Odisha news

ଦୁନିଆର ସବୁଠୁ ଦାମୀ ପୋକ  ଓଜନ ମାତ୍ର ୫ଗ୍ରାମ କିନ୍ତୁ ମୂଲ୍ୟ ହେଉଛି ୭୫ ଲକ୍ଷ

0

ଆମେ ପ୍ରାୟ ସମସ୍ତେ ପୋକଙ୍କୁ ଭୟ କରିଥାଉ କିମ୍ବା ଘୃଣା କରିଥାଉ ତେଣୁ ତାଙ୍କୁ ମାରି ଥାଉ l କିନ୍ତୁ ଦୁନିଆରେ ଗୋଟିଏ ଏଭଳି ପୋକ ରହିଛି ଯାହାକୁ ଲୋକେ ଘରେ ପାଳିବାକୁ ଇଛା କରିଥାଆନ୍ତି ଏବଂ ଉଚ୍ଚ ମୂଲ୍ୟ ରେ ମଧ୍ୟ କ୍ରୟ  କରନ୍ତି l ଏହି କୀଟ ଟିର ନନଂ ହେଉଛି ଷ୍ଟେଗ ବିଟଲ ଓ  ଏହା ଦୁନିଆର ସବୁଠୁ ମହଙ୍ଗା କୀଟ ଅଟେ l ଗୋଟିଏ ଷ୍ଟେଗ ବିଟଲ ର ମୂଲ୍ୟ ପାଖାପାଖି ୭୫ ଲକ୍ଷ ଟଙ୍କା l ଏହି ଦୁର୍ଲଭ ପୋକ ଟିକୁ ଔଷଧ ପ୍ରସ୍ତୁତି ରେ ବ୍ୟବହାର କରାଯାଇ ଥାଏ l ଏବଂ କିଛି ଲୋକେ ମଧ୍ୟ ଏହାକୁ ଲକି ଚାର୍ମ ଭାବରେ ମଧ୍ୟ ଗ୍ରହଣ କରନ୍ତି l କିଛିଟା ମେଡ଼ିସିନ କମ୍ପାନୀ ଏହାକୁ କୌଣସି ମୂଲ୍ୟରେ କିଣିବାକୁ ପ୍ରସ୍ତୁତ ଥାଆନ୍ତି l

ସାଇଣ୍ଟିଫିକ ଡାଟା ଜର୍ଣ୍ଣାଲ ର ସୂଚନା ଅନୁସାରେ ଗୋଟିଏ ରିସର୍ଚ୍ଚ ଅନୁସାରେ ଷ୍ଟେଗ ବିଟଲ  ର ଓଜନ ୨ରୁ ୬ ଗ୍ରାମ ରହିଥାଏ, ଏବଂ ଏମାନଙ୍କ ଜୀବନ କାଳ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ରହିଥାଏ l ପୁରୁଷ ଷ୍ଟେଗ ବିଟଲ ର ଲମ୍ବ ୩୫-୭୫ ମିଲି ମିଟର ଓ ମାଈ ଷ୍ଟେଗ ବିଟଲ  ର ୩୦-୫୦ ଲମ୍ବ ରହିଥାଏ l

କେଉଁଠାରେ ମିଳିଥାଏ ଷ୍ଟେଗ ବିଟଲ  –
ଷ୍ଟେଗ ବିଟଲ ଗୁଡିକ ଗରମ, ଉଷ୍ଣକଟିବନ୍ଧୀୟ ବାତାବରଣ ରେ ବଂଶ ବିସ୍ତାର କରି ଥାଆନ୍ତି l ସ୍ୱାଭାବିକ ଭାବରେ ଗଛ ଥିବା ସ୍ଥାନରେ ଏହି ପୋକ ନିଜର ବଂଶ ବିସ୍ତର କରି ଥାଆନ୍ତି l ଏବଂ ଶୁଖିଲା ଝାଡ଼ି କିମ୍ବା ଗଛ ପତ୍ର ଉହାଡ଼ ରେ ବଂଶ ବିସ୍ତାର କରି ଥାଆନ୍ତି l

Nalco

Leave A Reply