍ରରୋଗ କିମ୍ବା ଦୃଷ୍ଟି ଶକ୍ତି ହରାଇବାରୁ ରକ୍ଷା ପାଇବା ପାଇଁ ନେତ୍ର ଉପ ନିଵେଦ ରବିବାର ଦିନ ପାଠ କରିବା ବଶ୍ୟକ l
* ରବିବାର ଦିନ ଯଦି ଆପଣ ସୂର୍ଯ୍ୟଙ୍କୁ ପୂଜା କରୁଛନ୍ତି ତେବେ ଲୁଣ ଜାତୀୟ ଜିନିଷ ,ଆମିଷ ଓ ତେଲ ଖାଇବା ବଶ୍ୟକ ନୁହେଁ l
* ରବିବାର ଦିନ ଗରିବକୁ ଅର୍ଣ୍ଣ ଦାନ କଲେ ଧନପ୍ରାପ୍ତି ହୋଇଥାଏ l