ରମ୍ଭା: ଶୁକ୍ରବାର ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ରାଜ୍ୟ ସରକାରଙ୍କ ଆଦେଶ ଓ ଆଇନ ଶୃଙ୍ଖଳା ରକ୍ଷା ବାହିନୀ ଙ୍କ ନିର୍ଦ୍ଦେଶ ପ୍ରକାରେ ଖଲ୍ଲିକୋଟ ଥାନା ପରିସରରେ ଭ୍ରାମ୍ୟମାଣ ଭ୍ୟାନ ମାଧ୍ୟମରେ 40 ୟୁନିଟ ରକ୍ତ ସଂଗ୍ରହ ହୋଇଛି।ଆୟୋଜିତ କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ଥାନା ଓ ଅବଦୁଲ କାଲାମ ପରିଷଦ ଖଲ୍ଲିକୋଟ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବା ସହ ଉତ୍ସାହ ଓ ଉଦିପନା ରେ ରକ୍ତଦାତା ମାନେ ରକ୍ତ ପ୍ରଦାନ କରାଯାଇଥିବା ଲକ୍ଷ କରାଯାଇଥିଲା।
ତତ ସଂଗେ ସଂଗେ ଉକ୍ତ କାର୍ଯ୍ୟକ୍ରମରଏକ ସଭା ଆୟୋଜନ ହୋଇଥିଲା। ଏଥିରେ , ଖଲ୍ଲିକୋଟ ବ୍ଲକ ଉନ୍ନୟନ ଅଧିକାରୀ ନବକୃଷ୍ଣ ଜେନା,ଖଲ୍ଲିକୋଟ ମେଡିକାଲ ଅଫିସର ପ୍ରଦୀପ୍ତ କୁମାର ଗନ୍ତାୟତ,ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ,ଅବଦୁଲ କାଲାମ ଜନକଲ୍ୟାଣ ପରିଷଦର ସଭାପତି ପୁର୍ଣ ଚନ୍ଦ୍ର ବେହେରା,ସମ୍ପାଦକ ଶ୍ରୀହର୍ଷ ମହାରଣା,ଉପଦେଷ୍ଟା ଗଣେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଦ୍ଵାରିକା ନାଥ ମହାରଣା ମଞ୍ଚ ପରିଚାଳନା କରିଥିଲେ।
ମଞ୍ଚାସିନ ବ୍ୟକ୍ତିମାନେ ଉପସ୍ଥିତ ରକ୍ତଦାତା,ନିମନ୍ତ୍ରିତ ଅତିଥି ଓ ସ୍ଥାନୀୟ ବାସିନ୍ଦା ମାନଙ୍କୁ ବିଭିନ୍ନ ବକ୍ତା ଅଭି ଭାଷଣ ମାଧ୍ୟମରେ ପୃଥିବୀ ର ପ୍ରାୟ ଦେଶ ମହାମାରୀ କରୋନା ଆକ୍ରାନ୍ତରେ ଛଟପଟ ହେଉଥିବା ବେଳେ ବହୁ ବିଦେଶୀରାଷ୍ଟ୍ର ଭିନ୍ନ ଭିନ୍ନ ପ୍ରଣାଳୀ ରେ ଭାକ୍ସିନପ୍ରକ୍ରିୟା ପ୍ରୟାସ ଜାରୀ ରଖିଛନ୍ତି। ଏଥି ସହ ଏହି ସଙ୍କଟ ସମୟରେ ଘୋର ରକ୍ତ ଅଭାବ ଦେଖା ଦେଇଥିବା ବେଳେ ରକ୍ତ ସଂଗ୍ରହ ଓ ପ୍ଲାଜ୍ମାମା ଥେରାପି ଦ୍ୱାରା ଅନେକ ସୁସ୍ଥ ଲୋକ ଙ୍କ ଠାରୁ ସଂଗ୍ରହ ଅଭିଯାନ ଜାରୀ ରହିଛି।ଶେଷରେ ବିଭିନ୍ନ କାର୍ଯ୍ୟକ୍ରମରେ 12 ଜଣ କରୋନା ଯୋଦ୍ଧା ମାନଙ୍କୁ ଭିନ୍ନ ଭିନ୍ନ ଉପାୟରେ ପ୍ରୟାସ ଜାରି ରଖି ସାଧାରଣ ଜନତାଙ୍କ ଦୃଷ୍ଟି ଗୋଚର ହୋଇ ତାଙ୍କ ପ୍ରୟାସ ଜାରି ରଖି ଥିବା,ନିସ୍ୱାର୍ଥପରତା ସେବା ଜାରୀ ରଖିଥିବାରୁ ମଞ୍ଚାସିନ ବ୍ୟକ୍ତି ମାନେ ଉପଢୌକନ ସହ ମାନ ପତ୍ରଦେଇ ସମ୍ଭର୍ଦ୍ଧିତ କରିଥିଲେ।