Odisha news

ଭାଗ୍ୟରେ ଥିଲେ ଏପରି ସ୍ୱାମୀ ମିଳେ : ସୁନାମୀର ୧୦ ବର୍ଷ ପରେ ମଧ୍ୟ ପତ୍ନୀଙ୍କୁ ଖୋଜୁଛନ୍ତି ସମୁଦ୍ରରେ

0

ନୂଆଦିଲ୍ଲୀ : ଜାପାନର ଜଣେ ୬୪ ବର୍ଷୀୟ ବ୍ୟକ୍ତି ଗତ ୧୦ ବର୍ଷ ହେଲାଣି ନିଜ ପତ୍ନୀଙ୍କୁ ଖୋଜୁଥିଲେ l ଏହି ବ୍ୟକ୍ତିଙ୍କ ନାମ ୟାସୁଓ ତକାମସ୍ତୂଙ୍କ ପତ୍ନୀ ୟୁକୋ ୨୦୧୧ ରେ ଆସିଥିବା ସୁନାମୀ ପରେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ l ଉକ୍ତ ବ୍ୟକ୍ତି ନିଜ ପତ୍ନୀଙ୍କୁ ଖୋଜିବା ପାଇଁ ପାଣି ତଳେ ସନ୍ତରଣ ଲାଇସେନ୍ସ (ଅଣ୍ଡର ୱାଟରଡାଇଭିଙ୍ଗ ଲାଇସେନ୍ସ )ମଧ୍ୟ ନେଇ ସାରିଛନ୍ତି l ସେ ଗତ ସାତ ବର୍ଷ ହେଲାଣି ଏକୁଟିଆ ସମୁଦ୍ର ପାଣି ଭିତରେ ସନ୍ତରଣ କରୁଛନ୍ତି ,କାରଣ ନିଜ ପତ୍ନୀଙ୍କ ସହିତ ଯୋଡି ହୋଇଥିବା ଯେ କୌଣସି ଜିନିଷକୁ ହାସଲ କରି ପାରିବେ l

ଜାପାନ ପ୍ରଶାସନ ଏହି ଅନୁଧ୍ୟାନ ଜାରି ରଖିଥିଲେ ମଧ୍ୟ ୟାସୁଓ ନିଜ ଇଛା ଅନୁସାରେ ନିଜ ପତ୍ନୀଙ୍କୁ ଖୋଜୁଛନ୍ତି l ବର୍ତମାନ ପର୍ଯ୍ୟନ୍ତ ସେ ପାଣି ଭିତରୁ ପୋଷାକ ,ଆଲବମ ଭଳି ଅନେକ ଜିନିଷ ମିଳି ସାରିଛି କିନ୍ତୁ ଏହି ଗୁଡିକ ଅନ୍ୟ ଲୋକ ମାନଙ୍କର l ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜ ପତ୍ନୀଙ୍କ ସହିତ ଯୋଡି ହୋଇଥିବା କୌଣସି ସ୍ମୃତି ମିଳିନାହିଁ l ଯେତେବେଳେ ସୁନାମୀ ଆସିଥିଲା ୟାସୁଓ ନିଜ ପତ୍ନୀଙ୍କୁ ନେଇ ଚିନ୍ତିତ ନଥିଲେ ,କାରଣ ଯେଉଁଠାରେ ତାଙ୍କ ପତ୍ନୀ କାମ କରୁଥିଲେ ତାହା ପାହାଡ଼ ପଛ ପଟରେ ଥିଲା l ବ୍ୟାଙ୍କର କର୍ମଚାରୀ ମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦେଇଥିଲେ l

ସୁନାମୀର ତୀବ୍ରତା ବଢିବା କାରଣରୁ ୟାସୁଓ ଙ୍କ ପତ୍ନୀ ମଧ୍ୟ ନିଖୋଜ ହୋଇ ଯାଇଥିଲେ l ସେ ବର୍ତମାନ ନିଜ ଜୀବନ ପତ୍ନୀଙ୍କ ଅନୁସନ୍ଧାନରେ ବିତାଇ ଦେଇଛନ୍ତି l ସେ କହିଛନ୍ତି ଯେ ସେ ନିଜ ପତ୍ନୀଙ୍କ ପାଖରୁ ଶେଷ ମେସେଜ ପାଇଥିଲେ ,ଯେଉଁଥିରେ ଲେଖା ଯାଇଥିଲା “ମୁଁ ବ୍ୟାଙ୍କ ଚାକିରୀ କରି ଥକି ଗଲିଣି l ବର୍ତ୍ତମାନ ଘରକୁ ଆସିବାକୁ ଚାହୁଁଛି l ” ୟାସୁଓ ଭାବୁଛନ୍ତି ଯେ ତାଙ୍କ ପତ୍ନୀ ସୁନାମୀର ୧୦ ବର୍ଷ ପରେ ମଧ୍ୟ ଘରକୁ ଫେରିବାକୁ ଚାହୁଁଛନ୍ତି l

Leave A Reply