ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସ କୌଣସି ନା କୌଣସି ଙ୍କୁ ଦେବାଦେବୀ ଙ୍କୁ ସମର୍ପିତ । ପ୍ରତିଟି ମାସର ନିଜସ୍ଵ ପରିଚୟ ରହିଛି । ମାନ୍ୟତା ଅନୁସାରେ ବୈଶାଖ ମାସରୁ ତ୍ରେତେୟା ଯୁଗର ଆରମ୍ଭ ହୋଇଥିଲା । ଆସନ୍ତୁ ଜାଣିବା ବୈଶାଖ ମାସରେ ବିଷ୍ଣୁ ପୂଜନ ର କଣ କଣ ମାନ୍ୟତା ରହିଛି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ୍ ବିଷ୍ଣୁ ଙ୍କ କୃପା ଲାଭ କରିବା ପାଇଁ ବୈଶାଖ ମାସଟି ସମ୍ପୂର୍ଣ୍ଣ ଉପଯୁକ୍ତ । ବୈଶାଖ ମାସରେ ଏହିସବୁ ଉପାୟ କୁ କରିବା ଦ୍ୱାରା ଜୀବନରେ ସମସ୍ତ ପାପ ରୁ ମୁକ୍ତି ମିଳିଥାଏ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।
* ବୈଶାଖ ମାସରେ ନଦୀରେ ସ୍ନାନ କରିବା ଦ୍ୱାରା ମିଳିଥାଏ ପାପରୁ ମୁକ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉଚିତ୍ । ଯଦି ନଦୀରେ ସ୍ନାନ କରି ପାରୁ ନାହାଁନ୍ତି ତେବେ ଘରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ ।
* ବୈଶାଖ ମାସରେ ଦିନ ଦୁଃଖୀ ଙ୍କୁ ଦାନ କରିବା ଦ୍ୱାରା ବିଷ୍ଣୁ ଓ ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବା ଦ୍ୱାରା ରୀଷ୍ଟ୍ ଖଣ୍ଡନ ହୋଇଥାଏ ।
* ବୈଶାଖ ମାସରେ ସୂର୍ଯ୍ୟ ଦେବଙ୍କୁ ପୂଜା ର ମଧ୍ୟ ଅନେକ ମହତ୍ତ୍ଵ ରହିଥାଏ । ସୂର୍ଯ୍ୟ ଦେବଙ୍କୁ ତମ୍ବା ପାତ୍ର ରେ ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ୟାୟ ନମଃ ମନ୍ତ୍ର ପାଠ କରନ୍ତୁ । ଏପରି ନିୟମିତ କରିବା ଦ୍ୱାରା ରୋଗ, ଦୁଃଖ ଓ କଷ୍ଟ ରୁ ମୁକ୍ତି ମିଳିଥାଏ ।
* ବୈଶାଖ ମାସରେ ବିଷ୍ଣୁ ଓ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ବିଷ୍ଣୁ ପୂଜା ସହିତ ତୁଳସୀ ପୂଜନ ର ମଧ୍ୟ ଅନେକ ମହତ୍ତ୍ଵ ରହିଛି । ଶାସ୍ତ୍ରର ମାନ୍ୟତା ଅନୁସାରେ ବିଷ୍ଣୁ ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ସଙ୍କଟ ଦୂର ହୋଇଥାଏ ।
* ମାନ୍ୟତା ରହିଛି ଯେ ଓସ୍ତ ବୃକ୍ଷ ମୂଳରେ ସବୁ ଦେବତା ଓ ପିତୃ ପୁରୁଷ ଙ୍କ ବାସ ହୋଇଥାଏ । ବୈଶାଖ ମାସରେ ଓସ୍ତ ବୃକ୍ଷ ମୂଳରେ ଜଳ ଅର୍ପଣ କରି ଦୀପ ଜଳାଇବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ।
* ଏହି ମାସରେ ରୋଗୀଙ୍କ ସେବା କରିବା ଦ୍ୱାରା ୭ ଜନ୍ମ ର ପାପ ରୁ ମୁକ୍ତି ମିଳିଥାଏ ଓ ଜୀବନ ସୁଖମୟ ହୋଇଥାଏ । ତେଣୁ ଘରେ ଗୁରୁଜନ ମାନଙ୍କୁ ନିହାତି ସେବା ଶୁଶ୍ରୁଷା କରିବା ଆବଶ୍ୟକ ।
