ଭୁବନେଶ୍ୱର ,୧୮ ସେପ୍ଟେମ୍ବର – ଆଗକୁ ଉପନିର୍ବାଚନ ଥିବାରୁ ସିବିଆଇ ରେଡ୍ ର ଡ୍ରାମା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଉଭୟ ଆସନରେ କଂଗ୍ରେସ – ବିଜେଡି ଫାଇଟ୍ ହେବ । ତେଣୁ ବିଜେଡିକୁ ବଦନାମ କରିବା ପାଇଁ ଏହି ଚଢା କରାଯାଇଥିଲା ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ୨୦୧୪ରେ ସିସୋର ଚିଟଫଣ୍ଡ ଘଟଣା ସାମ୍ନାକୁ ଆସିଥିବା ବେଳେ ସିବିଆଇ ଏତେ ବର୍ଷ କୋଉଠି ଥିଲା? ଚିଟଫଣ୍ଡରେ ଲକ୍ଷଲକ୍ଷ ଲୋକ ସର୍ବସ୍ୱାନ୍ତ ହେଲେ । ତଦନ୍ତ କରୁଥିବା କମିଟିର ଅଧ୍ୟକ୍ଷଙ୍କର ମଧ୍ୟ ଦେଖାନାହିଁ । ଗରିବ ଲୋକଙ୍କୁ ଦେବା ପାଇଁ ନବୀନ ବାବୁ ଦେଇଥିବା ୩୦୦ କୋଟି ଟଙ୍କା କୁଆଡେ ଗଲା ? ବୋଲି ସେ ପ୍ରଶ୍ନ କରିଛନ୍ତି । ଦେବୀ ମିଶ୍ର ଜଣେ ଭଦ୍ର , ଉଚ୍ଚଶିକ୍ଷିତ ଲୋକ । ତାଙ୍କୁ ଅପଦସ୍ତ କଲ । କିନ୍ତୁ ନବୀନ ବାବୁ କେନ୍ଦ୍ରର ବିଜେପି ସରକାରଙ୍କୁ ସମର୍ଥନ କରୁଛନ୍ତି ।