Odisha news

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଜରୁରୀକାଳୀନ ବୈଠକ : ପାନୀୟଜଳ ନେଇ ଉପୁଜୁଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଦେଲେ ନିଦେ୍ର୍ଦଶ

0

ବାରିପଦା : ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ଆଶଙ୍କା ନେଇ ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକ ସନ୍ଧ୍ୟା ୫ଟାରେ ଜିଲ୍ଲାପାଳଙ୍କ ସ୍ଥାନୀୟ ଓସୱାନ ହଲ ଠାରେ ସମସ୍ତ ଅତିରିକ୍ତ ଜିଲ୍ଲପାଳ, ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଜରୁରୀକାଳୀନ ଅଧିକାରୀ ମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ଜିଲ୍ଲାର ବିଭନ୍ନ ସ୍ଥାନରେ ପାନୀୟ ଜଳକୁ ନେଇ ଦେଖା ଦେଇଥିବା ସମସ୍ୟାକୁ ମୁଖ୍ୟ ଆଧାରରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିବା ସମୟରେ, ଗଣମାଧ୍ୟମରେ ପ୍ରକାଶିତ ସମସ୍ତ, ବ୍ଲକରେ ପାନୀୟଜଳ ଦ୍ୱାରା ଦେଖା ଦେଇଥିବା ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ଗଣମାଧ୍ୟମ ରିପୋର୍ଟ ଆଧାରରେ ସମସ୍ତ ସ୍ଥାନରେ ୪୮ ଘଣ୍ଟା ମଧ୍ୟରେ ପାନୀୟଜଳ ଯୋଗୁଁ ହେଉଥିବା ଅସୁବିଧାକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏଥିସହିତ ପାନୀୟ ଜଳ ସମୟାନେଇ ଗ୍ରାମବାସୀ ମାନେ ଭୋଟ ବର୍ଜନ ଚେତାବନୀ ସମସ୍ତକୁ ଗମ୍ଭୀର ଭାବେ ନେବା ପାଇଁ କହିଥିଲେ । ଏହି ସବୁ ମୌଳିକ ସୁବିଧାରୁ ବଂଚିତ ହେବା ଏବଂ ଏହା ଆଧାରରେ ଭୋଟ ବର୍ଜନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଜିଲ୍ଲାପାଳ କହିଥିଲେ । ଏଥିସହିତ ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢିବାକୁ ଥିବାବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଏହାର ସଠିକ ମୁକାବିଲା ଏବଂ ଅଂଶୁଘାତରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ଆଜିର ବୈଠକରେ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ଜିଲ୍ଲାପାଳ ଶ୍ରୀ ସିନେ୍ଧ, ବୁଝାଇଥିଲେ । ବାହାରେ ବୁଲୁଥିବା ପଶୁ ପକ୍ଷୀ ମାନଙ୍କ ପାଇଁ ଆବଶ୍ୟକ ପରିମାଣର ଜଳ ରଖିବା ପ୍ରତି ଗୁରୁତ୍ୱ ଦେଇଥିଲେ । ଆଗାମୀ ୧୩ ତାରିଖ ଠାରୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ପୂର୍ବାନୁମାନ କରା ଯାଇଥିବାରୁ ଏଥିପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସୂଚନା ଥାଉକି, ଗ୍ରୀଷ୍ମ ପ୍ରବାହ ସହିତ କାଳ ବୈଶାଖୀ ହେବାର ସମ୍ଭାବନା ଥିବାରୁ, କ୍ଷୁଦ୍ର ମରାମତି ହେଉଥିବା ଆବାସ ଏବଂ ଜରୁରୀକାଳୀନ କାର୍ଯ୍ୟପାଇଁ ସମସ୍ତ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ । ସମସ୍ତ ପର୍ଯ୍ୟଟନ ସ୍ଥଳୀ ମାନଙ୍କୁ ସାମୟିକ ଭାବେ ବନ୍ଦ ରଖିବାକୁ ଏବଂ ଅଧିକ ଶ୍ରମ ଆବଶ୍ୟକ କାର୍ଯ୍ୟ ଗୁଡିକୁ ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ପରିବହନ ଅଧିକାରୀ ବିସ୍ୱରାଜ ବେହେରା, ବାରିପଦା ମୁ୍ୟନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କରେ ଚର୍ଚ୍ଚା କରିଥିଲେ ।

Leave A Reply