Odisha news

 କାହାଣୀ ସ୍ପେସ ଷ୍ଟେସନର  : ଯେଉଁଠି ଗୋଟିଏ ଦିନରେ ହୋଇଥାଏ ୧୬ ଥର ସୂର୍ଯ୍ୟ ଉଦୟ

0

ଜୁନ ୫ତାରିଖ ୨୦୨୪ , ଭାରତୀୟ ବଂଶଧବ ସୁନିତା ଉଇଲିୟମ ନିଜ ସାଥି ବୈଜ୍ଞାନିକ ବେରୀ ବିଲ୍ମୋର ଙ୍କ ସହିତ ଅନ୍ତରୀକ୍ଷ ଯାତ୍ରା କରିଥିଲେ l କିନ୍ତୁ ବୋଇଙ୍ଗ ଷ୍ଟାରଲାଇନର ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଉଭୟ ଅନ୍ତରୀକ୍ଷ ଯାତ୍ରୀ ଫେରିବାରେ ଅସଫଳ ହୋଇଛନ୍ତି l ନାସା ର ସ୍ପେସ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ବର୍ତମାନ ଏହି ଅସୁବିଧା ଦୂର ହେବା ପାଇଁ ଆହୁରି ୪୫ ଦିନ ସମୟ ଲାଗିବ l

କିପରି ଫସି ଯାଇଥିଲେ ସୁନିତା ଉଇଲିୟମ –
ଜୁନ ୫ତାରିଖ ଦିନ ନାସା ଓ ବୋଇଙ୍ଗ ଙ୍କ ମିଳିତ ସହଯୋଗ ରେ ଷ୍ଟାରଲାଇନର ଏୟାର କ୍ରାଫ୍ଟ କୁ ଲଞ୍ଚ କରାଯାଇ ଥିଲା l ମିଳିଥିବା ସୂଚନା ଅନୁସାରେ ହିଲିୟମ ଲିକ ହେଉଥିବା ସତ୍ୱେ ମଧ୍ୟ ଏହି ଏୟାର କ୍ରାଫ୍ଟ ଟି ଲଞ୍ଚ ହୋଇଥିଲା l ବୋଇଙ୍ଗ ଷ୍ଟାର ଲାଇନର ରେ ସୁନିତା ଙ୍କ ସହିତ ବେରୀ ବିଲ୍ମୋର ଯାତ୍ରା କରୁଥିଲେ l ବର୍ତମାନ ଏହି ଦୁଇ ମହାକାଶ ଯାତ୍ରୀ ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ରେ ଫସି ରହିଛନ୍ତି l ସୁନିତା ଓ ବେରୀ ବିଲ୍ମୋର ଜୁନ ୧୩ ତାରିଖରେ ପୃଥିବୀ ପୃଷ୍ଠକୁ ଫେରିବାର ଥିଲା l

ସୂଚନା ଅନୁସାରେ ସୁନିତା ଓ ବେରୀ ବିଲ୍ମୋର ଯେଉଁ ଷ୍ଟାର ଲାଇନ ରେ ଯାଇଛନ୍ତି ସେଥିରେ ପାଖାପାଖି ୨୦୦ କିଲୋଗ୍ରାମ ଖାଦ୍ୟ ସହିତ ଲଞ୍ଚ କରାଯାଇ ଥିଲା l ନାସା ପକ୍ଷରୁ ସୂଚନା ଦିଆଯାଇଛି ଯେ ଉଭୟଙ୍କ ନିକଟରେ ଖାଦ୍ୟ ମହଜୁଦ ରହିଛି l ନାସାର ସୂଚନା ଅନୁସାରେ ଷ୍ଟାର ଲାଇନ ଅନ୍ତରୀକ୍ଷ ଜାନ ୨୧୦ ଦିନ ପର୍ଯ୍ୟନ୍ତ ଅନ୍ତରୀକ୍ଷ ରେ ରହି ପାରିବ l

ଗୋଟିଏ ଦିନରେ ହୋଇଥାଏ ୧୬ ଥର ସୂର୍ଯ୍ୟ ଉଦୟ –
ଆମ ବ୍ରହ୍ମାଣ୍ଡ ବିଭିନ୍ନ ରହସ୍ୟ ରେ ପୁର୍ଣ , ଯେଉଁ ଠାରେ ଗୋଟିଏ ଦିନ ବା ୨୪ ଘଂଟାରେ ହୋଇଥାଏ ୧୬ ଥର ସୂର୍ଯ୍ୟୋଦୟ l ଅର୍ଥାତ ମାତ୍ର ୯୦ ମିନିଟ ରେ ଦିନ ଓ ରାତି ହୋଇଥାଏ l ଅନ୍ତରୀକ୍ଷ ରେ ରହୁଥିବା ଅନ୍ତରୀକ୍ଷ ଯାତ୍ରୀ ମାତ୍ର ୯୦ ମିନିଟ ଅନ୍ତରାଳ ରେ ସୁର୍ଯୋଦୟ ଓ ସୂର୍ଯ୍ୟାସ୍ତ ଦେଖି ଥାଆନ୍ତି l

ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ ୨୭୫୮୦ କିଲୋ ମିଟର ପ୍ରତି ଘଂଟା ସ୍ପିଡ଼ ରେ ପୃଥିବୀ ର ପରିକ୍ରମା କରିଥାଏ l ନିଜର ଏହି ବେଗ କାରଣରୁ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ ପୃଥିବୀ ର ଗୋଟିଏ ଚକର କରିବା ପାଇଁ ୯୦ ମିନିଟ ସମୟ ନେଇଥାଏ, ଯେଉଁ କାରଣରୁ ସେଠାରେ ଏତେ ଶୀଘ୍ର ଦିନ ଓ ରାତି ହୋଇଥାଏ l ଇଣ୍ଟରନେଶନାଲ ସ୍ପେସ ଷ୍ଟେସନ ରେ ଯେତେବେଳେ ସୂର୍ଯ୍ୟ କିରଣ ପଡିଥାଏ ସେତେବେଳେ ତାପମାତ୍ରା ୧୨୧ ଡିଗ୍ରୀ ସେଲସିୟସ ରେ ପହଂଚି ଥାଏ ଏବଂ ଯେତେବେଳେ ହ୍ରାସ ହୋଇଥାଏ ସେତେବେଳେ ୧୫୭ ଡିଗ୍ରୀ ରେ ପହଂଚି ଯାଏ  l ନାସା ର ସୂଚନା ଅନୁସାରେ ଅନ୍ତରୀକ୍ଷ ରେ ଏହି ତାପମାତ୍ରା ବୃଦ୍ଧି ଓ ହ୍ରାସ ଅନ୍ତରୀକ୍ଷ ଯାତ୍ରୀ ଙ୍କ ଉପରେ କୌଣସି ପ୍ରଭାବ ପଡି ନଥାଏ l

Nalco
Leave A Reply