ନୂଆଦିଲ୍ଲୀ : ସମ୍ପତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ର ନିଷ୍ପତି ସାମ୍ନା କୁ ଆସିଚି । ସୁପ୍ରିମ କୋର୍ଟ ନିଜ ନିଷ୍ପତି ରେ ଶୁଣାଇ ଛନ୍ତି ଯେ ଯଦି ଜଣେ ପିତା ନିଜ ସମ୍ପତି ଭାଗ ନକରି ମୃତ୍ୟୁ ବରଣ କରି ଯାଆନ୍ତି ତେବେ ତାଙ୍କର ସମ୍ପତି ର ହକ୍ ପାଇ ପାରିବେ, ଯେପରିକି ପରିବାର ର ପୁତ୍ର ମାନେ ହକ ପାଇ ଥାଆନ୍ତି । ଯଦି ଜଣେ କନ୍ୟା ର ବିବାହ ପରେ ମୃତ୍ୟୁ ହୋଇଯାଏ ତେବେ ତାର ସନ୍ତାନ ମାନେ ମଧ୍ୟ ଏହି ସମ୍ପତି ପାଇ ପାରିବେ । ଯଦି ମହିଳାଙ୍କୁ ତାଙ୍କ ପିତା ଓ ସ୍ଵାମୀଙ୍କ ନିକଟରୁ କିଛି ସମ୍ପତି ମିଳିଥାଏ ତେବେ ତାହା ତାଙ୍କ ଉତ୍ତରାଧିକାରୀ ମାନେ ପାଇବା ପାଇଁ ହକ୍ ଦାର ଅଟନ୍ତି । ଏହି ନିଷ୍ପତି ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଅନୁସାରେ ହିନ୍ଦୁ ମହିଳା ଓ ବିଧବା ମାନଙ୍କ ସମ୍ପତି ଅଧିକାର ସମ୍ବର୍ଧିତ ଅଟେ ।
ଜଷ୍ଟିସ ଏସ୍ ଅବଦୁଲା ନଜିର ଓ ଜଷ୍ଟିସ କୃଷ୍ଣ ମୁରାରି ଖଣ୍ଡପୀଠ ରେ ଏହି ନିଷ୍ପତି ଶୁଣା ଯାଇଚି । ତାମିଲନାଡୁ ର ଗୋଟିଏ ପରିବାର ର ଝିଅ ମାନଂକ ସମ୍ପତି ବାଣ୍ଟିବା କୁ ନେଇ ଖାରଜ କରିବାକୁ ନେଇ ମାଡ୍ରାସ ହାଇ କୋର୍ଟ ର ନିଷ୍ପତି ଅପିଲ ଉପରେ ଏହି ନିଷ୍ପତି ଆସିଛି । ଅଦାଲତ ଏହି ଅଧିନିୟମ ରେ ହିନ୍ଦୁ ଅଧିନିୟମ ର ବ୍ୟାଖ୍ୟା ହୋଇଛି । ଏହି ନିର୍ଦ୍ଦେଶ ରେ କୁହାଯାଇଛି ଯେ ଉଭୟ ପୁଅ ଓ ଝିଅ ସମ୍ମାନ ଅଧିକାର ପାଇବାକୁ ବାଧ୍ୟ ଅଟନ୍ତି । ଅଦାଲତ କହିଛନ୍ତି ଯେ କୋର୍ଟ ଙ୍କ ହିଦୁ ଉତ୍ତରାଧିକାରୀ ଙ୍କ ନିୟମ ରେ ପରିବର୍ତ୍ତନ କରି ମହିଳା ମାନଙ୍କ ସମ୍ପତ୍ତିରେ ସମାନ ଅଧିକାର ଦେଲା ।
ଏହି ଅଧିନିୟମ ସେହି ହିନ୍ଦୁ ବ୍ୟକ୍ତି ପାଇଁ ଲାଗୁ ହୋଇଛି ଏବଂ ବୌଦ୍ଧ, ଜୈନ୍ୟ ଓ ଶିଖ ଧର୍ମରେ ମଧ୍ୟ ଲାଗୁ ହୋଇଛି ।