Odisha news

ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଏବର୍ଷ ଆଇପିଏଲ ଖେଳିବେ ନାହିଁ

0

ନୂଆଦିଲ୍ଲୀ: ଗତକାଲି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଜଣେ ଫାଷ୍ଟ ବୋଲରଙ୍କ ସମେତ ୧୨ଜଣ ସପୋର୍ଟ ଷ୍ଟାଫ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସିଏସକେର ଉପ-ଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣ ପାଇଁ ଦୁବାଇରୁ ଭାରତ ଫେରି ଆସିଥିବା ଜଣା ପଡ଼ିଛି।

ଦଳର ସିଇଓ କାସୀ ବିଶ୍ୱନାଥନ ଏକ ଟୁଇଟ୍‌ରେ କହିଛନ୍ତି, “ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଏବଂ ଆଇପିଏଲ ସିଜନର ଅବଶିଷ୍ଟ ସମୟ ପାଇଁ ଉପଲବ୍ଧ ହେବ ନାହିଁ। ଚେନ୍ନାଇ ସୁପର କିଙ୍ଗସ ଏହି ସମୟରେ ସୁରେଶ ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବ |

ସୂଚନା ମୁତାବକ, ଅଗଷ୍ଟ ୧୫ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ରାଇନା ଅଗଷ୍ଟ ୨୧ରେ ସିଏସକେ ସ୍କ୍ବାଡ ସହିତ ଦୁବାଇ ଯାତ୍ରା କରିଥିଲେ ଏବଂ ବିସିସିଆଇ ଏସଓପି ଅନୁଯାୟୀ ୭ଦିନିଆ କ୍ବାରେଣ୍ଟାଇନରେ ଥିଲେ। ଗତକାଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଫାଷ୍ଟ ବୋଲର ଏବଂ ସେମାନଙ୍କର ୧୨ଜଣ ସଦସ୍ୟ କରୋନା ଆକ୍ରାନ୍ତ ‌ହୋଇଥିଲେ।

Leave A Reply