ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଓ ୟୁରୋପିଆନ୍ ସ୍ପେସ୍ ଏଜେନ୍ସି (ଇଏସ୍ଏ) ମିଶି ଗୋଟିଏ ‘ସୋଲାର୍ ଅର୍ବିଟ୍ର’ ପ୍ରେରଣ କରିଥିଲେ ଯାହା ସୃର୍ଯ୍ୟର ଅତି ପାଖରୁ ଫଟୋ ଉତ୍ତୋଳନ କରିବାରେ ସଫଳ ହୋଇଛି। ନାସା ଦାବି କରିଛି ଏତେ ନିକଟରୁ ସୂର୍ଯ୍ୟରୁ ଫଟୋ ପୂର୍ବରୁ ଉଠାଯାଇ ନ ଥିଲା । ସୋଲର୍ ଅର୍ବିଟ୍ ସୂର୍ଯ୍ୟର ଏ ଫଟୋ ସୂର୍ଯ୍ୟ ଓ ପୃଥିବୀର ଠିକ୍ ମଝାମଝିରେ ଉତ୍ତୋଳନ କରିଛି । ଏ ଫଟୋରୁ ନାସା ବୈଜ୍ଞାନିକ ସୂର୍ଯ୍ୟ ବିଷୟରେ ଅଧିକ ଅଧ୍ୟୟନ କରିବେ। ସୋଲାର ଅର୍ବିଟର୍ ଚଳିତବର୍ଷ ଫେବୃଆରୀରେ ଲଞ୍ଚ୍ କରାଯାଇଥିଲା । ସୋଲାର ଅର୍ବିଟର୍ ୭.୭୦ କୋଟି କିଲୋମିଟର ଦୂରରୁ ଏ ଫଟୋ ଉତ୍ତୋଳନ କରିଛି । ଫଟୋରେ ଦେଖାଯାଉଥିବା ଛୋଟ ଛୋଟ ବିସ୍ପୋଟକର ନାମ ଦେବା ପାଇଁ ବୈଜ୍ଞାନିକମାନେ ନୂଆ ଶବ୍ଦ ଚିନ୍ତା କରୁଛନ୍ତି ।