ସୂର୍ଯ୍ୟଙ୍କୁ ହିନ୍ଦୁ ଧର୍ମରେ ଶକ୍ତିର ଗୋଟିଏ ସ୍ରୋତ ବୋଲି କୁହାଯାଏ l ଭାରତରେ ସୂର୍ଯ୍ୟ ଦେବଙ୍କର ଅନେକ ଗୁଡିଏ ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର ରହିଛି, ସେଥିରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଗୋଟିଏ l ପୌରାଣିକ ମତ ଅନୁସାରେ ଏହି ମନ୍ଦିର ଗୁଡିକୁ ଦର୍ଶନ କରିବା ଦ୍ୱାରା ଲୋକମାନେ ରୋଗମୁକ୍ତ ହୁଅନ୍ତି l ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା ଅର୍ଚନା କରିବାର ପ୍ରକୃତ ଦିନ ଅଟେ l ପୌରାଣିକ ମାନ୍ୟତା ଅନୁସାରେ ସୂର୍ଯ୍ୟଦେବତା ପ୍ରାତକ୍ଷ ଭାବରେ ଦର୍ଶନ ଦେଉଥିବା ଭଗବାନ ଅଟନ୍ତି l ପୌରାଣିକ ବେଦରେ ସୂର୍ଯ୍ୟଙ୍କୁ ବିଶ୍ୱର ଆତ୍ମା ଓ ଈଶ୍ୱରଙ୍କ ନେତ୍ର ଭାବରେ ଉଲେଖ କରାଯାଇଛି l ସୂର୍ଯ୍ୟଙ୍କ ପୂଜା ଦ୍ୱାରା ଜୀବନ ଶକ୍ତି ,ମାନସିକ ଶାନ୍ତି ଓ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ l ରାମାୟଣରେ ମଧ୍ୟ ଏହି କଥାର ମାନ୍ୟତା ରହିଛି ଯେ ଭଗବାନ ରାମ ଲଙ୍କାକୁ ଯିବାପାଇଁ ଯେତେବେଳେ ସେତୁବନ୍ଧ ନିର୍ମାଣ କଲେ ସେତେବେଳେ ପ୍ରଥମେ ସୂର୍ଯ୍ୟଙ୍କୁ ଆରାଧନା କରିଥିଲେ l ଭଗବାନ ଶ୍ରୀ କୃଷ୍ଣଙ୍କ ପୁତ୍ର ସାମ୍ବ ମଧ୍ୟ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ l
କୋଣାର୍କ ସୂର୍ଯ୍ୟ ମନ୍ଦିର –
ଓଡ଼ିଶାରେ ଥିବା କୋଣାର୍କର ସୂର୍ଯ୍ୟମନ୍ଦିର ବିଶ୍ୱ ପ୍ରସିଦ୍ଧ ଅଟେ l ରଥ ଆକାରରେ ଏହି ସୂର୍ଯ୍ୟ ମନ୍ଦିରଟି ତିଆରି ହୋଇଛି ,ଯାହା ଭାରତର ମଧ୍ୟକାଳୀନ ବlସ୍ତୁ କଳlର ପରିଚୟ ଦେଉଛି l ଏହି ସୂର୍ଯ୍ୟ ମନ୍ଦିରକୁ ରାଜା ନରସିଂହଦେବ ତ୍ରୟୋଦଶ ସପ୍ତାଦି ବେଳକୁ ନିର୍ମାଣ କରାଇଥିଲେ l ଏହି ମନ୍ଦିରଟି ତାର କଳାକୃତି କୁ ନେଇ ବିଶ୍ୱପ୍ରସିଦ୍ଧ ଅଟେ l ଏହାକୁ ଦେଖିବା ପାଇଁ ସାରାବିଶ୍ୱରୁ ପର୍ଯ୍ୟଟକ ଓଡିଶା ଆସିଥାନ୍ତି l ଏହି ସୂର୍ଯ୍ୟ ମନ୍ଦିରଟିରେ ସମୟର ଗତିକୁ ଦର୍ଶାଯାଇଛି ,ଯାହାକୁ ସୂର୍ଯ୍ୟ ଦେବତା ନିଜେ ନିୟନ୍ତ୍ରଣ କରୁଥିବା ଦେଖାଯାଏ l ପୂର୍ବ ଦିଗକୁ ମୁହଁକରି ଠିଆ ହୋଇଥିବା ସାତଟି ଘୋଡା ସପ୍ତାହର ସାତଦିନର ପ୍ରତୀକ ଅଟନ୍ତି l ବାର ଯୋଡଚକ ଦିନର ୨୪ ଘଣ୍ଟାକୁ ଦର୍ଶାଇଥାଏ କିଛି ଲୋକ କହିଥାନ୍ତି ଯେ ଏହା ବର୍ଷର ୧୨ ମାସକୁ ମଧ୍ୟ ଦର୍ଶାଇଥାଏ l
ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ସୂର୍ଯ୍ୟ ଦେବଙ୍କୁ ଗ୍ରହ ମାନଙ୍କର ରାଜା ବୋଲି ମାନିଥାନ୍ତି l ହିନ୍ଦୁ ପୌରାଣିକ ପ୍ରଥା ଅନୁସାରେ ସୂର୍ଯ୍ୟଙ୍କୁ ବ୍ରାହ୍ମଣଙ୍କ ଆତ୍ମା ବୋଲି ଜ୍ୟୋତିଷ ମାନେ ଗଣନା କରନ୍ତି l ତେଣୁ କୁହାଯାଇଛି ଯେ ରବିବାର ଦିନ ସୂର୍ଯ୍ୟଙ୍କୁ ପୂଜା କଲେ ମନସ୍କାମନା ପୂର୍ଣ୍ଣହେବ l ତାଙ୍କର ଉପାସନା ଦ୍ୱାରା ସ୍ୱାସ୍ଥ୍ୟ ,ଜ୍ଞାନ ,ସୁଖ ,ସଫଳତା ଓ ପ୍ରସିଦ୍ଧି ଇତ୍ୟାଦି ଲାଭ ହୋଇଥାଏ l ସୂର୍ଯ୍ୟଙ୍କ ପୂଜାରେ ଲାଲ ରଙ୍ଗର ଫୁଲ ,ରକ୍ତଚନ୍ଦନ ,ଲାଲ ସିନ୍ଦୁର ,ତମ୍ବାପlତ୍ର ଆଦି ଆବଶ୍ୟକ ହୋଇଥାଏ l ଶାସ୍ତ୍ର ଅନୁସାରେ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ପୂଜା କଲେ ଜୀବନରେ ଉନତି ହୋଇଥାଏ l କାରଣ ଉଦୟ ସୂର୍ଯ୍ୟଙ୍କ କିରଣରୁ ସର୍ବଦା ସକାରତ୍ମକ ଶକ୍ତିର ପ୍ରଭାବ ପଡିଥାଏ l