Odisha news

ଅପ୍ରେଲ ୨୦ ତାରିଖରେ ଲାଗୁଛି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ, ୧୦୦ ବର୍ଷ ପରେ ଲାଗୁଚି ହାଇବ୍ରିଡ଼ ସୂର୍ଯ୍ୟ ପରାଗ କଣ ରହିଛି ଏହାର ବିଶେଷତା

0

ଜ୍ୟୋତିଷ ଓ ଖଗୋଲୀୟ ଦୃଷ୍ଟିକୋଣ ରୁ ଗ୍ରହଣ ଲାଗିବା ଘଟଣା କୁ ମହତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରାଯାଇ ଥାଏ l ଚଳିତ ବର୍ଷ ୨୦ ଅପ୍ରେଲ ରେ ଲାଗୁଚି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ , ଯାହାର ପ୍ରତ୍ୟେକ ସ୍ତରରେ ବିଶେଷତା ରହିଛି l  ଚଳିତ ଥର ସୂର୍ଯ୍ୟ ଗ୍ରହଣ ମେଷ ରାଶି ରେ ଲାଗୁଚି ଓ ଗୁରୁ ମେଷ ରାଶିରେ ଆସି ସୂର୍ଯ୍ୟଙ୍କ ସହିତ ସଂଯୋଗ କରିବେ l  ପଞ୍ଚାଙ୍ଗ ଅନୁସାରେ ଗ୍ରହଣ ବୈଶାଖ ଅମାବାସ୍ୟା ଦିନ ଲାଗୁଚି l  ଯାହାର ଅନେକ ମହତ୍ୱ ରହିଛି l ବିଶେଷ କଥାଟି ଏହା ଯେ ଚଳିତ ଥର ଲାଗୁଥିବା ସୂର୍ଯ୍ୟ ପରାଗ ରେ ତିନି ପ୍ରକାର ର ସୂର୍ଯ୍ୟ ପରାଗ ଲାଗୁଚି l ତେଣୁ ଏହାକୁ ବୈଜ୍ଞାନିକ ମାନେ ହାଇବ୍ରିଡ଼ ସୂର୍ଯ୍ୟ ଗ୍ରହଣ ବୋଲି କୁହାଯାଉଛି l  ଏହା ବ୍ୟତୀତ ଏହି ଗ୍ରହଣ କୁ ନିଙ୍ଗାଳୁ ସୂର୍ଯ୍ୟ ଗ୍ରହଣ ବୋଲି ମଧ୍ୟ କୁହାଯାଇ ଥାଏ l

ସୂର୍ଯ୍ୟ ଗ୍ରହଣ ଗୁରୁବାର ଅପ୍ରେଲ ୨୦ ତାରିଖ ଦିନ ସକାଳ ୭ .୦୪ ସମୟରେ ଲାଗିବ ଓ ମଧ୍ୟାହ୍ନ ୧୨.୨୯ ସମୟରେ ସମାପ୍ତ ହେବ l ଗ୍ରହଣ ର ସମ୍ପୂର୍ଣ ଅବଧି ୫ଘଣ୍ଟା  ୨୪ ମିନିଟ ରହିବ l କିନ୍ତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ନୁହେଁ l  ତେଣୁ ଏହାର ଛୁତକ ସମୟ ଭାରତରେ ଗ୍ରହଣୀୟ ନୁହେଁ l ଏହି ଗ୍ରହଣ ବିଶେଷ ଭାବରେ ଆଣ୍ଟାର୍କଟିକା, ଥାଇଲ୍ୟାଣ୍ଡ, ଚୀନ, ଷୋଲୋମନ, ଫିଲିପାଇନ୍ସ, ତାଇୱାନ, ନ୍ୟୁ ଗିନି, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ପୂର୍ବ ଓ ଦକ୍ଷିଣ ଏସିଆ, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗରରେ ଦୃଶ୍ୟମାନ ହେବ l

ହାଇବ୍ରିଡ଼ ସୂର୍ଯ୍ୟ ଗ୍ରହଣ କଣ ?
ହାଇବ୍ରିଡ଼ ସୂର୍ଯ୍ୟ ଗ୍ରହଣ ହେଉଛି ଯେଉଁଥିରେ ସୂର୍ଯ୍ୟ ଙ୍କୁ ଗ୍ରହଣ ଆଂଶିକ, ପୁର୍ଣ ଓ କୁଣ୍ଡଳାକାର ଲାଗିଥାଏ l  ଏଭଳି ଗ୍ରହଣ ୧୦୦ ବର୍ଷକୁ ଠାରେ ଲାଗିଥାଏ l  ଏହି ଗ୍ରହଣ ସମୟରେ କିଛି ସେକେଣ୍ଡ ପାଇଁ  ସୂର୍ଯ୍ୟ ବଳୟ ଭଳି ଆକୃତିରେ ରହି ଥାଆନ୍ତି l  ଏହାକୁ ଅଗ୍ନି ବେଳେ ବା ରିଂ ଅଫ ଫାୟାର ମଧ୍ୟ କୁହାଯାଇ ଥାଏ l

ଏହି ସୂର୍ଯ୍ୟ ଗ୍ରହଣ ର ବିଶେଷତା ହେଉଛି –

– ଚନ୍ଦ୍ରମା ଯେତେବେଳେ ସୂର୍ଯ୍ୟଙ୍କ କୌଣସି ଛୋଟ ଭାଗରେ ଆସି ରହିଥାଏ ତାହାକୁ ଆଂଶିକ ସୂର୍ଯ୍ୟ ଗ୍ରହଣ କୁହାଯାଇ ଥାଏ l

– ଯେତେବେଳେ ଚନ୍ଦ୍ରମା ସୂର୍ଯ୍ୟ ଙ୍କ ମଝି କୁ ଆସି ସୂର୍ଯ୍ୟ ଙ୍କ ଆଲୋକ କୁ ଅଟକାଇ ଥାଆନ୍ତି ସେତେବେଳେ ସୂର୍ଯ୍ୟଙ୍କ ଆଲୋକ ଚତୁର୍ପାର୍ଶ୍ୱରୁ ଝଲସି ଉଠେ , ଏହାକୁ ଅଗ୍ନି ବା ବଳୟ କୁହାଯାଏ l

– ଯେତେବେଳେ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ରମା ଗୋଟିଏ ସରଳ ରେଖାରେ ରୁହନ୍ତି, ସେତେବେଳେ ପୃଥିବୀ ର ଗୋଟିଏ ଭାଗ ସମ୍ପୂର୍ଣ ଅନ୍ଧାର ହୋଇଯାଏ ଓ ଏହା ପୁର୍ଣ ସୂର୍ଯ୍ୟ ଗ୍ରହଣ କୁହାଯାଏ l

Leave A Reply