ଦୁନିଆ ବିଭିନ୍ନ ରହସ୍ୟମୟୀ ଜିନିଷରେ ପରିପୂର୍ଣ ଅଟେ l ଯେପରିକି ଜଙ୍ଗଲ, ନଦୀ ଓ ପୁରୁଣା କିଲ୍ଲା ଇତ୍ୟାଦି ଯେଉଁଠାକୁ ଯିଏ କେହି ଯିବାକୁ ଭୟ କରି ଥାଆନ୍ତି l କିନ୍ତୁ ଏଭଳି ଗୋଟିଏ ହ୍ରଦ ରହିଛି ଯାହା ବିଷୟରେ ଆପଣ କେବେ ଶୁଣିଛନ୍ତି ଯେଉଁଠାକୁ ଯଦି କେହି ଯାଇଥାଏ କଦାପି ସେ ଆଉ ଫେରି ନଥାଏ l ଭାରତ ଓ ମିଆଁମାର ସୀମା ନିକଟରେ ଏହିଭଳି ଗୋଟିଏ ହ୍ରଦ ରହିଛି ଯାହାକୁ ଲେକ ଅଫ ନ ରିଟର୍ନ ବୋଲି କୁହାଯାଇଥାଏ l କିଛି ରହସ୍ୟମୟ ଘଟଣା କାରଣରୁ ଏହି ହ୍ରଦ ଟି ଚର୍ଚାରେ ରହିଥାଏ l
କୁହାଯାଏ ଯେ ଏହି ହ୍ରଦ ନିକଟକୁ ଆଜି ପର୍ଯ୍ୟନ୍ତ ଯିଏ ବି ଯାଇଛି ସେ କଦାପି ଫେରିନାହିଁ l କୁହାଯାଏ ଯେ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକୀୟ ବିମାନ କୁ ପାଇଲଟ ମାନେ ଗୋଟିଏ ସମତଳ ସ୍ଥ ଭାବି ଏଠାରେ ଅବତରଣ କରିଥିଲେ , ଏହାପରେ ପାଇଲଟ ଙ୍କ ସମେତ ବିମାନ କେଉଁଆଡେ ଉଭାନ ହୋଇଗଲା ଜଣା ପଡ଼ିଲାନାହିଁ l ମିଳିଥିବା ସୂଚନା ଅନୁସାରେ ଯୁଦ୍ଧ ସାରିବା ପରେ ଜାପାନୀ ସୈନିକ ନିଜ ଘରକୁ ଯାଉଥିବା ସମୟରେ ଏହି ହ୍ରଦ ନିକଟରେ ପହଂଚି ଥିଲେ ଓ ଏହାପରେ କେଉଁଆଡେ ଉଭାନ ହୋଇଗଲେ l ବର୍ତମାନ ପର୍ଯ୍ୟନ୍ତ ଏହି ହ୍ରଦଟି ବିଷୟରେ ଅଧିକ ଜାଣିବା ଓ ତଥ୍ୟ ଗ୍ରହଣ କରିବା ପାଇଁ ଚେଷ୍ଟା କରାଯାଇଛି କିନ୍ତୁ କିଛି ଲାଭ ମିଳିନାହିଁ l
ସେହିଭଳି କେନିଆ ର ରୁଡୋଲ୍ଫ ହ୍ରଦ ନିକଟରେ ଗୋଟିଏ ଆଇଲ୍ୟାଣ୍ଡ ରହିଛି, ଯାହାକୁ ମଧ୍ୟ ବିଶ୍ୱ ‘ନୋ ରିଟର୍ନ ଆଇଲ୍ୟାଣ୍ଡ ନାମରେ ଜାଣିଛି l ଏହି ଆଇଲ୍ୟାଣ୍ଡ ର ନାମ ଅନେକ ଭୟଙ୍କର କାରଣରୁ ରଖାଯାଇଛି l କୁହାଯାଏ ଏଠାକୁ ଯାଇଥିବା ଲୋକ କଦାପି ଫେରି ଆସି ନଥାଏ l ଏହି ଆଇଲ୍ୟାଣ୍ଡ ର ଚତୁର୍ପାର୍ଶ୍ୱରେ କେବଳ ଆଦିବାସୀ ମାନଙ୍କର ସମ୍ପ୍ରଦାୟ ବସବାସ କରୁଛନ୍ତି l ଏହି ଆଦିବାସୀ ମାନେ କଦାପି ଏହି ଆଇଲ୍ୟାଣ୍ଡ ଉପରକୁ ଯାଆନ୍ତି ନାହିଁ l ସ୍ଥାନୀୟ ଆଦିବାସୀ ଙ୍କ ସୂଚନା ଅନୁସାରେ ଏହି ଆଇଲ୍ୟାଣ୍ଡ ରେ ପୂର୍ବରୁ ସେମାନଙ୍କ ଭଳି ଆଦିବାସୀ ମାନେ ରହୁଥିଲେ l ଏହି ଲୋକମାନେ ଆଇଲ୍ୟାଣ୍ଡ ର ଲୋକମାନେ ବାହାରକୁ ଯାଇ ମାଛ ଧରୁଥିଲେ ଓ ଅନ୍ୟ ଲୋକ ମାନଙ୍କ ସହିତ ମଧ୍ୟ ସମ୍ପର୍କ ବଢା଼ଉ ଥିଲେ l
ଅଚାନକ ଭାବରେ ଗୋଟିଏ ଦିନ ସେଠାକାରଲୋକମାନେ କେଉଁଆଡେ ଉଭାନ ହୋଇଗଲେ l ଏହାପରେ ଯେ କେହି ବି ସେହି ଲୋକ ମାନଙ୍କୁ ଖୋଜିବା ପାଇଁ ସେହି ଆଇଲ୍ୟାଣ୍ଡ କୁ ଗଲା ଆଉ ଫେରି ନଥିଲା l ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ଯେ ଏହି ଆଇଲ୍ୟାଣ୍ଡ ଟି ଘନ ଜଙ୍ଗଲ ରେ ପରିପୂର୍ଣ ରହିଥିଲେ ମଧ୍ୟ, ଏଠାରେ କୌଣସି ପଶୁ ପକ୍ଷୀ ମଧ୍ୟ ରୁହନ୍ତି ନାହିଁ l ଆଦିବାସୀ ଲୋକଙ୍କ ସୂଚନା ଅନୁସାରେ ଅମାବାସ୍ୟା ରାତିରେ ଏହି ଆଇଲ୍ୟାଣ୍ଡ ରୁ ଏଭଳି ଶବ୍ଦ ଆସିଥାଏ ଯେ ଲୋକେ ଶୋଇ ପାରନ୍ତି ନାହିଁ l ଏହାଛଡା ଆଦିବାସୀ ସମ୍ପ୍ରଦାୟ ର ଲୋକଙ୍କ ବିଶ୍ୱାସ ରହିଛି ଯେ ଏଠାରେ ବର୍ତମାନ ଦୈତ୍ୟ ମାନଙ୍କର ସମୂହ ରହୁଛନ୍ତି, ଯିଏ କି ରାତିରେ ଗୀତ ଗାଇବା ସହିତ ନାଚି ଥାଆନ୍ତି l